ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଦେଶରେ କରୋନା ସମ୍ପର୍କୀତ ସଦ୍ୟତମ ସ୍ଥିତି
ପୋଷ୍ଟ କରାଯିବା ଦିନାଙ୍କ:
26 APR 2022 9:16AM by PIB Bhubaneswar
କରୋନା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଭାବରେ ପ୍ରତିଷେଧକ ଟିକାଦାନ ସମଗ୍ର ଚାଲିଛି। ଦେଶବ୍ୟାପି ଟିକାଦାନ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ୧୮୭. ୯୫ କୋଟି ଡୋଜ୍ ଟିକା ଦିଆ ଯାଇସାରିଲାଣି । ଦେଶରେ ବର୍ତ୍ତମାନ ୧୫, ୬୩୬ ଜଣ ସକ୍ରିୟ ରୋଗୀ ଅଛନ୍ତି। ସକ୍ରିୟ ରୋଗୀଙ୍କ ହାର ଶତକଡା ୦.୦୪ ରହିଛି। ସେହିପରି ଆରୋଗ୍ୟ ହାର ୯୮.୭୫ ଶତାଂଶ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୭୦ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ୪,୨୫,୨୩,୩୧୧ ଜଣ କରୋନାରୁ ଆରୋଗ୍ୟଲାଭ କରିଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୩ଜଣ ନୂଆ ସଂକ୍ରମିତ ହୋଇଥିବା ଜଣା ପଡିଛି। ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହାର ୦.୫୫ ଶତାଂଶ ରହିଥିବା ସ୍ଥଳେ ସାପ୍ତାହିକ ସଂକ୍ରମଣ ହାର ୦.୫୮ ଶତାଂଶ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪,୪୯,୧୯୭ଟି ନମୁନା ପରୀକ୍ଷା ହୋଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ସମଗ୍ର ଦେଶରେ ୮୩.୫୪ କୋଟି ନମୁନା ପରୀକ୍ଷା ହୋଇ ସାରିଲାଣି।
SSD/DD
(ରିଲିଜ ଆଡି: 1820101)
ପରିଦର୍ଶକ କାଉଣ୍ଟର : 256
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam