ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ରମବର୍ଦ୍ଧିଷ୍ଣୁ ଟିକାଦାନର ସଦ୍ୟତମ ସ୍ଥିତି

Posted On: 29 MAR 2022 9:46AM by PIB Bhubaneshwar

ଦେଶରୁ କରୋନାରୁ ଦୂର କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଏଥିପାଇଁ ସମଗ୍ର ଦେଶରେ ବିନା ମୂଲ୍ୟରେ ସାର୍ବଜନୀନ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଜି ସକାଳ ୭ଟା ସୁଦ୍ଧା ୧,୮୩,୫୩,୯୦,୪୯୯ ଡୋଜ ଟିକା ଦିଆଯାଇ ସାରିଲାଣି । ଏଥିପାଇଁ ବିଭିନ୍ନ ଟିକାଦାନ କେନ୍ଦ୍ରରେ ମୋଟ ୨,୧୮,୪୯,୬୯୮ ଥର ଉଦ୍ୟମ ହୋଇଛି । ୨୦୨୨ ମସିହା ମାର୍ଚ୍ଚ ୧୬ ତାରିଖଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ୧୨ରୁ ୧୪ ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯାଉଛି । ଏ ପର୍ଯ୍ୟନ୍ତ ଏହି ବର୍ଗରେ ୧,୩୬,୮୪,୨୧୫ ଜଣଙ୍କୁ ଟିକା ଦିଆଯାଇ ସାରିଲାଣି ।

ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମୀମାନଙ୍କ ଦ୍ୱାରା ୧,୦୪,୦୩,୫୪୦ ଜଣଙ୍କୁ ପ୍ରଥମ ଡୋଜ, ୯୯,୯୭,୩୭୨ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୪୪,୩୪,୫୧୪ ଜଣଙ୍କୁ ପ୍ରତିଷେଧାତ୍ମକ ଟିକା ଦିଆଯାଇସାରିଲାଣି । କ୍ଷେତ୍ରସ୍ତରୀୟ କର୍ମୀମାନଙ୍କ ଦ୍ୱାରା ୧,୮୪,୧୨,୯୩୮ ଜଣଙ୍କୁ ପ୍ରଥମ ଡୋଜ, ,୭୫,୦୪,୦୭୬ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୬୮,୧୯,୬୫୭ ଜଣଙ୍କୁ ପ୍ରତିଷେଧାତ୍ମକ ଟିକା ଦିଆଯାଇ ସାରିଲାଣି ।

୧୫ରୁ ୧୮ ବୟସ ବର୍ଗରେ ୫,୬୯,୨୪,୫୫୫ ଜଣଙ୍କୁ ପ୍ରଥମ ଡୋଜ ଏବଂ ୩,୭୪,୮୧,୭୩୮ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇସାରିଲାଣି ।

୧୮ରୁ ୪୪ ବର୍ଷ ବୟସ ବର୍ଗରେ ୫୫,୪୩,୮୩,୯୭୪ ଜଣଙ୍କୁ ପ୍ରଥମ ଡୋଜ, ୪୬,୪୨,୯୬,୨୭୪ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇସାରିଲାଣି । ୪୫ରୁ ୫୯ ବର୍ଷ ବୟସ ବର୍ଗରେ ୨୦,୨୭,୦୮,୬୦୯ ଜଣଙ୍କୁ ପ୍ରଥମ ଡୋଜ, ୧୮,୪୯,୪୯,୭୫୭ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଗଲାଣି । ୬୦ ବର୍ଷ ବୟସ ଏବଂ ଅଧିକ ବୟସର ୧୨,୬୭,୦୯,୨୩୪ ଜଣଙ୍କୁ ପ୍ରଥମ ଡୋଜ, ୧୧,୫୨,୦୪,୧୮୩ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୧,୧୪,୭୫,୮୬୩ ଜଣଙ୍କୁ ପ୍ରତିଷେଧାତ୍ମକ ଟିକା ଦିଆଗଲାଣି । ପ୍ରତିଷେଧାତ୍ମକ ଟିକା ୨,୨୭,୩୦,୦୩୪ ଡୋଜକୁ ମିଶାଇ ମୋଟ ୧,୮୩,୫୩,୯୦,୪୯୯ ଜଣଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଗଲାଣି ।

କରୋନା ସମଗ୍ର ଦେଶରେ କମୁଛି । ବର୍ତ୍ତମାନ ୧୫,୩୭୮ ଜଣ ସଂକ୍ରମିତ ଅଛନ୍ତି । ଦେଶରେ ଏହା ସଂକ୍ରମଣ କ୍ଷେତ୍ରରେ ୦.୦୪ ଶତାଂଶ ଅଟେ । ସେହିପରି ଆରୋଗ୍ୟ ହାର ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୧୭୦୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହା ମୋଟ ଆରୋଗ୍ୟ ଲାଭର ୯୮.୭୫ ଶତାଂଶ । ଏ ପର୍ଯ୍ୟନ୍ତ ୪,୨୪,୮୫,୫୩୪ ଜଣ ଆରୋଗ୍ୟ ଲାଭ କରି ସାରିଲେଣି । ଗତ ୨୪ ଘଣ୍ଟାରେ ୧,୨୧୯ ଜଣ ନୂଆ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୫,୭୭,୫୫୯ଟି ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ମୋଟ ୭୮,୭୯,୩୨,୯୧୩ଟି ନମୁନା ପରୀକ୍ଷା ହୋଇସାରିଲାଣି ।

ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୨୨ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୨୫ ଶତାଂଶ ରହିଛି ।

SSD/DD



(Release ID: 1811045) Visitor Counter : 154