ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଟ୍ୟାଙ୍କ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ହେଲିନା’ ର ସଫଳ ପରୀକ୍ଷଣ

ପୋଷ୍ଟ କରାଯିବା ଦିନାଙ୍କ: 11 APR 2022 3:30PM by PIB Bhubaneswar

  ସ୍ବଦେଶରେ ବିକଶିତ ହେଲିକପ୍ଟରରୁ ଲଞ୍ଚ କରାଯାଉଥିବା ଟ୍ୟାଙ୍କ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ହେଲିନା’ ର 11 ଏପ୍ରିଲ୍ 2022 ରେ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ (ଡିଆରଡିଓ), ଭାରତୀୟ ସେନା ଏବଂ ଭାରତୀୟ ବାୟୁ ସେନାର ବୈଜ୍ଞାନିକଙ୍କ ଟିମ ଦ୍ବାରା ଏହି ପରୀକ୍ଷଣ ୟୁଜର ଭାଲିଡେସନ ଟ୍ରାଏଲ୍‌ ର ଅଂଶ ଭାବରେ ଆୟୋଜିତ କରାଯାଇଥିଲା।

ଏହି ପରୀକ୍ଷଣ ଏକ ଆଡ଼ଭାନ୍ସଡ଼ ଲାଇଟ ହେଲିକପ୍ଟର (ଏଏଲ୍‌ଏଚ) ରୁ କରାଯାଇଥିଲା ଏବଂ କ୍ଷେପଣାସ୍ତ୍ରକୁ ସିମୁଲେଟେଡ୍‌ ଟ୍ୟାଙ୍କ ଟାରଗେଟରେ ସଫଳତା ପୂର୍ବକ ଉତକ୍ଷେପଣ କରାଯାଇଥିଲା। କ୍ଷେପଣାସ୍ତ୍ରକୁ ଏକ ଇମେଜିଂ ଇନ୍‌ଫ୍ରାରେଡ୍‌ (ଆଇଆଇଆର) ସିକର ଦ୍ବାରା ନିର୍ଦ୍ଦେଶିତ କରାଯାଇଥାଏ ଯାହା ଲଞ୍ଚ  ପୂର୍ବରୁ  ଲକ୍ ଅନ୍ ମୋଡରେ କାର୍ଯ୍ୟ କରିଥାଏ। ଏହା ବିଶ୍ବର ଏକ ସବୁଠାରୁ ଆଧୁନିକ ଆଣ୍ଟି-ଟ୍ୟାଙ୍କ ଅସ୍ତ୍ର ମଧ୍ୟରୁ ଗୋଟିଏ।

ଏହି ପରୀକ୍ଷଣ ସେନାର ବରିଷ୍ଠ କମାଣ୍ଡର ଏବଂ ଡିଆରଡିଓରର ବରିଷ୍ଠ ବୈଜ୍ଞାନିକଙ୍କ ଉପସ୍ଥିତିରେ କରାଯାଇ ଥିଲା।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ଭାରତୀୟ ସେନାଙ୍କୁ ସେମାନଙ୍କର ଯୁଗ୍ମ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ବିଭାଗର ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ କଠିନ ପରିସ୍ଥିତିରେ କରାଯାଇଥିବା ଏହି ପ୍ରଶଂସନୀୟ ପ୍ରଚେଷ୍ଟା ପାଇଁ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

BS

 


(ରିଲିଜ ଆଡି: 1815780) ପରିଦର୍ଶକ କାଉଣ୍ଟର : 299