ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଦେଶରେ କରୋନାର ସଦ୍ୟତମ ସ୍ଥିତି
ପୋଷ୍ଟ କରାଯିବା ଦିନାଙ୍କ:
08 MAR 2022 9:21AM by PIB Bhubaneshwar
ସମଗ୍ର ଦେଶରେ କରୋନା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ଦେଶବ୍ୟାପି ଟିକାଦାନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏପର୍ଯ୍ୟନ୍ତ ୧୭୩.୧୩ କୋଟି ଡୋଜ୍ ଟିକା ଦିଆଗଲାଣି । ସବିଶେଷ ତଥ୍ୟ ଅନୁଯାୟୀ ଦେଶରେ ୪୯,୯୪୮ ଜଣ ସକ୍ରିୟ ରୋଗୀ ଅଛନ୍ତି । ଦେଶରେ ସକ୍ରିୟ ରୋଗୀଙ୍କ ହାର ଠ.୧୨ ଶତାଂଶ ରହିଛି । ରୋଗୀଙ୍କର ଆରୋଗ୍ୟ ହାର ୯୮.୬୮ ଶତାଂଶ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ୮,ଠ୫୫ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ୪,୨୪,ଠ୬,୧୫ଠ ଜଣ ସମଗ୍ର ଦେଶରେ ଆରୋଗ୍ୟ ଲାଭ କରି ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୩,୯୯୩ ଜଣ ନୂଆ ସଂକ୍ରମିତ ହୋଇଛନ୍ତି ।
ବର୍ତ୍ତମାନ ଦୈନିକ ସଂକ୍ରମିତ ହାର ଠ.୪୬ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ଠ.୬୮ ଶତାଂଶ ରହିଛି । ଗତ ୨୪ ଘଣ୍ଟାରେ ୮,୭୩,୩୯୫ଟି ନମୁନା ପରୀକ୍ଷାକୁ ମିଶାଇ ମୋଟ ୭୭.୪୩ କୋଟି ନମୁନା ପରୀକ୍ଷା ହୋଇ ସାରିଲାଣି ।
SSD/MB
(ରିଲିଜ ଆଡି: 1804019)
ପରିଦର୍ଶକ କାଉଣ୍ଟର : 228
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam