କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ

ଏପ୍ରିଲ ୨୧ତାରିଖରେ ଦେଶରେ ୭୦୦ରୁ ଅଧିକ ସ୍ଥାନରେ ଜାତୀୟ ଆପ୍ରେଣ୍ଟିସିପ୍ ମେଳା ଆୟୋଜିତ ହେବ

Posted On: 19 APR 2022 3:18PM by PIB Bhubaneshwar

ଚଳିତମାସ (ଏପ୍ରିଲ)୨୧ରେ ତାରିଖରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ଦିନିକିଆ ଜାତୀୟ ଆପ୍ରେଣ୍ଟିସିପ୍ (ଶିକ୍ଷାନବୀସ) ମେଳା ଆୟୋଜିତ ହେବ । ସ୍କିଲ ଇଣ୍ଡିଆ ଏହି କାର୍ଯ୍ୟକ୍ରମକୁ ଡାଇରୋକ୍ଟୋରେଟ ଜେନେରାଲ ଅଫ ଟ୍ରେନିଂ (ଡିଜିଟି) ସହଯୋଗରେ ଆୟୋଜନ କରୁଛି ।

ଏହି ମେଳା ଆୟୋଜନର ଲକ୍ଷ୍ୟ ହେଲା ଏକଲକ୍ଷରୁ ଅଧିକ ଶିକ୍ଷାନବୀସଙ୍କୁ ନିଯୁକ୍ତି ପାଇଁ ସହଯୋଗ ଯୋଗାଇବା । ଏହି ମେଳାରେ ଆବଶ୍ୟକ ତାଲିମପ୍ରାପ୍ତ ଲୋକଶକ୍ତି ଓ ପ୍ରତିଭାବାନ କର୍ମଚାରୀ ବାଛିବାକୁ ନିଯୁକ୍ତିଦାତାମାନେ ସୁଯୋଗ ପାଇବେ ।

ଦେଶରେ ୩୦ରୁ ଅଧିକ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ଉଦ୍ୟୋଗ ଓ ଉଦ୍ୟୋଗୀ ତଥା ନିଯୁକ୍ତିଦାତା ଏଥିରେ ମଧ୍ୟ ଭାଗ ନେବେ । ସେମାନଙ୍କ ସଂଖ୍ୟା ୪୦୦୦ରୁ ଅଧିକ । ଶକ୍ତି, ଟେଲିକମ୍‌, ଖୁଚୁରା  ବ୍ୟାପାର, ଆଇଟି/ ଆଇଟିଇଏସ୍‌, ଇଲେକ୍‌ଟ୍ରୋନିକ୍ସ, ଅଟୋମୋଟିଭ ଭଳି ଉଦ୍ୟୋଗର ନିଯୁକ୍ତିଦାତାମାନେ ଏଥିରେ ଭାଗ ନେଉଛନ୍ତି। ସେମାନେ ଏହି ମେଳାର ୱେଲଡର, ଇଲେକ୍ସ୍ରିସିଆନ, ହାଉସକିପର, ବିଉଟିସିଆନ, ମେକାନିକ୍ ଆଦି ୫୦୦ରୁ ଅଧିକ ଟ୍ରେଡର ଆପ୍ରେଣ୍ଟିସ୍‌ମାନଙ୍କୁ ବାଛିବେ । ସେମାନଙ୍କୁ ଉତ୍ତମ ବେତନ ଓ ନିଯୁକ୍ତି ସୁବିଧା କମ୍ପାନୀମାନେ ଦେବେ ।

ଉଦ୍ୟମିତା ଓ ଦକ୍ଷତାବିକାଶ ମନ୍ତ୍ରଣାଳୟ ଦେଶରେ ତାଲିମପ୍ରାପ୍ତ ଲୋକଶକ୍ତି ସୃଷ୍ଟି କରିବା ସହିତ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ଯୁବକଯୁବତୀମାନଙ୍କୁ ଆବଶ୍ୟକ ତାଲିମ ଓ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦକ୍ଷତା ବିକାଶ କରାଯିବା ସହିତ ସେମାନଙ୍କୁ ନିଯୁକ୍ତି ଯୋଗ୍ୟ କରାଯାଉଛି । ଏହାଫଳରେର ଆକାଂକ୍ଷୀ ଯୁବଶକ୍ତିଙ୍କ ପାଇଁ କର୍ମନିଯୁକ୍ତି ପରିସର ବଢୁଛି ।

ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ପଢିଥିବା ଛାତ୍ରଛାତ୍ରୀ, ସ୍କିଲ ଟ୍ରେନିଂ ସାର୍ଟିଫିକେଟଧାରୀ, ଆଇଟିଆଇ ଛାତ୍ରଛାତ୍ରୀ, ଡିପ୍ଲୋମାଧାରୀ ଓ ଗ୍ରାଜୁଏଟ୍‌ମାନେ ମଧ୍ୟ ଆପ୍ରେଣ୍ଟିସିପ୍ ମେଳାରେ ଭାଗ ନେବାକୁ ଆବେନ କରିପାରିବେ । ପ୍ରାର୍ଥୀମାନଙ୍କୁ ସାଙ୍ଗରେ ନିଜର ସମସ୍ତ ସାର୍ଟିଫିକେଟ ଓ ମାର୍କସିଟିର ତିନୋଟି ଲେଖାଏଁ ନକଲ(କପି), ଫଟୋ ପରିଚୟପତ୍ର (ଆଧାରକାର୍ଡର୍/ ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି) ଓ ତିନିଟି ପାସ୍‌ପୋର୍ଟ ସାଇଜର ନିଜ ଫଟୋ କପି ସହିତ ନିର୍ଦ୍ଧାରିତ ମେଳା ସ୍ଥାନରେ ପହଞ୍ଚିବାକୁ ହେବ ।

 ଏହି ମେଳାରେ ଯୋଗଦେବା ଦ୍ୱାରା ପ୍ରାର୍ଥୀମାନଙ୍କୁ ଅନେକ ଉପକାର ମିଳିବ । ସେମାନେ ନିଯୁକ୍ତି ସୁଯୋଗ ବ୍ୟତୀତ, ମେଳା ବୁଲି ବିଭିନ୍ନ ଉଦ୍ୟୋଗର କାମ ଓ ଆବଶ୍ୟକ ଯୋଗ୍ୟତା ସମ୍ପର୍କରେ ସିଧାସଳଖ ଅଭିଜ୍ଞତା ଲାଭର ସୁଯୋଗ ପାଇବେ । ନିଯୁକ୍ତି ବଜାରର  ହାଲଚାଲ ଓ ଆବଶ୍ୟକତା, ବେତନ ଓ ସୁବିଧାସୁଯୋଗ  ବିଷୟରେ ସେମାନେ ଜାଣିପାରିବେ । ଏହି ମେଳାରୁ କ୍ଷୁଦ୍ରଶିଳ୍ପ ଉଦ୍ୟୋଗୀମାନେ ମଧ୍ୟ ଅତି କମ୍‌ରେ ଚାରିଜଣ ଆପ୍ରେଣ୍ଟିସିପ୍‌ଙ୍କୁ ନିଯୁକ୍ତି ଦେବାର ସୁଯୋଗ ପାଇଛନ୍ତି । ଫଳରେ ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ପ୍ରାର୍ଥୀମାନଙ୍କୁ ଛୋଟବଡ ସବୁ ସଂସ୍ଥା ମେଳାରେ ହିଁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତିପତ୍ର ଦେବେ ।

 

****

TKM /SLP



(Release ID: 1818198) Visitor Counter : 216