ଅର୍ଥ ମନ୍ତ୍ରଣାଳୟ

ଅଟଳ ପେନସନ୍ ଯୋଜନାରେ ମୋଟ ନାମାଙ୍କନ ୪ କୋଟି ଅତିକ୍ରମ କଲା


୨୦୨୧- ୨୨ ବିତୀୟ ବର୍ଷରେ ୯୯ ଲକ୍ଷରୁ ଅଧିକ ଅଟଳ ପେନସନ୍ ଯୋଜନା ଖାତାକୁ ନାମାଙ୍କିତ କରା ଯାଇଛି

Posted On: 21 APR 2022 4:24PM by PIB Bhubaneshwar

 

ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଅଟଳ ପେନସନ୍ ଯୋଜନା ଅନୁସାରେ ସମୁଦାୟ ନାମାଙ୍କନ ୪.୦୧ କୋଟିକୁ ଅତିକ୍ରମ କରିଯାଇଛି, ଯେଉଁଥିରେ ୯୯ ଲକ୍ଷରୁ ଅଧିକ ଅଟଳ ପେନସନ୍ ଯୋଜନା ଖାତା ୨୦୨୧- ୨୨ ବିତୀୟ ବର୍ଷରେ ଖୋଲା ଯାଇଥିଲା । ସମସ୍ତ ଶ୍ରେଣୀର ବ୍ୟାଙ୍କ ଗୁଡିକର ସକ୍ରିୟ ଭାଗୀଦାରୀ କାରଣରୁ ଏହି ଯୋଜନାକୁ ବହୁତ ସଫଳତା ମିଳି ପାରିଛି । ପ୍ରାୟ ୭୧% ନାମାଙ୍କନ ସରକାରୀ କ୍ଷେତ୍ରର ବ୍ୟାଙ୍କ ଦ୍ୱାରା , ୧୯ ପ୍ରତିଶତ ନାମାଙ୍କନ ଆଂଚଳିକ ଗ୍ରାମୀଣ ବ୍ୟାଙ୍କ ଦ୍ୱାରା, ୬% ନାମାଙ୍କନ ଘରୋଇ ବ୍ୟାଙ୍କଗୁଡିକ ଦ୍ୱାରା, ୩% ନାମାଙ୍କନ ଦେୟ ଏବଂ କ୍ଷୁଦ୍ର ବିତୀୟ ସହାୟତା ପ୍ରଦାନକାରୀ ବ୍ୟାଙ୍କ (ପେମେଂଟ ଆଣ୍ଡ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ)  ଦ୍ୱାରା କରାଯାଇଛି ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ ସେଂଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ  ସରକାରୀ କ୍ଷେତ୍ରର ବ୍ୟାଙ୍କ ଶ୍ରେଣୀରେ ବାର୍ଷିକ ଲକ୍ଷ୍ୟ ହାସଲ କରିଛନ୍ତି ।

ବିଦର୍ଭ କୋଙ୍କଣ ବ୍ୟାଙ୍କ, ତ୍ରିପୁରା ଗ୍ରାମୀଣ ବ୍ୟାଙ୍କ, ଝାଡଖଣ୍ଡ ରାଜ୍ୟ ଗ୍ରାମୀଣ ବ୍ୟାଙ୍କ, ପଶ୍ଚିମ ବଙ୍ଗ ଗ୍ରାମୀଣ ବ୍ୟାଙ୍କ, ବରୋଦା ୟୁପି ବ୍ୟାଙ୍କ, ଉତରବଙ୍ଗ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ, ଆର୍ଯ୍ୟବର୍ତ ବ୍ୟାଙ୍କ, ବରୋଦା ଗୁଜରାଟ ଗ୍ରାମୀଣ ବ୍ୟାଙ୍କ, ଉତର ବିହାର ଗ୍ରାମୀଣ ବ୍ୟାଙ୍କ, ମହାରାଷ୍ଟ୍ର ଗ୍ରାମୀଣ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ମଧ୍ୟପ୍ରଦେଶ ଗ୍ରାମୀଣ ବ୍ୟାଙ୍କ, କର୍ଣ୍ଣାଟକ ବିକାଶ ଗ୍ରାମୀଣ ବ୍ୟାଙ୍କ, ଚୈତନ୍ୟ ଗୋଦାବରୀ ଗ୍ରାମୀଣ ବ୍ୟାଙ୍କ, ତେଲେଙ୍ଗାନା ଗ୍ରାମୀଣ ବ୍ୟାଙ୍କ, ଆନ୍ଧ୍ର ପ୍ରଦେଶ ଗ୍ରାମୀଣ ବିକାଶ ବ୍ୟାଙ୍କ, ବରୋଦା ରାଜସ୍ଥାନ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ, ରାଜସ୍ଥାନ ମରୁଧର ଗ୍ରାମୀଣ ବ୍ୟାଙ୍କ, ଦକ୍ଷିଣ ବିହାର ଗ୍ରାମୀଣ ବ୍ୟାଙ୍କ, ପ୍ରଥମ ୟୁପି ଗ୍ରାମୀଣ ବ୍ୟାଙ୍କ, ପଞ୍ଜାବ ଗ୍ରାମୀଣ ବ୍ୟାଙ୍କ, ପୁଡୁଭାଇ ଭାରତିଆର ଗ୍ରାମ ବ୍ୟାଙ୍କ, ଆନ୍ଧ୍ର ପ୍ରଗତି ଗ୍ରାମୀଣ ବ୍ୟାଙ୍କ,, ମଣିପୁର ରୁରାଲ ବ୍ୟାଙ୍କ ଏବଂ ଉତରାଖଣ୍ଡ ଗ୍ରାମୀଣ ବ୍ୟାଙ୍କ ପ୍ରଭୃତି ଆଂଚଳିକ ଗ୍ରାମୀଣ ବ୍ୟାଙ୍କ ଶ୍ରେଣୀରେ ବାର୍ଷିକ ଲକ୍ଷ୍ୟକୁ ହାସଲ କରିଛନ୍ତି ।

ଅନ୍ୟାନ୍ୟ ବ୍ୟାଙ୍କ ଶ୍ରେଣୀରେ ତାମିଲନାଡ ମର୍ଚ୍ଚାଂଟାଇଲ୍ ବ୍ୟାଙ୍କ, ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ, ଶ୍ରୀ ମହିଳା ସେବା ସହକାରୀ ବ୍ୟାଙ୍କ, କାଲୁପୁରୁ କମର୍ସିଆଲ୍ କୋ - ଅପରେଟିଭ୍ ବ୍ୟାଙ୍କ, ସବରକଣ୍ଠ ଡିଷ୍ଟ୍ରିକ୍ଟ ସେଂଟ୍ରାଲ୍ କୋ - ଅପରେଟିଭ୍ ବ୍ୟାଙ୍କ ଏବଂ ରାଜକୋଟ ନାଗରିକ ସହକାରୀ ବ୍ୟାଙ୍କ ବାର୍ଷିକ ଲକ୍ଷ୍ୟକୁ ହାସଲ କରିବାରେ ସଫଳ ରହିଛନ୍ତି ।

ବ୍ୟାଙ୍କ ଗୁଡିକ ବ୍ୟତୀତ, ବିହାର, ଝାଡଖଣ୍ଡ, ଆସାମ, ଉତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡିଶା ଏବଂ ତ୍ରିପୁରାର ୯ଟି ରାଜ୍ୟ ସ୍ତରୀୟ ବ୍ୟାଙ୍କ କମିଟି ଅଟଳ ପେନସନ୍ ଯୋଜନାର ବାର୍ଷିକ ଲକ୍ଷ୍ୟ ହାସଲ କରିଛନ୍ତି ।

୩୧ ମାର୍ଚ୍ଚ ସୁଦ୍ଧା ଅଟଳ ପେନସନ୍ ଯୋଜନାରେ ସମୁଦାୟ ନାମାଙ୍କନ ମଧ୍ୟରୁ, ପାଖାପାଖି ୮୦% ଗ୍ରାହକମାନେ ୧୦୦୦ଟଙ୍କା ପେନସନ୍ ଯୋଜନା ଏବଂ ୧୩% ଗ୍ରାହକ ୫୦୦୦ ଟଙ୍କିଆ ପେନସନ୍ ଯୋଜନାର ବିକଳ୍ପକୁ ଚୟନ କରିଛନ୍ତି । ସମୁଦାୟ ଏପିୱାଇ ଗ୍ରାହକ ମାନଙ୍କ ମଧ୍ୟରୁ ୪୪% ମହିଳା ଗ୍ରାହକ, ଯେତେବେଳେ କି ପୁରୁଷ ଗ୍ରାହକଙ୍କ ସଂଖ୍ୟା ୫୬% ରହିଛି । ଏହା ବ୍ୟତୀତ, ସମୁଦାୟ ଏପିୱାଇ ଗ୍ରାହକମାନଙ୍କ ମଧ୍ୟରୁ , ୪୫% ଗ୍ରାହକଙ୍କର ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ରହିଛି ।

୨୦୨୧ ମସିହାର ସ୍ୱାଧୀନତା ଦିବସ ଭାଷଣରେ ଆମର ମାନନୀୟ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଟଳ ପେନସନ୍ ଯୋଜନା ସହିତ ସରକାରଙ୍କର ସାମାଜିକ ସୁରକ୍ଷା ଯୋଜନା ଗୁଡିକର ସମ୍ପୃକ୍ତି ଉପରେ ଗୁରୁତ୍ୱ ଦେଇଥିଲେ । ପିଏଫ୍‌ଆରଡିଏ ସରକାରଙ୍କ ସମ୍ପୃକ୍ତି ମିଶନ ଅନୁସାରେ ସାରା ଦେଶରେ ସମସ୍ତ ଏସ୍‌ଏଲ୍‌ବିସି ଏବଂ ଆର୍‌ଆର୍‌ବି ସହିତ ସମନ୍ୱୟ ରକ୍ଷା କରି ଆଉଟରିଚ୍ କାର୍ଯ୍ୟକ୍ରମ ଆୟୋଜନ କରିଛି । ୨୦୨୧- ୨୨ ବିତୀୟ ବର୍ଷରେ ଏଭଳି ୧୩ଟି ଫିଜିକାଲ୍ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ଏବଂ ବଳକା କାର୍ଯ୍ୟକ୍ରମ ଗୁଡିକ ଚଳିତ ବିତୀୟ ବର୍ଷରେ ଆୟୋଜିତ କରାଯିବ ।

ପିଏଫ୍‌ଆର୍‌ଡିଏ ୱେବିନାର ଏବଂ ଟାଉନହଲ୍ ବୈଠକ ଗୁଡିକ ମାଧ୍ୟମରେ ଏପିୱାଇ କାର୍ଯ୍ୟକ୍ରମ ନିମନ୍ତେ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭିନ୍ନ ରାଜ୍ୟ ସରକାର ଏବଂ ଏନ୍‌ଆର୍‌ଏଲ୍‌ଏମ୍ / ଏସ୍‌ଆର୍‌ଏଲ୍‌ଏମ୍ ଭଳି ଏଜେନ୍ସି ଗୁଡିକୁ ସାମିଲ୍ କରି , ଜନଧନ ଖାତା ଧାରକମାନଙ୍କୁ ଲକ୍ଷ୍ୟ ରଖି ନାମାଙ୍କନର ଡିଜିଟାଲ୍ ମୋଡ୍‌/ ମାଧ୍ୟମକୁ ପ୍ରୋତ୍ସାହିତ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି ।

ଅଟଳ ପେନସନ୍ ଯୋଜନା ପିଏଫ୍‌ଆରଡିଏ ଦ୍ୱାରା ପ୍ରଶାସିତ ଭାରତ ସରକାରଙ୍କର ଗ୍ୟାରେଂଟିଯୁକ୍ତ ପେନସନ୍ ଯୋଜନା ଅଟେ । ଏହି ଯୋଜନା ଭାରତର ଯେକୌଣସି ନାଗରିକ, ଯାହାର ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବ, ଯେଉଁ ମାନଙ୍କର ବ୍ୟାଙ୍କ କିମ୍ବା ଡାକଘରର ବିଭିନ୍ନ ଶାଖାରେ ଜମା ଖାତା ରହିଥିବ, ସେମାନଙ୍କୁ ଏଥିରେ ସାମିଲ୍ ହେବା ପାଇଁ ଅନୁମତି ଦେଇଥାଏ । ଏହି ଯୋଜନା ଅନୁସାରେ , ଜଣେ ଗ୍ରାହକକୁ ନ୍ୟୁନତମ ଗ୍ୟାରେଂଟି ପେନସନ୍ ପ୍ରତି ମାସରେ ୧୦୦୦ ଟଙ୍କାରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ଗ୍ରାହକର ଯୋଗଦାନର ଆଧାରରେ ୬୦ ବର୍ଷ ପରଠାରୁ ଏହା ଗ୍ରାହକଙ୍କୁ ମିଳିବ । ଗ୍ରାହକର ମୃତ୍ୟୁ ପରେ ଗ୍ରାହକର ପତି କିମ୍ବା ପତ୍ନୀକୁ ସମାନ ପେନସନ୍ ପ୍ରଦାନ କରାଯିବ ଏବଂ ଗ୍ରାହକ ଏବଂ ତାର ପତି କିମ୍ବା ପତ୍ନୀ ଉଭୟଙ୍କର ମୃତ୍ୟୁ ପରେ, ଗ୍ରାହକଙ୍କ ଦ୍ୱାରା ୬୦ ବର୍ଷ ପର୍ଯ୍ୟନ୍ତ ଜମା କରା ଯାଇଥିବା ଟଙ୍କାର ପେନସନ ରାଶି ନାମାଙ୍କିତ ବ୍ୟକ୍ତିଙ୍କୁ ଫେରସ୍ତ କରି ଦିଆଯିବ ।  

ପିଏଫ୍‌ଆର୍‌ଡିଏ ଏପିୱାଇ ଅନୁସାରେ ମୋଟ ନାମାଙ୍କନକୁ ଆହୁରି ଅଧିକ କରିବା ନିମନ୍ତେ ଭାରତକୁ ଏକ ପେନସନଭୋଗୀ ସମାଜ ଭାବେ ଗଢ଼ିବା ଦିଗରେ ଯୋଗଦାନ କରିବା ନିମନ୍ତେ ପ୍ରତିବଦ୍ଧ ଅଟେ ।

****

SSP



(Release ID: 1818853) Visitor Counter : 147