ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ-୧୯: ସଦ୍ୟତମ ସ୍ଥିତି

प्रविष्टि तिथि: 27 MAR 2022 9:15AM by PIB Bhubaneshwar

କୋଭିଡ ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ସ୍ତରରେ ଟିକାଦାନ କାର୍ଯ୍ୟକ୍ରମ ଅଧୀନରେ ଏ ପର୍ଯ୍ୟନ୍ତ ୧୮୩.୨୦ କୋଟି ଟିକା ଦିଆଯାଇ ସାରିଲାଣି । ବର୍ତ୍ତମାନ ଦେଶରେ ୧୬,୧୮୭ ଜଣ ସକ୍ରିୟ ରୋଗୀ ଅଛନ୍ତି । ଏହାର ଶତକଡା ହାର ହେଉଛି ୦.୦୪ ଶତାଂଶ । ସେହିପରି ଆରୋଗ୍ୟ ହାର ୯୮.୭୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ ୪,୨୪,୮୨,୨୬୨ ଜଣ ଆରୋଗ୍ୟ ଲାଭ କରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୨୧ ଜଣ ନୂଆ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଦେଶରେ ଦୈନିକ ସକ୍ରମଣ ହାର ୦.୨୩ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୨୭ ଶତାଂଶ ରହିଛି । ଗତ ୨୪ ଘଣ୍ଟା ମଧ୍ୟର ୬,୨୦,୨୫୧ଟି ନମୁନା ପରୀକ୍ଷାକୁ ମିଶାଇ ମୋଟ ୭୮୬୯୨୨୯୬୫ଟି ନମୁନା ପରୀକ୍ଷା ହୋଇ ସାରିଲାଣି ।

SSD/DD


(रिलीज़ आईडी: 1810258) आगंतुक पटल : 232
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Punjabi , Gujarati , Tamil , Telugu , Malayalam