ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ନକଲି ୱେବସାଇଟ୍‌ ସମ୍ପର୍କରେ ସ୍ପଷ୍ଟୀକରଣ

Posted On: 07 MAR 2022 6:01PM by PIB Bhubaneshwar

ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ସହ ମେଳ ଖାଉଥିବା କେତେକ ୱେବସାଇଟ୍‌ (ଯେପରିକି www.sarvashiksha.online, https://samagra.shikshaabhiyan.co.in, https://shikshaabhiyan.org.in) ଜରିଆରେ ନିରୀହ ଆବେଦନକାରୀମାନଙ୍କୁ ଠକିବା ଲାଗି ଉଦ୍ୟମ କରାଯାଉଥିବା ମନ୍ତ୍ରଣାଳୟର ଦୃଷ୍ଟିଗୋଚର ହୋଇଛି ।

ଆଶାୟୀ ପ୍ରାର୍ଥୀମାନଙ୍କୁ ଏସବୁ ୱେବସାଇଟ୍‌ ଜରିଆରେ ନିଯୁକ୍ତି ସୁଯୋଗର ପ୍ରଲୋଭନ ଦିଆଯାଉଛି । ୱେବସାଇଟ୍‌ର ଲେ ଆଉଟ୍‌, ବିଷୟବସ୍ତୁ ଏବଂ ଉପସ୍ଥାପନା ମୂଳ ୱେବସାଇଟ୍‌ ଭଳି ହୋଇଥିବାରୁ ଚାକିରି ଆଶାୟୀମାନେ ଠକାମିର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏସବୁ ୱେବସାଇଟ୍‌ ଜରିଆରେ ପ୍ରାର୍ଥୀମାନଙ୍କ ଠାରୁ ଆବେଦନ ଲାଗି ଅର୍ଥ ମଧ୍ୟ ଆଦାୟ କରାଯାଉଥିବାର ଜଣାପଡ଼ିଛି । ଉପରୋକ୍ତ ୱେବସାଇଟ୍‌ଗୁଡ଼ିକ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଓ ସାକ୍ଷରତା ବିଭାଗର ଦୃଷ୍ଟିକୁ ଆସିଥିବା ବେଳେ ଏପରି ଆହୁରି କିଛି ୱେବସାଇଟ୍‌/ସୋସିଆଲ ମିଡିଆ ଆକାଉଣ୍ଟ ଥାଇପାରେ ଯାହା ମାଧ୍ୟମରେ ଚାକିରି ପ୍ରତିଶ୍ରୁତି ଦିଆଯାଇ ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ଅର୍ଥ ଦାବି କରାଯାଉଥିବ ।

ଏତଦ୍‌ ଦ୍ୱାରା ଜନସାଧାରଣଙ୍କ ଅବଗତି ନିମନ୍ତେ ପରାମର୍ଶ ଦିଆଯାଉଛି ଯେ, ଚାକିରି ପାଇଁ ଆବେଦନ କରିବା ସମୟରେ ଏପରି ୱେବସାଇଟ୍‌ ଠାରୁ ସତର୍କ ରହିବା ଆବଶ୍ୟକ । ଜନସାଧାରଣ କୌଣସି ୱେବସାଇଟରେ ଅବେଦନ କରିବା ପୂର୍ବରୁ ନିଜର ହିତ ରକ୍ଷା ନିମନ୍ତେ ସେହି ୱେବସାଇଟ୍‌ ଅସଲି କି ନୁହେଁ ସେ ସମ୍ପର୍କରେ ସମ୍ପୃକ୍ତ ବିଭାଗ ଠାରୁ ବ୍ୟକ୍ତିଗତ ଅନୁସନ୍ଧାନ, ଟେଲିଫୋନ୍‌ କଲ, ଇ-ମେଲ୍‌ ଜରିଆରେ ସୁନିଶ୍ଚିତ କରିବା ଆବଶ୍ୟକ । ଯେଉଁ ଲୋକମାନେ ଏସବୁ ୱେବସାଇଟ୍‌ରେ ଆବେଦନ କରିବେ ସେମାନେ କୌଣସି ପ୍ରକାର ଠକାମିର ଶିକାର ହେଲେ ଏଥିପାଇଁ କେବଳ ସେହିମାନେ ହିଁ ଦାୟୀ ରହିବେ ।

 

*******

P.S.



(Release ID: 1803701) Visitor Counter : 147