ଅର୍ଥ ମନ୍ତ୍ରଣାଳୟ

ଆଇଏମଏଫ -ବିଶ୍ୱ ବ୍ୟାଙ୍କ ବସନ୍ତକାଳୀନ ବୈଠକରେ ଯୋଗଦେବାକୁ ଆଜି (୧୭.୦୪.୨୦୨୨) ବିଳମ୍ବିତ ରାତ୍ରୀରେ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ


ଅର୍ଥମନ୍ତ୍ରୀ, ଜି-୨୦ ଅର୍ଥମନ୍ତ୍ରୀ ଓ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସହ ବୈଠକରେ ଯୋଗଦେବା ସହ ଅନେକ ଦେଶ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ

Posted On: 17 APR 2022 7:14PM by PIB Bhubaneshwar

କେନ୍ଦ୍ର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଯୁକ୍ତରାଷ୍ଟ୍ର ଆମେରିକାକୁ ସରକାରୀ ଗସ୍ତ ଆସନ୍ତାକାଲି (୧୮.୦୪.୨୦୨୨) ଠାରୁ ଆରମ୍ଭ ହେଉଛି । ଗସ୍ତ କାଳରେ ଶ୍ରୀମତୀ ସୀତାରମଣ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ) ଓ ବିଶ୍ୱବ୍ୟାଙ୍କର ବସନ୍ତକାଳୀନ ବୈଠକ, ଜି-୨୦ ଅର୍ଥମନ୍ତ୍ରୀ ଓ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣସ (ଏଫଏମ୍‌ସିବିଜି) ବୈଠକରେ ମଧ୍ୟ ଯୋଗଦେବେ । 

 ଅର୍ଥମନ୍ତ୍ରୀ ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ସମେତ ଅନେକ ଦେଶ ସହ ଦ୍ୱିପାକ୍ଷିକ ଆଲୋଚନାରେ ମଧ୍ୟ ଭାଗ ନେବେ ।

ଅର୍ଥମନ୍ତ୍ରୀ ମଧ୍ୟ ସେମି କଣ୍ଡକ୍ଟର, ଶକ୍ତି ଓ ଭାରତ ସରକାରଙ୍କର ପ୍ରାଧାନ୍ୟ ଦେଉଥିବା ବିଭିନ୍ନ କ୍ଷେତ୍ରରେ ଥିବା ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କ ସହ ମଧ୍ୟ ଆଲୋଚନା କରିବେ । ଏକ ଉଚ୍ଚସ୍ତରୀୟ ବୈଠକରେ ଅର୍ଥମନ୍ତ୍ରୀ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଡାଭିଡ ମାଲପାସଙ୍କୁ ମଧ୍ୟ ସାକ୍ଷାତ କରିବେ ।

 ଗସ୍ତକାଳରେ ଶ୍ରୀମତୀ ସୀତାରମଣ, ଆଇଏମ୍‌ଏଫ ପରିଚାଳନା ଅଧ୍ୟକ୍ଷଙ୍କ ଦ୍ୱାରା ଆୟୋଜିତ ଗୋଷ୍ଠୀଗତ ଆଲୋଚନା ‘ମନି ଆଟ ଏକ କ୍ରସରୋଡ’ରେ ଅଂଶଗ୍ରହଣ କରିବେ ।

 ବିଶ୍ୱବ୍ୟାଙ୍କ, ଆଇଏମଏଫ, ଜି-୨୦ ଓ ଆର୍ଥିକ କାର୍ଯ୍ୟାନୁଷ୍ଠାନ ବାହିନୀର ସରକାରୀ ବୈଠକକୁ ଛାଡି ଅର୍ଥମନ୍ତ୍ରୀ ୱାଶିଂଟନ ଡିସିର ପ୍ରତିଷ୍ଠାନ ଆଟଲାଣ୍ଟିକ ପରିଷଦ ବୈଠକରେ ଭାଗ ନେବା ସହ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବେ ।

 

****

SM /SLP



(Release ID: 1817633) Visitor Counter : 169