ପ୍ରତିରକ୍ଷା ମନ୍ତ୍ରଣାଳୟ
ପ୍ରତିରକ୍ଷା ସହଯୋଗକୁ ସୁଦୃଢ କରିବାକୁ ଆଗ୍ରାରେ ଭାରତ-ଆମେରିକା ଊନବିଂଶ ସାମରିକ ବୈଠକ ଅନୁଷ୍ଠିତ
ପୋଷ୍ଟ କରାଯିବା ଦିନାଙ୍କ:
02 MAR 2022 3:22PM by PIB Bhubaneshwar
ପ୍ରତିରକ୍ଷା ସହଯୋଗକୁ ଅଧିକ ସୁଦୃଢ କରିବା ପାଇଁ ଉତ୍ତରପ୍ରଦେଶର ଆଗ୍ରାଠାରେ ଗତ ମଙ୍ଗଳବାର ଆମେରିକା ଓ ଭାରତ ମଧ୍ୟରେ ଊନବିଂଶ ସାମରିକ ସହଯୋଗ ଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏମ୍ସିଜି ବା ମିଲିଟାରୀ କୋପେରସନ ଗ୍ରୁପ ଭାବେ ପରିଚିତ ଏହି ବୈଠକରେ ଭାରତ ପକ୍ଷରୁ ସିଆଏସସି (ଚେୟାରମ୍ୟାନ ଚିଫ୍ସ ଅଫ ଷ୍ଟାଫ କମିଟି)ର ଇଣ୍ଡିଗ୍ରେଡେଟ ଡିଫେନ୍ସ ଷ୍ଟାଫ ମୁଖ୍ୟ ଏୟାର ମାର୍ଶଲ ବି. ଆର. କୃଷ୍ଣ ଏବଂ ଆମେରିକା ପକ୍ଷରୁ ସେଠାକାର ଇଣ୍ଡୋ-ପ୍ୟାସିଫିକ୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଷ୍ଟିଫେନ ଡି ସ୍କେଲନ୍କା ମିଳିତଭାବେ ଅଧ୍ୟକ୍ଷତା କରିଥିଲେ । ଆଲୋଚନାରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗକୁ ଅଧିକ ସୁଦୃଢ କରିବା ଉପରେ ଗୁରୁ୍ତ୍ୱ ଆରୋପ କରାଯାଇଥିଲା । ବର୍ତ୍ତମାନର ସାମରିକ ସହଯୋଗ ପରିସର ଭିତରେ ଆଉ ଅଧିକ କ’ଣ କରାଯାଇପାରେ ସେ ବିଷୟରେ ମଧ୍ୟ ଉଭୟ ପକ୍ଷ ଆଲୋଚନା କରିଥିଲେ ।
N5NY.JPG)

ଦୁଇଦେଶ ମଧ୍ୟରେ ସାମରିକ ସହଯୋଗକୁ ସୁଦୃଢ କରିବାକୁ କାମ କରିବା ନିମନ୍ତେ ଭାରତ-ଆମେରିକା ଏମ୍ସିଜି, ଏକ ମଞ୍ଚ ଭାବେ ଗଠିତ ହୋଇଛି । ଏହି ମଞ୍ଚରେ ସାମରିକ ସହଯୋଗ ବୃଦ୍ଧି ପାଇଁ ଦୁଇପକ୍ଷ ମଧ୍ୟରେ ନିୟମିତ ଆଲୋଚନା କରିବାକୁ ବ୍ୟବସ୍ଥା ରହିଛି । ବିଶେଷଭାବେ ରଣକୌଶଳାତ୍ମକ କ୍ଷେତ୍ର ଓ ସାମରିକ କାର୍ଯ୍ୟାନୁଷ୍ଠାନ ବା ଅଭିଯାନ କ୍ଷେତ୍ରରେ କିପରି ଦୁଇପକ୍ଷର ସାମରିକ ସଦର କାର୍ଯ୍ୟାଳୟ ମଧ୍ୟରେ ନିୟମିତ ସମ୍ପର୍କ ରକ୍ଷା କରାଯାଇପାରିବ ସେଥିପାଇଁ ଏମ୍ସିଜି କାର୍ଯ୍ୟ କରୁଛି । ଭାରତର ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ଓ ଆମେରିକାର ଇଣ୍ଡୋ-ପ୍ୟାସିଫିକ କମାଣ୍ଡ ମଧ୍ୟରେ ଏହା ଦ୍ୱାରା ସିଧାସଳଖ ସମ୍ପର୍କ ସ୍ଥାପନ ସମ୍ଭବ ହୋଇଛି ।
****
TKM /SLP
(ରିଲିଜ ଆଡି: 1802467)
ପରିଦର୍ଶକ କାଉଣ୍ଟର : 285