କ୍ରମିକ ସଂଖ୍ୟା
|
ପ୍ରଶ୍ନ
|
ଉତ୍ତର
|
1
|
ଆରଆରବି କ’ଣ? ଏହାର ଭୂମିକା ଏବଂ କାର୍ଯ୍ୟକାରିତା କ’ଣ?
|
ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରିଥାଏ। ଏହା ମୁଖ୍ୟତଃ ଗ୍ରୁପ ‘ସି’ ପାହ୍ୟାର କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଦାୟୀ।
ଦେଶରେ ୨୧ଟି ଆରଆରବି ରହିଛି। ପ୍ରତ୍ୟେକ ଆରଆରବିରେ ଜଣେ ଅଧ୍ୟକ୍ଷ, ଏବଂ ଜଣେ ସଦସ୍ୟ ସଚିବ ଏବଂ ଜଣେ ସହାୟକ ସଚିବ ଓ ସହାୟକ ଅଣ ଗେଜେଟେଡ୍ କର୍ମଚାରୀ ରହିଥାନ୍ତି।
|
2
|
ପୂର୍ବ ଆରଆରବିଗୁଡ଼ିକ ଦ୍ବାରା କରାଯାଇଥିବା ନିଯୁକ୍ତି
|
୨୦୧୮ ପରଠାରୁ ଆରଆରବିଗୁଡ଼ିକ ପକ୍ଷରୁ ୨ ଲକ୍ଷ ୮୩ ହଜାର ୭୪୭ଟି ଖାଲି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ୧.୩୨ ଲକ୍ଷରୁ ଅଧିକ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ଅବଶିଷ୍ଟ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। କୋଭିଡ ୧୯ ମହାମାରୀ ସତ୍ତ୍ବେ ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଆରଆରବିଗୁଡ଼ିକ ପ୍ରାୟ ୪ କୋଟି ପ୍ରାର୍ଥୀଙ୍କ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଆୟୋଜନ କରିଛି।
|
3.
|
ଦୁଇଟି ପର୍ଯ୍ୟାୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କାହିଁକି କରାଗଲା?
|
ନିଯୁକ୍ତି ବିଜ୍ଞପ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ହୋଇଥିଲେ ଏବଂ ଏହା ୧ କୋଟିରୁ ଊର୍ଦ୍ଧ୍ବ ହୋଇଥିଲେ ଦୁଇଟି ପର୍ଯ୍ୟାୟରେ ସିବିଟି କରିବା ଲାଗି ପରାମର୍ଶ ଦିଆଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ହେଉଥିବା ସିବିଟି ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଚୟନରେ ସହାୟକ ହୋଇଥାଏ। ଦ୍ବିତୀୟ ପର୍ଯ୍ୟାୟ ସିବିଟି ସୀମିତ ପ୍ରାର୍ଥୀଙ୍କୁ ନେଇ ହୋଇଥାଏ ଯାହାଫଳରେ ନିଯୁକ୍ତି ପ୍ରକ୍ରିୟା ଅଧିକ ସ୍ବାଭାବିକ ହୋଇପାରିବ ଏବଂ ଚୂଡ଼ାନ୍ତ ତାଲିକା ଅଧିକ ଉଚିତ୍ ଓ ସ୍ବଚ୍ଛ ହେବ।
|
4.
|
ଦ୍ବିତୀୟ ପର୍ଯ୍ୟାୟ ସିବିଟି ପାଇଁ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିବାର ଆଧାର କ’ଣ?
|
୨୦୧୫ର ରେଳବାଇ ନିଯୁକ୍ତି ବୋର୍ଡ ମାନୁଆଲ ଅନୁଯାୟୀ, ଅଣ ବୈଷୟିକ ଲୋକପ୍ରିୟ ବର୍ଗ ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଖାଲି ପଦବୀର ଦଶ ଗୁଣା ପ୍ରାର୍ଥୀମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟ ସିବିଟି ପାଇଁ ଚୟନ କରାଯିବ। ଏହା ଗୋଟିଏ କିମ୍ବା ସୀମିତ ସଂଖ୍ୟକ ଶିଫ୍ଟରେ ପ୍ରାର୍ଥୀମାନଙ୍କର ପରିଚାଳନା କରିବାରେ ସହାୟକ ହୋଇଥାଏ। ପ୍ରାଥମିକ ପର୍ଯ୍ୟାୟ ସିବିଟି ପରେ ବଛା ହୋଇଥିବା ଯଥେଷ୍ଟ ସଂଖ୍ୟକ ପ୍ରାର୍ଥୀମାନଙ୍କୁ ମେରିଟ୍ ଆଧାରରେ ଚୟନ କରାଇବାରେ ମଧ୍ୟ ଏହା ସହାୟକ ହୁଏ। ଏହି ନିୟମକୁ ପୂର୍ବରୁ ପ୍ରକାଶ ପାଇଥିବା କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞପ୍ତି (ସିଇଏନ) 02/2010 (ସ୍ନାତକମାନଙ୍କ ପାଇଁ) ଏବଂ (ସିଇଏନ) 04/2010 (10+2)ମାନଙ୍କ ପାଇଁ ଲାଗୁ ହୋଇଥିଲା। ଏଠାରେ ମଧ୍ୟ ଖାଲି ପଦବୀର ୧୦ ଗୁଣା ଅଧିକ ପ୍ରାର୍ଥୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ସିବିଟି ପାଇଁ ଡକାଯାଇଥିଲା। ପରେ ସିଇଏନ 03/2015 (ସ୍ନାତକ)ରେ ଏହାକୁ ୧୫ ଗୁଣା କରି ଦିଆଯାଇଥିଲା।
|
5.
|
ଏନଟିପିସି ପରୀକ୍ଷା ପାଇଁ ଦ୍ବିତୀୟ ପର୍ଯ୍ୟାୟ ସିବିଟି ଲାଗି କେତେଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି?
|
ସିଇଏନ ୦୧/୨୦୧୯ ପାଇଁ, ପ୍ରଥମ ପର୍ଯ୍ୟାୟ ସିବିଟିକୁ ସମସ୍ତ ସ୍ନାତକ ଏବଂ 10+2 ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ସିବିଟି ପାଇଁ ବିଜ୍ଞପିତ ଖାଲି ପଦବୀର ୨୦ ଗୁଣା ପ୍ରାର୍ଥୀଙ୍କୁ ଡାକିବା ନିମନ୍ତେ ସୁପାରିସ କରାଯାଇଥିଲା। ଯାହାଫଳରେ ପ୍ରଥମ ପର୍ଯ୍ୟାୟ ସିବିଟି ଜରିଆରେ ପ୍ରାର୍ଥୀ ଚୟନ ପରେ ଦ୍ବିତୀୟ ପର୍ଯ୍ୟାୟ ସିବିଟିରେ ଯଥେଷ୍ଟ ସଂଖ୍ୟକ ପ୍ରାର୍ଥୀଙ୍କୁ ପରୀକ୍ଷାରେ ବସିବା ଲାଗି ସୁଯୋଗ ମିଳିବ।
|
6.
|
୭ ଲକ୍ଷ ରୋଲ ନମ୍ବର ନୁହେଁ ୭ ଲକ୍ଷ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରିବା ଉଚିତ୍?
|
ଦ୍ବିତୀୟ ପର୍ଯ୍ୟାୟ ସିବିଟି ପାଇଁ ୭ ଲକ୍ଷ ଉତ୍କୃଷ୍ଟ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ ତାଲିକାରେ ସ୍ଥାନିତ କରାଯିବା ସମ୍ପର୍କରେ କୌଣସିଠାରେ ଉଲ୍ଲେଖ କରାଯାଇନାହିଁ। ଯେହେତୁ ଦ୍ବିତୀୟ ପର୍ଯ୍ୟାୟ ସିବିଟିରେ ପାଞ୍ଚଟି ଭିନ୍ନ ଭିନ୍ନ ସ୍ତର ରହିଛି ଏବଂ ଯୋଗ୍ୟତା, ମେରିଟ୍ ଏବଂ ବିକଳ୍ପ ଆଧାରରେ ଜଣେ ପ୍ରାର୍ଥୀଙ୍କୁ ଏକାଧିକ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ କରାଯାଇପାରିବ, ୭ ଲକ୍ଷ ରୋଲ ନମ୍ବରର ତାଲିକା ମଧ୍ୟରୁ କେତେକ ନାମ ଏକାଧିକ ଥର ଉଲ୍ଲେଖ ରହିବା ସ୍ବଭାବିକ।
|
7.
|
ବିଜ୍ଞପ୍ତିରେ ପ୍ରକାଶିତ ଖାଲି ପଦବୀର ୪-୫ ଗୁଣା ପ୍ରାର୍ଥୀଙ୍କୁ ଆରଆରବିଗୁଡ଼ିକ ଚୟନ କରିଛନ୍ତି।
|
ବିଜ୍ଞପ୍ତିର ଅନୁଚ୍ଛେଦ ୧୩ରେ ଉଲ୍ଲେଖ କରାଯାଇଥିବା ଭଳି ବିଜ୍ଞପିତ ଖାଲି ପଦବୀର ୨୦ଗୁଣ ହାରରେ ପଦବୀ/ସ୍ତର ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକାରେ ୭ ଲକ୍ଷ ୫ ହଜାର ୪୪୬ଟି ରୋଲ ନମ୍ବର ରହିଛି ଯାହାକି ବିଜ୍ଞପିତ ଖାଲି ପଦବୀ ୩୫,୨୮୧ ଗୁଣା ଅଧିକ।
|
8.
|
ପୂର୍ବରୁ ଗୋଟିଏ ପଦବୀ ପାଇଁ ଦଶ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିଲେ ଏବେ ଦଶଟି ପଦବୀ ପାଇଁ ଜଣେ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିବେ।
|
ଶେଷରେ, ୩୫,୨୮୧ ଜଣ ଶ୍ରେଷ୍ଠ ପ୍ରାର୍ଥୀଙ୍କୁ ଚୟନ କରାଯିବ ଏବଂ ଜଣେ ପ୍ରାର୍ଥୀଙ୍କୁ ମେରିଟ୍ ଓ ପ୍ରାଥମିକତା ଆଧାରରେ ଗୋଟିଏ ପଦବୀରେ ନିଯୁକ୍ତି ଦିଆଯିବ। ତେଣୁ କୌଣସି ପଦବୀ ଖାଲି ପଡ଼ିବ ନାହିଁ।
|
9.
|
ଉଭୟ ସ୍ନାତକ ଏବଂ 10+2 ସ୍ତରର ପଦବୀ ପାଇଁ ସ୍ନାତକ ପ୍ରାର୍ଥୀମାନେ ଅନୁଚିତ ଲାଭ ପାଉଛନ୍ତି। ପୂର୍ବ ଭଳି ସ୍ନାତକ ଏବଂ 10+2 ସ୍ତରର ପଦବୀ ପାଇଁ ଦୁଇଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ପ୍ରକାଶ ପାଇଥିଲେ, ସେମାନଙ୍କୁ ଦୁଇଟି ଭିନ୍ନ ଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାନ୍ତା।
|
ସମୟ, ସମ୍ବଳ ଓ ପ୍ରୟାସକୁ ବଞ୍ଚାଇବା ପାଇଁ ସ୍ନାତକ ଓ 10+2 ସ୍ତରର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ମିଶ୍ରଣ କରାଯାଇଥିଲା ଯାହାକି କୋଭିଡ ୧୯ ମହାମାରୀ ସମୟରେ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆହୁରି, ସିବିଟି ୧ର ମାନକକୁ 10+2 ସ୍ତରରେ ରଖାଯାଇଥିଲା ଯାହାଫଳରେ 10+2 ଶ୍ରେଣୀର ପ୍ରାର୍ଥୀମାନେ ପଛରେ ପଡ଼ିଯିବେ ନାହିଁ। କେବଳ ସିବିଟି ୨ରେ ମାନକଗୁଡ଼ିକ ବିଭିନ୍ନ ସ୍ତର ପାଇଁ ଭିନ୍ନ ଭିନ୍ନ ଥିଲା।
|
10.
|
ଏନଟିପିସି ଫଳାଫଳ ବିରୋଧରେ ପ୍ରତିବାଦ କରୁଥିବା ପ୍ରାର୍ଥୀଙ୍କ ପାଇଁ ରେଳବାଇ କ’ଣ କରିଛି?
|
ଆରଆରବିଗୁଡ଼ିକ ଏନଟିପିସିର ଦ୍ବିତୀୟ ପର୍ଯ୍ୟାୟ ସିବିଟି ଏବଂ ଲେଭଲ ୧ର ପ୍ରଥମ ପର୍ଯ୍ୟାୟ ସିବିଟିକୁ ଘୁଞ୍ଚାଇ ଦେଇଛନ୍ତି।
ବର୍ତ୍ତମାନ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ପ୍ରଭାବିତ ନକରି ଏନଟିପିସି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ସଂକ୍ରାନ୍ତରେ ପ୍ରାର୍ଥୀମାନେ ଆଣିଥିବା ଆପତ୍ତି ଓ ଅଭିଯୋଗର ଶୁଣାଣି ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମିତି ଗଠନ କରାଯାଇଛି ଏବଂ ସିଇଏନ ଆରଆରସି 01/2019ରେ ଦ୍ବିତୀୟ ପର୍ଯ୍ୟାୟର ପ୍ରଚୟନ କରାଯାଇଛି।
|
11.
|
ଛାତ୍ରଛାତ୍ରୀମାନେ ସମିତି ନିକଟରେ ସେମାନଙ୍କର ଅଭିଯୋଗ କିଭଳି ଦାଖଲ କରିପାରିବେ?
|
rrbcommittee@railnet.gov.in ଇମେଲ ଆଇଡିରେ ପ୍ରାର୍ଥୀମାନେ ସେମାନଙ୍କର ଆପତ୍ତି ଅଭିଯୋଗ ଏବଂ ପରାମର୍ଶ ସମିତି ନିକଟରେ ଦାଖଲ କରିପାରିବେ। ପ୍ରାର୍ଥୀମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ଲାଗି ସମସ୍ତ ଆରଆରବିଗୁଡ଼ିକର ଅଧ୍ୟକ୍ଷମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆପତ୍ତି ଅଭିଯୋଗ ଦାଖଲ କରିବା ଲାଗି ଦେଶବ୍ୟାପୀ ବିଭିନ୍ନ ଜୋନ ଏବଂ ଡିଭିଜନାଲ ମୁଖ୍ୟାଳୟରେ ମଧ୍ୟ ଜନ ସମ୍ପର୍କ ଶିବିର ଆୟୋଜନ କରାଯାଉଛି।
|
12.
|
ସମିତି ନିକଟରେ ଅଭିଯୋଗ ଦାଖଲ କରିବାର ଶେଷ ତାରିଖ କେତେ?
|
ଅଭିଯୋଗ ଦାଖଲ କରିବା ପାଇଁ ୧୬.୦୨.୨୦୨୨ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ତିନି ସପ୍ତାହ ସମୟ ଦିଆଯାଇଛି।
|
|
ସମିତି ଅଭିଯୋଗ ଶୁଣାଣି କରିବାର ସମୟସୀମା କେତେ?
|
ଏହି ସମିତି ପ୍ରାର୍ଥୀମାନଙ୍କର ଆପତ୍ତି ଅଭିଯୋଗ ଯାଞ୍ଚ କରିବା ପରେ ୪ ମାର୍ଚ୍ଚ, ୨୦୨୨ ସୁଦ୍ଧା ନିଜର ସୁପାରିସ ଦାଖଲ କରିବ।
|
14.
|
ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେଉଛି କାହିଁକି?
|
ମାର୍ଚ୍ଚ ୨୦୨୦ ପରଠାରୁ କୋଭିଡ ୧୯ ମହାମାରୀ ଏବଂ ବିଭିନ୍ନ ରାଜ୍ୟ ପକ୍ଷରୁ ଜାରି କରାଯାଇଥିବା ଭିନ୍ନ ଭିନ୍ନ କଟକଣା ଯୋଗୁ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହୋଇଛି। ସାମାଜିକ ଦୂରତା ନିୟମ ପାଳନ କାରଣରୁ ପରୀକ୍ଷା ଆୟୋଜନର ଶିଫ୍ଟ ସଂଖ୍ୟା ବୃଦ୍ଧି ପାଇଛି ଯାହାଫଳରେ ସିବିଟି ପାଇଁ ଯେଉଁ କ୍ଷମତା ଉପଯୋଗ କରାଯାଇ ପାରିଥାନ୍ତା, ତାହା ପ୍ରଭାବିତ ହୋଇଛି। ସିଇଏନ ୦୧/୨୦୧୯ର ପ୍ରଥମ ପର୍ଯ୍ୟାୟ ସିବିଟିରେ ୧୩୩ଟି ଶିଫ୍ଟ ଆୟୋଜନ କରାଯାଇଥିଲା।
|