ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ୧୯ ସମ୍ପର୍କୀତ ବିସ୍ତୃତ ସୂଚନା

Posted On: 26 MAR 2022 9:24AM by PIB Bhubaneshwar

ବର୍ତ୍ତମାନ କରୋନା ପ୍ରତିଷେଧକ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଚାଲିଛି । ଏ ପର୍ଯ୍ୟନ୍ତ ଏ ଦିଗରେ ୧୮୨.୮୭ କୋଟି ଡୋଜରୁ ଅଧିକ ଟିକା ଦିଆଯାଇ ସାରିଲାଣି । ୧୨ରୁ ୧୪ ବର୍ଷ ବୟସର ଶିଶୁମାନଙ୍କ କ୍ଷେତ୍ରରେ ୧.୦୭ କୋଟିରୁ ଅଧିକ ଡୋଜ ଟିକା ଦିଆଗଲାଣି । ଆଜି ସକାଳ ୭ଟା ସୁଦ୍ଧା ୧,୮୨,୮୭,୬୮,୪୭୬ ଡୋଜ ଟିକା ଦିଆଗଲାଣି । ଏଥିପାଇଁ ୨,୧୬,୭୫,୬୫୭ ଥର ବିଭିନ୍ନ କେନ୍ଦ୍ରରେ ଉଦ୍ୟମ ହୋଇଛି । ଗତ ୨୦୨୨, ମାର୍ଚ୍ଚ ୧୬ ତାରିଖଠାରୁ ୧୨-୧୪ ବର୍ଷ ବୟସ ମଧ୍ୟରେ ଥିବା ଶିଶୁଙ୍କୁ ଟିକା ଦିଆଯିବା ଆରମ୍ଭ ହୋଇଛି । ଏ ପର୍ଯ୍ୟନ୍ତ ୧,୦୭,୦୩,୯୪୧ ଜଣ ଶିଶୁଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇ ସାରିଲାଣି ।

ସ୍ୱାସ୍ଥ୍ୟ ଯତ୍ନ କର୍ମୀମାନଙ୍କ ଦ୍ୱାରା ପ୍ରଥମ ଡୋଜ ଟିକା ଭାବରେ ୧,୪୦,୩୩୮୭ ଜଣଙ୍କୁ, ଦ୍ୱିତୀୟ ଡୋଜ ଭାବରେ ୯,୯୯,୫୧୬୬ ଜଣଙ୍କୁ ଏବଂ ପ୍ରତିଷେଧମୂଳକ ଭାବରେ ୪୪,୦୯,୦୪୦ ଜଣଙ୍କୁ ଟିକା ଦିଆଗଲାଣି ।

କ୍ଷେତ୍ରସ୍ତରୀୟ କର୍ମୀମାନଙ୍କ ଦ୍ୱାରା ପ୍ରଥମ ଡୋଜ ଭାବରେ ୧,୮୪,୧୨,୬୫୪ ଜଣଙ୍କୁ, ଦ୍ୱିତୀୟ ଡୋଜ ଭାବେ ୧,୭୪,୯୮,୭୦୪ ଜଣଙ୍କୁ ଏବଂ ପ୍ରତିଷେଧମୂଳକ ଭାବରେ ୬୭,୬୯,୧୦୫ ଜଣଙ୍କୁ ଟିକା ଦିଆଗଲାଣି । ୧୫ରୁ ୧୮ ବର୍ଷ ବୟସର ଶିଶୁଙ୍କୁ ପ୍ରଥମ ଡୋଜରେ ୫୬,୭୦,୯୩୭୫ ଏବଂ ଦ୍ୱିତୀୟ ଡୋଜ ଭାବରେ ୩୬୯୦,୩୫୫୫ ଜଣଙ୍କୁ ଟିକା ଦିଆଗଲାଣି । ୧୮ରୁ ୪୪ ବୟସ ବର୍ଗରେ ୫୫,୪୧,୭୦,୭୨୬ ଜଣଙ୍କୁ ପ୍ରଥମ ଡୋଜ ଏବଂ ୪୬,୨୭,୦୨,୨୭୦ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଗଲାଣି । ୪୫ରୁ ୫୯ ବୟସ ବର୍ଗରେ ୨୦,୨୬,୭୦,୭୮୯ ଜଣଙ୍କୁ ପ୍ରଥମ ଡୋଜ ଏବଂ ୧୮,୪୫,୫୩,୭୧୮ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଗଲାଣି । ୬୦ ବର୍ଷରୁ ଅଧିକ ବର୍ଗରେ ୧୨୬୬୮୪୦୪୨ ଜଣଙ୍କୁ ପ୍ରଥମ ଡୋଜ ୧୧,୪୯୫୪,୯୨୨ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୧୧,୨୨,୭୦୮୨ ଜଣଙ୍କୁ ପ୍ରତିଷେଧମୂଳକ ଟିକା ଦିଆଗଲାଣି । ପ୍ରତିଷେଧମୂଳକ ୨,୨୪,୦୫,୨୨୭ ଡୋଜର ଟିକାକୁ ମିଶାଇ ମୋଟ ୧,୮୨,୮୭,୬୮,୪୭୬ ଡୋଜ ଟିକା ଦିଆଗଲାଣି ।

ବର୍ତ୍ତମାନ କ୍ରମାଗତ ଭାବରେ କରୋନା କମି ଚାଲିଛି । ଆଜି ଦେଶରେ ୧୬,୭୪୧ ଜଣ କରୋନା ରୋଗୀ ରହିଥିବା ଜଣାପଡିଛି । ଏହା ଦେଶର ମୋଟ ସକ୍ରିୟ ରୋଗୀଙ୍କର ୦.୦୪ ଶତାଂଶ ଅଟେ ।

ସେହିପରି ଆରୋଗ୍ୟ ଲାଭ କ୍ଷେତ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୨.୩୪୯ ଜଣ ସୁସ୍ଥ ହୋଇଛନ୍ତି । ଦେଶର ସୁସ୍ଥ ହାର କ୍ଷେତ୍ରରେ ଏହା ୯୮.୭୫ ଶତାଂଶ । ଏ ପର୍ଯ୍ୟନ୍ତ ମୋଟ ୪,୨୪,୮୦,୪୩୬ ଜଣ ଆରୋଗ୍ୟ ଲାଭ କରିଲେଣି । ଗତ ୨୪ ଘଣ୍ଟାରେ ୧୬୬୦ ଜଣ ନୂଆ ସଂକ୍ରମିତ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୬,୫୮,୪୮୯ ଟି ନମୁନା ପରୀକ୍ଷା ହୋଇ ମୋଟ ୭୮,୬୩,୦୨୭୧୪ ଟି ନମୁନା ପରୀକ୍ଷା ହୋଇ ସରିଲାଣି ।

ଦୈନିକ ଏବଂ ସାପ୍ତାହିକ ସଂକ୍ରମଣହାର ମଧ୍ୟ କମୁଛି । ଆଜି ସକାଳ ୭ଟା ସୁଦ୍ଧା ଦୈନିକ ସଂକ୍ରମଣ ହାର ୦.୨୫ ଶତାଂଶ ରହିଥିଲା ଏବଂ ସାପ୍ତାହିକୀ ସଂକ୍ରମଣ ୦.୨୯ ଶତାଂଶ ରହିଥିଲା ।

SSD/DD



(Release ID: 1810026) Visitor Counter : 174