ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ-୧୯ ସଦ୍ୟତମ ସ୍ଥିତି

ପୋଷ୍ଟ କରାଯିବା ଦିନାଙ୍କ: 20 APR 2022 9:19AM by PIB Bhubaneswar

କୋଭିଡ ୧୯ ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ସ୍ତରରେ ଟିକାଦାନ କାର୍ଯ୍ୟକ୍ରମ ଚାଲିଛି । ଏ ପର୍ଯ୍ୟନ୍ତ ୧୮୬.୯୦ କୋଟି ଟିକା ଦିଆଯାଇ ସାରିଲାଣି । ବର୍ତ୍ତମାନ ଦେଶରେ ୧୨,୩୪୦ ଜଣ ସକ୍ରିୟ କରୋନା ଅକ୍ଳାନ୍ତ ଅଛନ୍ତି । ଏହାର ଶତକଡ଼ା ହାର ହେଉଛି ୦.୦୩ ଶତାଂଶ । ସେହିପରି ଅରୋଗ୍ୟ ହାର ୯୮.୭୬ ଶତାଂଶ । ଗତ ୨୪ ଘଣ୍ଟା ମଧ୍ୟରେ ୧୫୪୭ ଆରୋଗ୍ୟ ଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୪,୨୫,୧୩,୨୪୮ ଜଣ ଆରୋଗ୍ୟ ଲାଭ କରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୨ଠ୬୭ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୪୯ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୩୮ ଶତାଂଶ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୪,୨୧,୧୮୩ଟି ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୮୩.୨୯ କୋଟି ନମୁନା ପରୀକ୍ଷା କରାଗଲାଣି ।

 

SSD/MB


(ରିଲିଜ ଆଡି: 1818524) ପରିଦର୍ଶକ କାଉଣ୍ଟର : 276