ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାତ୍ମା ଜ୍ୟୋତିବା ଫୁଲେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
11 APR 2022 10:10AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନ ସମାଜ ସଂସ୍କାରକ, ଦାର୍ଶନିକ ତଥା ଲେଖକ ମହାତ୍ମା ଜ୍ୟୋତିବା ଫୁଲେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ସାମାଜିକ ନ୍ୟାୟର ଚାମ୍ପିଅନ୍ ତଥା ଅସଂଖ୍ୟ ଲୋକଙ୍କ ପାଇଁ ଆଶାର ଉତ୍ସ ଭାବରେ ମହାତ୍ମା ଫୁଲେଙ୍କୁ ସମ୍ମାନିତ କରାଯାଇଛି ଏବଂ ସାମାଜିକ ସମାନତା, ମହିଳା ସଶକ୍ତିକରଣ ଏବଂ ଶିକ୍ଷାର ଅଭିବୃଦ୍ଧି ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କର ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ମହାନ ଚିନ୍ତକ ଜ୍ୟୋତିବା ଫୁଲେଙ୍କ ବିଷୟରେ ମଧ୍ୟ ନିଜର ଭାବନା ବାଣ୍ଟିଥିଲେ ଯେଉଁଠାରେ ଶ୍ରୀ ମୋଦୀ କହିଥିଲେ ଯେ ମହାତ୍ମା ଫୁଲେ ବାଳିକାମାନଙ୍କ ପାଇଁ ବିଦ୍ୟାଳୟ ଆରମ୍ଭ କରିଥିଲେ ଏବଂ କନ୍ୟା ଭ୍ରୁଣ ହତ୍ୟା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ଜଳ ସଙ୍କଟ ଦୂର କରିବା ପାଇଁ ଅଭିଯାନ ମଧ୍ୟ ଚଳାଇଥିଲେ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସାମାଜିକ ନ୍ୟାୟର ଚାମ୍ପିଅନ୍ ତଥା ଅସଂଖ୍ୟ ଲୋକଙ୍କ ପାଇଁ ଆଶାର ଉତ୍ସ ଭାବରେ ମହାତ୍ମା ଫୁଲେଙ୍କୁ ସମ୍ମାନିତ କରାଯାଏ । ସେ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ ଯିଏ ସାମାଜିକ ସମାନତା, ମହିଳା ସଶକ୍ତିକରଣ ଏବଂ ଶିକ୍ଷାର ଅଭିବୃଦ୍ଧି ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ । ତାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।”
“ଆଜି ମହାତ୍ମା ଫୁଲେଙ୍କ ଜୟନ୍ତୀ ଏବଂ କିଛି ଦିନ ମଧ୍ୟରେ, ୧୪ ତାରିଖ ଦିନ ଆମେ ଆମ୍ବେଦକର ଜୟନ୍ତୀ ପାଳନ କରିବା । ଗତ ମାସରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି । ମହାତ୍ମା ଫୁଲେ ଏବଂ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ସ୍ମରଣୀୟ ଅବଦାନ ପାଇଁ ଭାରତ ସର୍ବଦା ସେମାନଙ୍କ ନିକଟରେ କୃତଜ୍ଞ ।”
HS
(रिलीज़ आईडी: 1815575)
आगंतुक पटल : 297
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam