ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କରୋନାର କ୍ରମବର୍ଦ୍ଧିଷ୍ଣୁ ସ୍ଥିତି ମୁଖ୍ୟାଂଶ
ଦେଶରେ କ୍ରମବର୍ଦ୍ଧିଷ୍ଣୁ ଟିକାଦାନ ୧୭୩.୪୨ କୋଟି ଅତ୍ରିକମ କରିଲାଣି ।
ଗତ ୨୪ଘଣ୍ଟାରେ ୪୪. ୬୮ ଡୋଜ ଟିକା ଦିଆଯାଇଛି ।
ବର୍ତ୍ତମାନର ସୁସ୍ଥହାର ୯୭.୮୨%
ବର୍ତ୍ତମାନ ୪, ୨୩, ୧୨୭ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ସାପ୍ତାହିକ ସଂକ୍ରମଣ ହାର ୩. ୬୩%
ଗତ ୨୪ଘଣ୍ଟାରେ ୨୭,୪୦୯ଜଣ ସଂକ୍ରମିତ ହୋଇଛନ୍ତି ।
Posted On:
15 FEB 2022 9:23AM by PIB Bhubaneshwar
ଦେଶରେ କୋଭିଡ ଟିକାକରଣ କାର୍ଯ୍ୟ ଅବ୍ୟାହତ ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ୪୪, ୬୮, ୩୬୫ ଜଣଙ୍କୁ ଟିକା ଦିଆଯାଇଛି । ଏହାଫଳରେ ଦେଶରେ ଟିକାକରଣ ୧, ୭୩, ୪୨, ୬୨, ୪୪୦ ଡୋଜରେ ପହଂଚିଛି । ଏହି ସଫଳତା ପାଇଁ ୧, ୯୫, ୨୬, ୮୯୯ ଥର ଚେଷ୍ଟା କରାଯାଇଛି । ଏହି ସଫଳତା କ୍ଷେତ୍ରରେ ସ୍ୱାସ୍ଥ୍ୟ ଯତ୍ନକର୍ମୀ ଏବଂକ୍ଷେତ୍ରସ୍ତରୀୟ କର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ସ୍ୱାସ୍ଥ୍ୟ ଯତ୍ନ କର୍ମୀମାନଙ୍କ ଦ୍ୱାରା ପ୍ରଥମ ଡୋଜ ଭାବରେ ୧, ୦୩, ୯୯, ୭୦୧ ଜଣଙ୍କୁ,ଦ୍ୱିତୀୟ ଡୋଜ ଭାବରେ ୯୯, ୩୬, ୧୪୮ଜଣଙ୍କୁ ଏବଂ ପ୍ରତିଷେଧକମୂଳକ ଡୋଜ ଭାବରେ ୩୯,୧୫, ୭୦୪ ଜଣଙ୍କୁ ଟିକା ଦିଆଯାଇଛି ।
କ୍ଷେତ୍ରସ୍ତରୀୟ କର୍ମୀମାନଙ୍କ ଦ୍ୱାରା ପ୍ରଥମ ଡୋଜ ଭାବରେ ୧, ୮୪, ୦୫, ୭୬୭ଜଣଙ୍କୁ, ଦ୍ୱିତୀୟ ଡୋଜ ଭାବରେ ୧, ୭୩, ୮୫, ୬୬୫ ଜଣଙ୍କୁ ଏବଂ ପ୍ରତିଷେଧକ ମୂଳକ ଷହାଜ ଭାବରେ ୫୪, ୬୯, ୧୨୭ଜଣଙ୍କୁ ଟିକା ଦିଆଯାଇଛି । ୧୫ରୁ ୧୮ବର୍ଷ ମଧ୍ୟରେ ଥିବା ଲୋକଙ୍କ କ୍ଷେତ୍ରରେ ୫, ୨୪, ୩୪, ୫୫୮ ଜଣଙ୍କୁ ପ୍ରଥମ ଡୋଜ ୧, ୬୪, ୦୮, ୮୪୧ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ୧୮ରୁ ୪୪ବର୍ଷ ବୟସ ମଧ୍ୟରେ ଥିବା ଲୋକଙ୍କ କ୍ଷେତ୍ରରେ ୫୪, ୮୬, ୬୨, ୧୩୩ ଜଣଙ୍କୁ ପ୍ରଥମ ଡୋଜ, ୪୨, ୮୪, ୨୧, ୩୬୯ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ୪୫ରୁ ୫୯ବର୍ଷ ବୟସ ମଧ୍ୟରେ ଥିବା ଲୋକଙ୍କ କ୍ଷେତ୍ରରେ ୨୦, ୧୭,୪୩, ୮୭୯ ଜଣଙ୍କୁ ପ୍ରଥମ ଡୋଜ, ୧୭, ୬୭, ୩୪, ୫୧୧ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ୫୦ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ୧୨, ୫୯, ୭୫, ୭୪୫ ଜଣଙ୍କୁ ପ୍ରଥମ ଡୋଜ ୧୧, ୦୧, ୧୦, ୩୯୮ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ପ୍ରତିଷେଧକମୂଳକ ଭାବରେ ୮୨, ୫୮,୮୯୪ଜଣଙ୍କୁ ଟିକା ଦିଆଯାଇଛି । ପ୍ରତିଷେଧକ ଡୋଜ ଭାବରେ ୧, ୭୪, ୪୩, ୭୨୫ଜଣଙ୍କୁ ମିଶାଇ ମୋଟ ୧, ୭୩, ୪୨, ୬୨, ୪୪୦ଡୋଜ ଟିକା ଦିଆଯାଇସାରିଲାଣି ।
ଗତକାଲି ୮୨,୮୧୭ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ମୋଟ ୪, ୧୭, ୬୦, ୪୫୮ଜଣ ସୁସ୍ଥ ହୋଇସାରିଲେଣି । ସୁସ୍ଥ ହେବା ହାର ଦେଶରେ ୯୭. ୮୨ ଶତାଂଶ ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ୨୭, ୪୦୯ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪, ୨୩, ୧୨୭ରେ ପହଞ୍ଛିଛି । କରୋନା ସଂକ୍ରମିତ ମଧ୍ୟରୁ ସକ୍ରିୟ ରୋଗୀଙ୍କ ହାର ୦.୯୯ ଶତାଂଶ । ଦେଶରେ କରୋନା ପରୀକ୍ଷା କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଇଛି । ଗତ୨୪ଘଣ୍ଟା ମଧ୍ୟରେ ୧୨, ୨୯, ୫୩୬ଟି ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୭୫, ୩୦, ୩୩, ୩୦୨ ଟି ନମୁନା ପରୀକ୍ଷା କରାଗଲାଣି । ସାପ୍ତାହିକ ସକ୍ରିୟହାର ୩. ୬୩ଶତାଂଶ ଏବଂ ଦୈନିକ ସକ୍ରିୟହାର ୨. ୨୩ ଶତାଂଶ ରହିଛି ।
*****
SSD / SLP
(Release ID: 1798503)
Visitor Counter : 241
Read this release in:
Telugu
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Malayalam