ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ କରୋନାର ସଦ୍ୟତମ ସ୍ଥିତି

Posted On: 14 FEB 2022 9:12AM by PIB Bhubaneshwar

ସମଗ୍ର ଦେଶରେ କରୋନା ଟିକାଦାନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଏଯାବତ ୧୭୨.୯୫ କୋଟି ଡୋଜ ଟିକା ଦିଆ ସରିଲାଣି । ସବିଶେଷ ତଥ୍ୟ ଅନୁଯାୟୀ ଦେଶରେ ୪,୭୮.୮୮୨ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି । ସକ୍ରିୟ ରୋଗୀଙ୍କ ହାର ୧.୧୨% ରହିଛି । କରୋନାରୁ ସୁସ୍ଥ ହେଉଥିବା ହାର ୯୭.୬୮% ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୧.୯୩୦ ଜଣ କରୋନାରୁ ଆରୋଗ୍ୟ ହାସଲ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ୪,୧୬,୭୭,୬୪୧ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ହ୍ରାସ ପାଉଛି ଏବଂ ୩.୧୯ ଶତାଂଶ ରହିଛି । ସେହିପରି ସାପ୍ତାହିକ ସଂକ୍ରମଣ ହାର କମି ୩.୯୯ ଶତାଂଶ ରହିଛି । ଏ ପର୍ଯ୍ୟନ୍ତ ଦେଶରେ ୭୫.୧୮ କୋଟି ନମୁନା ପରୀକ୍ଷା କରାଯାଇ ସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୦,୬୭,୯୦୮ ନମୁନା ପରୀକ୍ଷା ହୋଇଛି ।

SSD/DD



(Release ID: 1798287) Visitor Counter : 164