ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ-୧୯: ସଦ୍ୟତମ ସ୍ଥିତି

प्रविष्टि तिथि: 02 APR 2022 9:10AM by PIB Bhubaneswar

 

କୋଭିଡ-୧୯ ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ସ୍ତରରେ ଟିକାଦାନ କାର୍ଯ୍ୟକ୍ରମ ଚାଲିଛି । ଏ ପର୍ଯ୍ୟନ୍ତ ୧୮୪.୫୨ କୋଟି ଟିକା ଦିଆଯାଇ ସାରିଲାଣି । ବର୍ତ୍ତମାନ ଦେଶରେ ୧୩.୪୪୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି । ଏହାର ଶତକଡା ହାର ହେଉଛି ୦.୦୩ ଶତାଂଶ । ସେହିପରି ଆରୋଗ୍ୟ ହାର ୯୮.୭୬ ଶତାଂଶ । ଗତ ୨୪ ଘଣ୍ଟା ମଧ୍ୟରେ ୧୪୦୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୪,୨୪,୯୨,୩୨୬ ଜଣ ଆରୋଗ୍ୟ ଲାଭ କରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୬୦ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୨୪ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୨୩ ଶତାଂଶ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୫,୨୮,୦୨୧ଟି ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୭୯.୦୨ କୋଟି ନମୁନା ପରୀକ୍ଷା କରାଗଲାଣି ।

SSD/DD


(रिलीज़ आईडी: 1812865) आगंतुक पटल : 193
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Manipuri , Bengali , Gujarati , Tamil , Malayalam