ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ସଂକ୍ଷେପରେ ଦେଶରେ କରୋନାର ସତ୍ୟତମ ସ୍ଥିତି
ପୋଷ୍ଟ କରାଯିବା ଦିନାଙ୍କ:
11 MAR 2022 9:11AM by PIB Bhubaneshwar
ସମଗ୍ର ଦେଶରେ କରୋନା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ଦେଶବ୍ୟାପି ଟିକାଦାନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏ ପର୍ଯ୍ୟନ୍ତ ୧୭୯.୭୨ କୋଟି ଡୋଜ୍ ଟିକା ଦିଆଯାଇ ସାରିଲାଣି । ସର୍ବଶେଷ ତଥ୍ୟ ଅନୁଯାୟୀ ଦେଶରେ ୪୨,୨୧୯ ଜଣ ସକ୍ରିୟ ରୋଗୀ ଅଛନ୍ତି । ଦେଶରେ ରୋଗୀଙ୍କ ହାର ଠ.୧ଠ ଶତାଂଶ ରହିଛି । ରୋଗୀଙ୍କର ଆରୋଗ୍ୟ ହାର ୯୮.୭ଠ ଶତାଂଶ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ୬,୨ଠ୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏ ପର୍ଯ୍ୟନ୍ତ ୪,୨୪,୨୬,୩୨୮ ଜଣ ସମଗ୍ର ଦେଶରେ ଆରୋଗ୍ୟ ଲାଭ କରିସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୪,୧୯୪ ଜଣ ନୂଆ ସଂକ୍ରମିତ ହୋଇଛନ୍ତି ।
ବର୍ତ୍ତମାନ ଦୈନିକ ସଂକ୍ରମିତ ହାର ୦.୫୨ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୫୫ ଶତାଂଶ ରହିଛି । ଗତ ୨୪ ଘଣ୍ଟାରେ ୮,୧୨,୩୬୫ଟି ନମୁନା ପରୀକ୍ଷାକୁ ମିଶାଇ ମୋଟ ୭୭.୬୮ କୋଟି ନମୁନା ପରୀକ୍ଷା ହୋଇ ସାରିଲାଣି ।
SSD/MB
(ରିଲିଜ ଆଡି: 1805134)
ପରିଦର୍ଶକ କାଉଣ୍ଟର : 189
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam