ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟ ମୋରବୀରେ ପ୍ରଭୁ ହନୁମାନଙ୍କ ୧୦୮ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ


“ହଜାର ହଜାର ବର୍ଷର ଉତଥାନପତନର ସାମ୍ନା କରି ମଧ୍ୟ ଭାରତ ମଜଭୁତ ହୋଇ ଛିଡା ହେବାରେ ଆମର ସଭ୍ୟତା ଓ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି”

“ପ୍ରଭୁ ହନୁମାନ ହେଉଛନ୍ତି ଏକ ଭାରତ ଶ୍ରେଷ୍ଠ ଭାରତର ଏକ ମୁଖ୍ୟ ସୂତ୍ର”

“ଆମର ବିଶ୍ୱାସ ଓ ଆମ ସଂସ୍କୃତିର ପ୍ରବାହ ହେଉଛି ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ସମାନତା ଓ ଅନ୍ତର୍ଭୁକ୍ତିକରଣ”

“ରାମ କଥା ହେଉଛି ସବକା ସାଥ, ସବକା ପ୍ରୟାସର ଶ୍ରେଷ୍ଠ ଉଦାହରଣ ଓ ପ୍ରଭୁ ହନୁମାନ ଏହାର ମୁଖ୍ୟ ଅଂଶ”

Posted On: 16 APR 2022 1:00PM by PIB Bhubaneshwar

ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୋରବୀଠାରେ ଆଜି ପ୍ରଭୁ ହନୁମାନଙ୍କ ୧୦୮ ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତି ଅଭାସୀ ମାଧ୍ୟମରେ ଅନାବରଣ କରିଛନ୍ତି । ଏହି ଅବସରରେ ମହାମଣ୍ଡଳେଶ୍ୱର ମା କନକେଶ୍ୱରୀ ଦେବୀ ଜୀ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

 

ହନୁମାନ ଜୟନ୍ତୀ ଅବସରରେ ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋରବୀଠାରେ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରଭୁ ହନୁମାନଙ୍କ ପ୍ରତିମୂର୍ତ୍ତି ବିଶ୍ୱର ପ୍ରତ୍ୟେକ ହନୁମାନ ଭକ୍ତ ନିମନ୍ତେ ଏକ ଆନନ୍ଦମୟ କ୍ଷଣ । ନିକଟରେ ଆଧ୍ୟାତ୍ମିକ ଗୁରୁ ଓ ଭକ୍ତଗଣଙ୍କ ମେଳରେ ଅନେକ ଥର ରହିପାରିଥିବାରୁ ସେ ଗଭୀର ଭାବେ ଆନନ୍ଦିତ ବୋଲି କହିଥିଲେ । ନିକଟରେ ଅଳ୍ପଦିନ ବ୍ୟବଧାନ ମଧ୍ୟରେ ଉକୀଆ ମା, ମାତା ଅମ୍ବାଜୀ ଓ ଅନ୍ନପୂର୍ଣ୍ଣା ଧାମ ସହିତ ଉପସ୍ଥିତ ସଂଯୋଗ ସେ ପାଇଥିବା କହିବା ସହ ଏହାକୁ ସେ ହରିକୃପା ବା ଈଶ୍ୱରଙ୍କ ଆଶୀର୍ବାଦ ବୋଲି କହିଥିଲେ ।

 

ଦେଶର ଚାରିକୋଣରେ ଏହି ପ୍ରକଳ୍ପ ଅଧୀନରେ ଏହିଭଳି ଚାରିଟି ପ୍ରତିମୂର୍ତ୍ତି ସ୍ଥାପନା ହେଉଛି ଓ ଏହା ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଭୁ ହନୁମାନ ସମସ୍ତଙ୍କୁ ଏକାଠି କରନ୍ତି ତାଙ୍କର ସେବା ଉତ୍ସାହରେ ଓ ସମସ୍ତେ ତାଙ୍କ ଦ୍ୱାରା ଉତ୍ସାହିତ ହୋଇଥାନ୍ତି ବୋଲି ସେ କହିଥିଲେ । ପ୍ରଭୁ ହନୁମାନ ହେଉଛନ୍ତି ଶକ୍ତିର ପ୍ରତୀକ ଯେଉଁଥି ପାଇଁ ଜଙ୍ଗଲରେ ବସବାସ କରୁଥିବା ଗୋଷ୍ଠୀ ମର୍ଯ୍ୟାଦାପୂର୍ଣ୍ଣ ସେ ସଶକ୍ତ ହୋଇଥାନ୍ତି । ହନୁମାନ ଜୀ ଏକ ଭାରତ ଶ୍ରେଷ୍ଠ ଭାରତର ମୁଖ୍ୟ ସୂତ୍ର ବୋଲି ସେ କହିଥିଲେ ।

 

ସେହିପରି ଦେଶର ବିଭିନ୍ନ ଅନୁକୋଣେ ଓ ବିଭିନ୍ନ ଭାଷାରେ ଆୟୋଜିତ ରାମକଥା କାର୍ଯ୍ୟକ୍ରମ ସମସ୍ତଙ୍କୁ ଈଶ୍ୱରଙ୍କ ସହ ଏକତା ସୂତ୍ରରେ ବାନ୍ଧି ରଖେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାହିଁ ଆମ ଆଧ୍ୟାତ୍ମିକ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ଶକ୍ତି ଯାହାକି ଦେଶର ଭିନ୍ନ ଭିନ୍ନ ଅଂଶକୁ ଦାସତ୍ୱ କାଳରେ ମଧ୍ୟରେ ଏକାଠି କରି ରଖିଥିଲା । ସ୍ୱାଧୀନତାର ଜାତୀୟ ସଂକଳ୍ପ ନିମନ୍ତେ ଏହା ହିଁ ସମସ୍ତଙ୍କୁ ଏକତ୍ରିତ କରିବାକୁ ଶକ୍ତି ଯୋଗାଇ ଥିଲା । ହଜାର ହଜାର ବର୍ଷର ଉତଥାନ ପତନର ସାମ୍ନା କରି ମଧ୍ୟ ଭାରତ ବର୍ଷ ମଜବୁତ ହୋଇ ରହିବାରେ ଆମର ସଭ୍ୟତା ଓ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ବିଶ୍ୱାସ ଓ ସଂସ୍କୃତିର ପ୍ରବାହ ହେଉଛି ଶାନ୍ତିପୂର୍ଣ୍ଣ ସହବାସ୍ଥାନ, ସମାନତା ଓ ଅନ୍ତର୍ଭୁକ୍ତିକରଣ । ଭଗବାନ ରାମ ପ୍ରତ୍ୟେକ କାର୍ଯ୍ୟ ନିମନ୍ତେ ସମର୍ଥ ହୋଇ ସୁଦ୍ଧା ତାଙ୍କ କାର୍ଯ୍ୟ ପୂରଣ ପାଇଁ ଅନ୍ୟମାନଙ୍କ ଶକ୍ତି ଉପରେ ବିଶ୍ୱାସ ରଖିଥିଲେ ଓ ଏହା ଆମ ସଂସ୍କୃତିର ପ୍ରତିଫଳିତ ହୋଇଛି । ରାମକଥା ହେଉଛି ସବକା ସାଥ, ସବକା ପ୍ରୟାସର ଶ୍ରେଷ୍ଠ ଉଦାହରଣ ଓ ପ୍ରଭୁ ହନୁମାନ ଏହାର ମୁଖ୍ୟ ନାୟକ । ସଂକଳ୍ପକୁ ସାକାର କରିବା ନିମନ୍ତେ ସବକା ପ୍ରୟାସ ଉତ୍ସାହପ୍ରଦ ବୋଲି ମୋଦି କହିଥିଲେ ।

 

ଗୁଜରାଟୀରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋରବୀ ସହ କେଶବାନନ୍ଦ ବାପୁଙ୍କ ପୁରୁଖା ସମ୍ପର୍କର ସ୍ମୃତିଚାରଣ କହିଥିଲେ । ମଛଧାମ ଦୁର୍ଘଟଣା ସହ ସେ ହନୁମାନଧାମର ଭୂମିକାର ସ୍ମୃତିଚାରଣ ମଧ୍ୟ କରିଥିଲେ । ଦୁର୍ଘଟଣାରେ ଯେଉଁ ଅଭିଜ୍ଞତା ହୋଇଥିଲା ତାହା କଚ୍ଛ ଭୂମିକମ୍ପ ସମୟରେ ମଧ୍ୟ କାମ ଦେଇଥିଲା । ସେ ବର୍ତ୍ତମାନ ଶିଳ୍ପ କେନ୍ଦ୍ର ଭାବେ ଗଢ଼ି ଉଠିଥିବା ମୋରବୀର ନମନୀୟତା ଉପରେ କହିଥିଲେ । ଆମେ ଯଦି ଜାମନଗରର କଂସା, ରାଜକୋଟର ଯାନ୍ତ୍ରିକ ଜ୍ଞାନ ଓ ମୋରବୀର ଘଡି ଶିଳ୍ପ କଥା ଦେଖିବା ତେବେ ଏହା ଏକ ମିନି ଜାପାନ ଚିତ୍ର ଦେବ ବୋଲି ଶ୍ରୀ ମୋଦୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯାତ୍ରାଧାମ ଆଜି କାଠିଆୱାଡ଼ ପର୍ଯ୍ୟଟନର ପେଣ୍ଠସ୍ଥଳୀ ବନାଇ ଦେଇଛି । ମୋରବୀଙ୍କୁ ପ୍ରଚୁର ସୁବିଧା ଦେଇଥିବା ମାଧବପୁର ମେଳା ଓ ରାଜ ଉତ୍ସବର ସେ ଅବତାରଣା କରିଥିଲେ ।

 

ଶେଷରେ ସ୍ୱଚ୍ଛତା ଓ ଭୋକାଲଫର ଲୋକାଲ ଅଭିଯାନ ନିମନ୍ତେ ସେ ଭକ୍ତ ଓ ସନ୍ଥ ସମାଜର ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ।

 

ଦେଶରେ ହନୁମାନ ଚାରିଧାମ ପ୍ରକଳ୍ପର ଅଂଶ ବିଶେଷ ଭାବେ ଏହି ପ୍ରତିମୂର୍ତ୍ତି ଦ୍ୱିତୀୟ । ପଶ୍ଚିମରେ ମୋରବୀର ପରମପୂଜ୍ୟ କେଶବାନନ୍ଦଜୀଙ୍କ ଆଶ୍ରମରେ ଏହା ପ୍ରତିଷ୍ଠା କରାଯାଇଛି ।

 

ଉତ୍ତରରେ ଏହି ପ୍ରକଳ୍ପର ପ୍ରଥମ ପ୍ରତିମୂର୍ତ୍ତି ୨୦୧୦ ମସିହାରେ ସିମଳାରେ ପ୍ରତିଷ୍ଠା କରାଯାଇଛି । ଦକ୍ଷିଣରେ ରାମେଶ୍ୱରଠାରେ ତୃତୀୟ ପ୍ରତିମୂର୍ତ୍ତି କାର୍ଯ୍ୟ ଆରମ୍ଭ ହୋଇଛି ।





SM\DD



(Release ID: 1817315) Visitor Counter : 158