ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

କୃଷି ଉଡାନ୍ ଯୋଜନାରେ ଅନ୍ତର୍ଭୁକ୍ତ ହେଲା ୫୩ବିମାନ ବନ୍ଦର

Posted On: 04 APR 2022 2:19PM by PIB Bhubaneshwar

ଗତ ୨୦୨୦ ଅଗଷ୍ଟ ମାସରେ କୃଷି ଉଡାନ୍ ଯୋଜନା କାର୍ଯ୍ୟକାରୀ ହୋଇଥିବା କେନ୍ଦ୍ର ସରକାର ଘୋଷଣା କରିଥିଲେ । କୃଷିଜାତ ପଦାର୍ଥର ଜାତୀୟ ଓ ଅନ୍ତର୍ଜାତୀୟ ଆକାଶପଥରେ ପରିବହନ କରାଯାଇ କୃଷକମାନଙ୍କୁ ସାହାଯ୍ୟ କରାଯିବା ସହିତ କୃଷିଜାତ ପଦାର୍ଥର ଉପଯୁକ୍ତ ମୂଲ୍ୟ କୃଷକଙ୍କୁ ମିଳିବା ଏହି ଯୋଜନାର ଲକ୍ଷ୍ୟ ରହିଥିଲା । ୨୦୨୧ ଅକ୍ଟୋବର ମାସରେ ପୁନର୍ବାର କୃଷି ଉଡାନ୍‌ ୨.୦  ନାମରେ କାର୍ଯ୍ୟକାରୀ କରାଯାଇଥିଲା। ଏଥିରେ ପାର୍ବତ୍ୟାଞ୍ଚଳ, ଉତ୍ତରପୂର୍ବାଞ୍ଚଳ ଏବଂ ତଫସିଲଭୁକ୍ତ ଉପଜାତି ବହୁଳ ଅଞ୍ଚଳରୁ ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷିଜାତ ପଦାର୍ଥର ପରିବହନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପାର୍ବତ୍ୟାଚଂଳ, ଉତ୍ତରପୂର୍ବାଂଚଳ ଏବଂ ତଫସିଲଭୁକ୍ତ ଉପଜାତି ବହୁଳ ଅଞ୍ଚଳର ୨୫ଟି ବିମାନ ବନ୍ଦରକୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯାଇଥିଲା । ସେହି ବିମାନ ବନ୍ଦରଗୁଡିକ ହେଉଛି, ଅଗରତାଲା, ଅଗାଟି, ବରପାନୀ, ଡେରାଡୁନ, ଦିବ୍ରୃଗଡ, ବିମାପୁର, ଜାଗଲ, ଇମ୍ଫାଲ, ଜାମୁ, ଜୋରହାଟ୍‌, କୁଲୁ, ଲେହ, ଲେଙ୍ଗପୁଇ, ଲିଲାବାରୀ, ପକୱଙ୍ଗ, ପନ୍ଥନଗର, ପିଥୋରାଗଡାପ୍ଲୋର୍ଟବ୍ଲେୟାର, ରାୟପୁର, ରାଞ୍ଚି, ରୂପଶୀ, ସିମଲା, ସିଲଚର, ଶ୍ରୀନଗର ଏବଂ ତେଜୁ । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୨୮ଟି ବିମାନବନ୍ଦରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧୀନରେ ଏଗୁଡିକ  ରହିଛି । ଏହି ୨୮ଟି ବିମାନବନ୍ଦର ହେଉଛି, ଜଳନ୍ଧରର ଆଦମ୍‌ପୁର, ଆଗ୍ରା, ଅମୃତସର, ବାଗ୍‌ଡୋଗରା, ବରେଲି, ଭୁଜ୍‌ଚଣ୍ଡିଗଡ, କୋଏମ୍ବାଟୁର, ଗୋଆ, ଗୋରଖପୁର, ହିଣ୍ଡନ, ଇନ୍ଦୋର, ଜୟସେଲମାର୍‌, ଜାମ୍‌ନଗର, ଯୋଧପୁର, କାନ୍‌ପୁର (ଚକେରୀ), କୋଲକାତା, ନାସିକ୍‌, ପଠାନକୋଟ୍‌, ପାଟ୍‌ନା, ପ୍ରୟାଗରାଜ, ପୁଣେ, ରାଜକୋଟ, ତେଜପୁର, ତ୍ରିଚି, ତ୍ରିଭେନ୍ଦ୍ରମ୍‌, ବାରଣାସୀ ଏବଂ ବିଶାଖାପାଟନମ୍ ।

କୃଷି ଉଡାଣ ଯୋଜନା ହେଉଛି ଏକସୂତୀ ଯୋଜନା ଏବଂ ଏଥିପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ନାହିଁ । ଏହି ଯୋଜନାକୁ ସଫଳ କରିବା ୮ଗୋଟି ମନ୍ତ୍ରଣାଳୟ ଏବଂ ବିଭାଗ ସହଯୋଗ କରୁଛନ୍ତି । ଏଗୁଡିକ ହେଲା ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, କୃଷକ କଲ୍ୟାଣ ଏବଂ କୃଷି ବିଭାଗ, ଦୁଗ୍ଧ ପ୍ରକ୍ରିୟା କରଣ ଏବଂ ପଶୁପାଳନ ବିଭାଗ, ମତ୍ସ୍ୟ ବିଭାଗ, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ, ବାଣିଜ୍ୟ ବିଭାଗ, ତଫସିଲଭୁକ୍ତ ଉପଜାତି ମନ୍ତ୍ରଣାଳୟ ଏବଂ ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ ମନ୍ତ୍ରଣାଳୟ ।

ଏହି ଯୋଜନା କୃଷକମାନଙ୍କ ପାଇଁ ଏକ ପ୍ରୋତ୍ସାହନଭିତ୍ତିକ ଯୋଜନା  । ତେଣୁ ଆକାଶପଥରେ କୃଷିଜାତ ପଦାର୍ଥ ପରିବହନକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯାଇଛି । ସେହି ଦେୟସବୁ ହେଲା ଗୋଟିଏ ସ୍ଥାନରୁ ନେଇ ଅନ୍ୟ ସ୍ଥାନରେ ପହଂଚାଇବା, ଯାନବାହନ ପାର୍କିଂ, ଟର୍ମିନାଲ ଦେୟ, ଆକାଶପଥରେ ନ୍ୟାଭିଗେସନ ଦେୟ ଏବଂ ନିର୍ଦ୍ଦିଷ୍ଟ କେତୋଟି ବିମାନ ବନ୍ଦରରେ କେବଳ ଭାରତୀୟ ନାଗରିକଙ୍କ ପାଇଁ ଯାତ୍ରୀରୁ ମାଲପରିବହନକୁ ପରିବର୍ତ୍ତନ କରାଯାଉଥିବା ଦେୟ । ଭାରତୀୟ ବିମାନ ପତନ ପ୍ରାଧିକରଣ ଅଧୀନରେ ଥିବା ବିମାନ ବନ୍ଦରଗୁଡିକ ପାଇଁ ଏହି ଯୋଜନା ପ୍ରଯୁଜ୍ୟ  ।

୨୦୨୧-୨୦୨୨ ଆର୍ଥିକ ବର୍ଷର ଫେବୃୟାରୀ ମାସ ପର୍ଯ୍ୟନ୍ତ ମୋଟ ୧,୦୮,୪୭୯ମେଟିକ୍ ଟନ ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷିଜାତୀୟ ପଦାର୍ଥ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିବହନ କରାଯାଇଛି । ୨୦୨୦-୨୦୨୧ ମସିହାରେ ଏହି ସମୟ ମଧ୍ୟରେ ମାତ୍ର ୮୪,୦୪୨ ମେଟ୍ରିକ ଟନ୍ ମାଲ ପରିବହନ ହୋଇଥିଲା । କୃଷି ଉଡାନ୍ ଯୋଜନା ଏକ ନିରନ୍ତର କାର୍ଯ୍ୟକାରୀ ହେଉଥିବା ଯୋଜନା ଏବଂ ମଝିରେ ମଝିରେ ସମ୍ପୃକ୍ତ ପକ୍ଷମାନଙ୍କ ସହିତ ପରିସ୍ଥିତିର ସମୀକ୍ଷା କରାଯାଇଥାଏ ।

ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଡକ୍ଟର ଭି.କେ. ସିଂ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଜି ରାଜ୍ୟସଭାକୁ ଏହି ତଥ୍ୟ ଦେଇଛନ୍ତି ।

****

SSD/SLP



(Release ID: 1813412) Visitor Counter : 155