ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ବିଜେତାମାନଙ୍କ ନାମ ଘୋଷଣା


ଓଡ଼ିଶାରୁ ଜିତିଲେ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍‌ ସ୍କୁଲର କନିଷ୍କ ଓ ହ୍ଵିପ୍‌ କୁମାର ବେହେରା

ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୩୬ ଜଣ ବିଜେତା

Posted On: 04 APR 2022 4:11PM by PIB Bhubaneshwar

ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ରାଉଣ୍ଡର ୩୬ ଜଣ ବିଜେତାମାନଙ୍କୁ ଚୟନ କରାଯାଇଛି । ଏହି ବିଜେତାମାନେ ପରବର୍ତ୍ତୀ ଜାତୀୟ ରାଉଣ୍ଡରେ ନିଜ ନିଜ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ । ରାଜ୍ୟ ରାଉଣ୍ଡରେ ଓଡ଼ିଶାରୁ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍‌ ସ୍କୁଲ ଦୀପଶିଖାର କନିଷ୍କ ଓ ହ୍ଵିପ୍‌ କୁମାର ବେହେରା ବିଜୟୀ ହୋଇଛନ୍ତି ।

ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ରାଉଣ୍ଡର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ୍ୟତାପ୍ରାପ୍ତ ୩୫୯ ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ସେମାନେ ନିଜ ନିଜ ରାଜ୍ୟସ୍ତରରେ ଚାମ୍ପିଅନ ହେବା ଲାଗି ପ୍ରତିଯୋଗିତା କରିଥିଲେ । ପ୍ରତ୍ୟେକ ରାଜ୍ୟ ଚାମ୍ପିଅନମାନଙ୍କୁ ୨.୭୫ ଲକ୍ଷ ଟଙ୍କାର ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଛି । ପ୍ରତିଯୋଗୀଙ୍କ ପାଇଁ ୨୫ ହଜାର ଏବଂ ସେମାନଙ୍କ ବିଦ୍ୟାଳୟ ପାଇଁ ୨.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ପ୍ରତିଯୋଗୀମାନେ ଫିଟ ଇଣ୍ଡିଆର ପରବର୍ତ୍ତୀ ଜାତୀୟ ପ୍ରତିଯୋଗିତାରେ ନିଜ ରାଜ୍ୟ ତରଫରୁ ଅଂଶଗ୍ରହଣ କରିବେ ।

ରାଜ୍ୟ ପ୍ରତିଯୋଗିତା ଫାଇନାଲରେ ସେମାନଙ୍କ ରାଜ୍ୟରେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରଥମ ଏବଂ ଦ୍ବିତୀୟ ରନର୍ସ ଅପ୍‌ଙ୍କୁ ୧.୧ ଲକ୍ଷ ଟଙ୍କା (ଛାତ୍ରଙ୍କୁ ୧୦ ହଜାର+ବିଦ୍ୟାଳୟକୁ ୧ ଲକ୍ଷ) ଏବଂ ୫୫ ହଜାର ଟଙ୍କା (ଛାତ୍ରଙ୍କୁ ୫ ହଜାର + ବିଦ୍ୟାଳୟକୁ ୫୦ ହଜାର) ଦିଆଯାଇଛି ।

୩୬ଟି ସ୍କୁଲ ଦଳ (ପ୍ରତ୍ୟେକ ରାଜ୍ୟ ଏବଂ/କିମ୍ବା କେନ୍ଦ୍ର ଶାସିତ ପ୍ରଦେଶର ବିଜେତା) ଏବେ ଜାତୀୟ ରାଉଣ୍ଡରେ ଅଂଶଗ୍ରହଣ କରିବେ । ଫିଟ୍‌ ଇଣ୍ଡିଆ ପ୍ରତିଯୋଗିତାର ଜାତୀୟ ରାଉଣ୍ଡ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଏହା ଷ୍ଟାର ସ୍ପୋର୍ଟସ୍‌ ଏବଂ ବିଭିନ୍ନ ସୋଶାଲ ମିଡିଆ ଚ୍ୟାନେଲରେ ପ୍ରସାରଣ କରାଯିବ ।

ଜାତୀୟ କୁଇଜ୍‌ ପ୍ରତିଯୋଗିତାର ବିଜେତା ପ୍ରତିଯୋଗୀ ସେମାନଙ୍କ ଏବଂ ସେମାନଙ୍କ ବିଦ୍ୟାଳୟ ପାଇଁ ଅର୍ଥରାଶି ପୁରସ୍କାର ସ୍ବରୂପ ଜିତିବେ। ତାଙ୍କୁ ଦେଶର ପ୍ରଥମ ଫିଟ୍‌ ଇଣ୍ଡିଆ କୁଇଜ୍‌ ପ୍ରତିଯୋଗିତାର ଚାମ୍ପିଅନ ମାନ୍ୟତା ମିଳିବ ।

 

ନିମ୍ନରେ ବିଭିନ୍ନ ରାଜ୍ୟର ବିଜେତାମାନଙ୍କର ନାମ ଦିଆଗଲା :-

 

1) Jammu Kashmir - Kotwal National Institute of Teaching -Jammu -Ritik Katal & Vasudev Singh Jamwal

  1. Himachal Pradesh - Delhi Public School – Jhakri - Shimla- Mohammad Hammad & Sahil Bhatia
  2. Punjab -Yadavindra Public School Sas Nagar Mohali – Mohali -Manan Thareja & Jaivir Singh Sandhu
  3. Chandigarh - Bhavan Vidyalaya Chandigarh - Chandigarh -Jiya Takeja & Yatharth Ratti
  4. Uttarakhand - Dps Ranipur -Haridwar - Suhana Verma & Anand Jha
  5. Haryana -Dav Multipurpose Public School – Sonipat -Lakshay Sura & Aditya Malik
  6. Delhi - Delhi Public School, RK Puram- Central Delhi - Vedant Singh & Aparna Kanodia
  7. Uttar Pradesh -Sunbeam School Lahartara -Varanasi -Shashwat Mishra & Ayushman Dubey
  8. Bihar - Jay Pratap Singh Public School – Saharsa - Mohit Ranjan & Aashish Ranjan
  9. Sikkim - Don Bosco School - West Sikkim -Jigyasha Giri & Shristi Mukhia Pirthawar
  10. Arunachal Pradesh - Kendriya Vidyalaya, Tengavalley -West Kameng -Kusal Kumar & Sonar Sonam Wange
  11. Nagaland -Kv Lumami Nu – Zunheboto -Tanubhav Bhagowati & Waluniba Longchar
  12. Manipur- Moirangpurel High School -Imphal East -Naorem Diana Chanu & Naorem Diasy Chanu
  13. Mizoram - St Francis Of Assisi High School, Mamit -Mamit -Justin Lalvenpuia & Lalnunpuia
  14. Tripura -Shishu Bihar Hs School - West Tripura - Saswata Bhattacharjee & Utsab Das
  15. Meghalaya - Kendriya Vidyalaya, Tura - West Garo Hills - Prabhjot Kaurm & Sadik Choudhury
  16. Assam -Tezpur Science Academy – Sonitpur - Pragan - Pratim Sharma & Manali Roy
  17. West Bengal - Delhi Public School, Ruby Park - Kolkata - Sreejan Bose & Pushan Bhattacharya
  18. Jharkhand - Delhi Public School, Ranchi - Ranchi -Shakeb Arsalan & Vaishnav Garodia
  19. Odisha - Dav Public School, Ntpc - Deepshikha Kaniha -Angul - Kanishk & Wheep Kumar Behera
  20. Chhattisgarh - Krishna Public School., Kamal Vihar, Raipur -Raipur -Manan Sethia & Ishant Talreja
  21. Madhya Pradesh - Choithram School, North Campus – Indore -Tishya Agrawal & Aaditya Joshi
  22. Gujarat - S B R Maheshwari Vidyapeeth -Surat -Pratik Singh & Sarthak Maheshwari
  23. Maharashtra - P. G. Garodia School (Icse) - Mumbai City - Tanay Gautam Sheth & Aakash Viswanath
  24. Andhra Pradesh - Mjpapbcwr School – Chittoor - B Guru Prasad & A Mani
  25. Goa - Navy Children School - South Goa - Ziyan Charania & Tuhashri Anil Rawal
  26. Lakshadweep -Drkkmkgsss Kalpeni – Lakshadweep -Rana Jabin K P & Shanib Jaleel Cn
  27. Tamil Nadu - Devi Academy Senior Secondary School -Tiruvallur - H Naveed Ahamed & Varun Anand Iyengar
  28. Puducherry - Amalorpavam Lourds Academy – Puducherry - Ajish Priyan.K & Naveena Priyan.S
  29. Andaman Nicobar - Navy Children School -South Andaman - Kazi Ryan Hossain & Aynul Hayat
  30. Telangana - Jubilee Hills Public School - Hyderabad - Vinayak Bhardwaj & Mohak Dugar
  31. Ladakh - Govt Higher Secondary School, Akchamal – Kargil -Nargis Khatoon & Zahir Abass
  32. Rajasthan - St Pauls Sr Sec School – Udaipur - Nalin Bansal & Hunar Pandya
  33. Dadra Nagar Haveli, Daman & Diu - Alok Public School - Dadra Nagar Haveli -Mohit Nilesh Patil & Divyansh Sharma
  34. Karnataka - Kendriya Vidyalaya - Brbnmpl Mysuru – Mysore - Namrata Sanjiv Gunjikar & Yandrapu Indu Hasini
  35. Kerala - Govt. Model Higher Secondary School, Calicut University – Malappuram -Sreenandh Sudheesh & Navaneeth Krishnan

********

P.S.


(Release ID: 1813418) Visitor Counter : 138