ପ୍ରତିରକ୍ଷା ମନ୍ତ୍ରଣାଳୟ

29 ମାର୍ଚ୍ଚ 2022 ରେ ଆଇଏନଏସ୍ 316 ର କମିଶନିଂ ସମାରୋହ ଆୟୋଜିତ କରାଯାଇଛି

Posted On: 29 MAR 2022 4:29PM by PIB Bhubaneshwar

ଭାରତୀୟ ନୌସେନାର ଦ୍ବିତୀୟ ପି-8ଆଇ ଏୟାରକ୍ରାଫ୍‌ଟ ସ୍କ୍ବାର୍ଡ଼ନ, ଭାରତୀୟ ନୌସେନା ଏୟାର ସ୍କ୍ବାର୍ଡ଼ନ 316 କୁ ଆଜି ଭାରତୀୟ ନୌସେନାରେ ସାମିଲ୍ କରାଯାଇଛି। ଆଜି ଏକ ଆକର୍ଷଣୀୟ ସମାରୋହ ଆଇଏନଏସ୍ ହଁସା, ଗୋଆ ଠାରେ ଆୟୋଜିତ କରାଯାଇଛି। ଭାରତୀୟ ନୌସେନା ପ୍ରମୁଖ ଆଡମିରାଲ୍ ଆର. ହରି କୁମାର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ।

ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଆଡମିରାଲ୍ ଆର. ହରି କୁମାର କହିଛନ୍ତି ଯେ ଭାରତ ମହାସାଗର କ୍ଷେତ୍ରରେ ଭାରତ, ଏକ ପସନ୍ଦର ସୁରକ୍ଷା ପାର୍ଟନର ଅଟେ, ଯାହା ଏହି କ୍ଷେତ୍ରରେ ପ୍ରଭାବୀ ରଣନୈତିକ ଭୂମିକା ଗ୍ରହଣ କରିବାରେ ଆମର ଦେଶର କ୍ଷମତା ଏବଂ ଏହାର ପରିଚାଳନା ପହଞ୍ଚର  ବିସ୍ତାର କରିବାର ଆବଶ୍ୟକତାକୁ ଦର୍ଶାଇଥାଏ। ଭାରତୀୟ ନୌସେନା ଏହି ପ୍ରତିବଦ୍ଧତାର ଅଭିନ୍ନ ଅଙ୍ଗ ଅଟେ ଏବଂ ଏହି ଉଦ୍ଦେଶ୍ୟର ଅନୁପାଳନରେ ଆଇଏନଏଏସ୍ 316 ର କମିଶନିଂ ଭାରତ ମହାସାଗର କ୍ଷେତ୍ରରେ ସମୁଦ୍ର ସୁରକ୍ଷା ଏବଂ ଯାଞ୍ଚକୁ ବଢ଼ାଇବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ଅଟେ।

ଆଇଏନଏଏସ୍ 316 କୁ ‘କୋଣ୍ଡର୍ସ’ ନାମ ଦିଆଯାଇଛି, ଯାହା ବିଶାଳ ୱିଙ୍ଗ ସହାୟତାରେ ଉଡ଼ୁଥିବା ପୃଥିବୀର ସବୁଠାରୁ ବଡ଼ ୱିଙ୍ଗ ମଧ୍ୟରୁ ଗୋଟିଏ ଅଟେ। ଏହି ସ୍କ୍ବାଡ଼୍ରନର ପ୍ରତୀକ ଚିହ୍ନରେ ସମୁଦ୍ରର ବିଶାଳ ନୀଳ ବିସ୍ତାରରେ ଅନୁସନ୍ଧାନ କରୁଥିବା ଏକ ‘କୋଣ୍ଡୋର’ କୁ ଦର୍ଶାଯାଇଛି। ‘କୋଣ୍ଡର୍ସ’ କୁ ଏକ ଉତ୍କୃଷ୍ଟ ସେନସୋରି କ୍ଷମତା, ଶକ୍ତିଶାଳୀ ଏବଂ ଧାରୁଆ ଟାଲୋନ୍‌ସ ଏବଂ ବିଶାଳ ୱିଙ୍ଗ ପାଇଁ ଜଣା ଯାଇଥାଏ ଯାହା ବାୟୁସେନାର କ୍ଷମତା ଏବଂ ସ୍କ୍ବାଡ଼୍ରନର ପରିକଳ୍ପିତ ଭୂମିକାର ଏକ ସଙ୍କେତ ଅଟେ।

ଆଇଏନଏଏସ୍ 316 ବୋଇଂ ପି-8ଆଇ ବିମାନର ସଞ୍ଚାଳନ କରିବ, ଏହା ମଲ୍‌ଟିରୋଲ୍‌, ଲଙ୍ଗରେଞ୍ଜ ମାରିଟାଇମ୍ ରିକନାଇସାନ୍‌ସ ଆଣ୍ଟି ସବମେରାଇନ୍ ୱାରଫେୟାର (ଏଲଆରଏମଆର ଏଏସଡବ୍ଲୁ)  ବିମାନ ଅଟେ, ଯାହାକୁ ଏୟାର ଟୁ ସିପ୍ ମିସାଇଲ୍ ଏବଂ ଟରପେଡୋସର ବ୍ୟବସ୍ଥାରେ ସମୃଦ୍ଧ କରାଯାଇଛି। ଏହି ‘ଗେମ ଚେଞ୍ଜର’ ବିମାନ ସମୁଦ୍ରର ରକ୍ଷା ଏବଂ ଆକ୍ରମଣ କରିବା, ଇଲେକ୍‌ଟ୍ରୋନିକ୍ ଯୁଦ୍ଧ ମିଶନ, ଗବେଷଣା ଓ ସୁରକ୍ଷା, ୱିପନ ପ୍ଲାଟଫର୍ମ ପାଇଁ ଲକ୍ଷିତ ଡାଟା ଉପଲବ୍ଧ କରାଇବା, ଭାରତୀୟ ସେନା ଏବଂ ଭାରତୀୟ ବାୟୁ ସେନା ପାଇଁ ମହତ୍ତ୍ବପୂର୍ଣ୍ଣ ରକ୍ଷା ସୂଚନା ପ୍ରଦାନ କରିବା ପାଇଁ ସକ୍ଷମ ବ୍ୟବସ୍ଥା ଅଟେ। ଏହା ବ୍ୟତୀତ ଏହା ଭାରତ ମହା ସାଗର କ୍ଷେତ୍ରରେ ଶତ୍ରୁଙ୍କ ଜାହାଜ ଏବଂ ସବମେରାଇନକୁ ଚିହ୍ନଟ କରିବା ଏବଂ ତାହାକୁ ନିଉଟ୍ରାଲାଇଜ୍ କରିବାରେ ଏକ ଉପଯୁକ୍ତ ପ୍ଲାଟଫର୍ମ ଅଟେ। ଏହି ସ୍କ୍ବାଡ଼୍ରନକୁ ବିଶେଷ ଭାବରେର ଅପ୍‌ସନ କ୍ଲଜ୍ କଣ୍ଟ୍ରାକ୍ଟ ଅନୁସାରେ କ୍ରୟ କରାଯାଇଥିବା ଚାରିଟି ନୂଆ ପି-8ଆଇ ବିମାନ ପାଇଁ ତଥା ଆଇଓଆର ରେ କୌଣସି ବିପଦକୁ ଦୂର କରିବା, ଚିହ୍ନଟ କରିବା ଏବଂ ନଷ୍ଟ କରିବା ପାଇଁ ନିଯୁକ୍ତ କରାଯାଇଛି। ଏହି ବିମାନ 30 ଡିସେମ୍ବର 2021 ରେ ହଂସାରୁ ପରିଚାଳିତ ହେଉଛି ଏବଂ ଏହା ସ୍କ୍ବାଡ୍ରନ ପୂର୍ଣ୍ଣ ସ୍ପେକଟ୍ରମ  ସ୍ତର  ଏବଂ ଉପସ୍ତର ନୌସେନା ସଞ୍ଚାଳନ ସହିତ ସମନ୍ବିତ ହୋଇଛି।

ଆଇଏନଏଏସ୍ 316 ର  କମାଣ୍ଡର ଅମିତ ମହାପାତ୍ର ସମ୍ଭାଳୁଛନ୍ତି ଯିଏ ଜଣେ ଦକ୍ଷ ବୋଇଂ ପି-81 ପାଇଲଟ୍ ଅଟନ୍ତି, ଯାହାଙ୍କର ବ୍ୟାପକ ପରିଚାଳନା ଅଭିଜ୍ଞତା ରହିଛି। ସେ ଆଇଏଲ୍-38 ଏବଂ ଡୋର୍ଣ୍ଣିୟର 228 ପରି ସମୁଦ୍ରୀ ଏୟାର ପ୍ଲାଟଫର୍ମ ରୁ ଉଡ଼ାଣ କରିଛନ୍ତି ଏବଂ ଆଇଏନଏସ୍ ବରତଙ୍ଗ କୁ ପରିଚାଳନା କରିବା ସହିତ ଆଇଏନଏସ୍ ତର୍କସର କାର୍ଯ୍ୟକାରୀ ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି

  

BS

 



(Release ID: 1811150) Visitor Counter : 128