ମହାକାଶ ବିଭାଗ
azadi ka amrit mahotsav g20-india-2023

ଇସ୍ରୋକୁ ସହାୟତା ନିମିତ୍ତ ନୂଆ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ

Posted On: 06 APR 2022 2:09PM by PIB Bhubaneshwar

ଇସ୍ରୋର ଗବେଷଣା କ୍ଷେତ୍ରକୁ ସହାୟତା କରିବା ନିମିତ୍ତ ଦେଶରେ ନୂଆ ନୂଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି କେନ୍ଦ୍ର ଆଣବିକ ଶକ୍ତି ଏବଂ ମହାକାଶ ଗବେଷଣା ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଡ. ସିଂହ ଆଜି ଲୋକସଭାରେ ପ୍ରକାଶ କରିଛନ୍ତି ଯେ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ, ଇସ୍ରୋ ୨୦୨୨ ମସିହାରେ ମହାକାଶ ଗବେଷଣା କ୍ଷେତ୍ରରେ କେତେକ ନୂଆ ପଦକ୍ଷେପ ନେବାକୁ ଯାଉଛି ସେଗୁଡିକୁ ମଧ୍ୟରେ ରହିଛିବ୍ୟବସାୟିକ ଉଦ୍ଦେଶ୍ୟରେ ଗୋଟିଏ ଏବଂ ଭୂପୃଷ୍ଠ ନିରୀକ୍ଷଣ ଉଦ୍ଦେଶ୍ୟରେ ଗୋଟିଏ ପିଏସଏଲଭି ମହାକାଶକୁ ପଠାଯିବା, ଦୁଇଟି କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ରକେଟ ପ୍ରସ୍ତୁତି, ଗୋଟିଏ ଜିଏସଏଲଭି ଉପଗ୍ରହ ରକେଟ ପସ୍ତୁତି ଏବଂ ବ୍ୟବସାୟିକ ଉଦ୍ଦେଶ୍ୟରେ ଜି-ସାଟ ୨୪ ଉପଗ୍ରହ ଉତକ୍ଷେପଣ ରକେଟ ପ୍ରସ୍ତୁତି ଅନ୍ୟ ଏକ ଉପଗ୍ରହ ଉତକ୍ଷେପଣ ରକେଟ ଜିଏସଏଲଭି-ଏମକେ ୩ ମଧ୍ୟ ସ୍ୱତନ୍ତ୍ର ଭାବରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯିବ ଏଥିପାଇଁ ବର୍ତ୍ତମାନ ରହିଥିବା ମହାକାଶ ଗବେଷଣା ଇନକ୍ୟୁବେସନ କେନ୍ଦ୍ର ଏବଂ ଆଞ୍ଚଳିକ ଏକାଡେମିଆ କେନ୍ଦ୍ରକୁ ବର୍ଷକୁ ସର୍ବାଧିକ ୨ କୋଟି ଲେଖାଏଁ ଟଙ୍କା ପୂର୍ବ ପ୍ରଚଳିତ ନୀତିନିୟମ ଭିତ୍ତିରେ ଦିଆଯିବ

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ବୈଦେଶିକ ସଂସ୍ଥାମାନଙ୍କର ସହଯୋଗ ଭିତ୍ତିକ ପ୍ରକଳ୍ପ ପାଇଁ ସରକାର ଆଗ୍ରହୀ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂହ ପ୍ରକାଶ କରିଛନ୍ତି ଭାରତୀୟ ମହାକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ଭୂପୃଷ୍ଠ ନିରୀକ୍ଷଣ କାର୍ଯ୍ୟକ୍ରମ, ଭୂପୃଷ୍ଠ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଉପରେ ମିଳିତ ଗବେଷଣା ନିମିତ୍ତ ସରକାର ଆଗ୍ରହ ପ୍ରକାଶ କରିଛନ୍ତି ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂଗଠନ ଯୁକ୍ତରାଷ୍ଟ୍ର ଆମେରିକାର ନାସା ସଂଗଠନ ସହିତ ମିଶିନାସା-ଇସ୍ରୋ ସିନ୍ଥେଟିକ ଆପାରେଟର ରାଡାରନାମରେ ଭୂପୃଷ୍ଠର ବିଜ୍ଞାନ ଭିତ୍ତିକ ଶିକ୍ଷାକ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି

SSD/DD



(Release ID: 1814203) Visitor Counter : 130


Read this release in: English , Urdu , Marathi , Tamil