ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯: ସଦ୍ୟତମ ସ୍ଥିତି

Posted On: 08 APR 2022 9:15AM by PIB Bhubaneshwar

କୋଭିଡ-୧୯ ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ସ୍ତରରେ ଟିକାଦାନ କାର୍ଯ୍ୟକ୍ରମ ଚାଲିଛି । ଏ ପର୍ଯ୍ୟନ୍ତ ୧୮୫.୩୮ କୋଟି ଟିକା ଦିଆଯାଇ ସାରିଲାଣି । ବର୍ତ୍ତମାନ ଦେଶରେ ୧୧,୪୯୨ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି । ଏହାର ଶତକଡା ହାର ହେଉଛି ୦.୦୩ ଶତାଂଶ । ସେହିପରି ଆରୋଗ୍ୟ ହାର ୯୮.୭୬ ଶତାଂଶ । ଗତ ୨୪ ଘଣ୍ଟା ମଧ୍ୟରେ ୧୨୧୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୪,୨୫,୦୦,୦୦୨ ଜଣ ଆରୋଗ୍ୟ ଲାଭ କରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୯ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୨୪ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୨୩ ଶତାଂଶ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୪,୫୩,୫୮୨ଟି ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୭୯.୨୯ କୋଟି ନମୁନା ପରୀକ୍ଷା କରାଗଲାଣି ।

SSD/DD



(Release ID: 1814969) Visitor Counter : 132