ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ମହାମାନ୍ୟ ଶ୍ରୀ ଜୋସେଫ ଆର ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ୍ ବୈଠକ

प्रविष्टि तिथि: 11 APR 2022 10:12PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଜୋସେଫ ଆର ବାଇଡେନ ଆଜି ଏକ ଭର୍ଚୁଆଲ ବୈଠକ କରିଛନ୍ତି ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ ଭାରତ-ଆମେରିକା + ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ୱାଶିଂଟନ ଡିସିରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍.ଜୟଶଙ୍କର ମଧ୍ୟ ଆମେରିକୀୟ ପ୍ରତିପକ୍ଷ, ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଏବଂ ରାଜ୍ୟ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନା ସମୟରେ ହ୍ୱ।।ଇଟ ହାଉସରେ ଉପସ୍ଥିତ ଥିଲେ

ଦୁଇ ନେତାଙ୍କ ମଧ୍ୟରେ ଅନେକ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଯଥା କୋଭିଡ-୧୯ ମହାମାରୀ, ବିଶ୍ୱ ଅର୍ଥନୀତିର ପୁନରୁଦ୍ଧାର, ଜଳବାୟୁ ପଦକ୍ଷେପ, ଦକ୍ଷିଣ ଏସିଆ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିକଟରେ ଘଟିଥିବା ପରିସ୍ଥିତି ଏବଂ ୟୁକ୍ରେନର ପରିସ୍ଥିତି ଭଳି ପ୍ରସଙ୍ଗରେ ବ୍ୟାପକ ମତ ବିନିମୟ ହୋଇଥିଲା

ନିକଟ ଅତୀତରେ ଦ୍ୱିପାକ୍ଷିକ ସଂପର୍କରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିର ମଧ୍ୟ ସେମାନେ ସ୍ଥିତି ପରଖିଥିଲେ

ଉଭୟ ନେତା ସହମତ ହୋଇଥିଲେ ଯେ ଭାରତ-ଆମେରିକାର ବିସ୍ତୃତ ଆର୍ନ୍ତଜାତୀୟ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଦୁଇ ଦେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ଏବଂ ବିଶ୍ୱ ଶାନ୍ତି, ସମୃଦ୍ଧତା ଏବଂ ସ୍ଥିରତା ପାଇଁ ମଧ୍ୟ ସହାୟକ ହେବ

HS

 

 


(रिलीज़ आईडी: 1815821) आगंतुक पटल : 233
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam