ରେଳ ମନ୍ତ୍ରଣାଳୟ

ରେଲୱେ ଏନଟିପିସି ସିବିଟି-1ଫଳାଫଳକୁ ନେଇ ପ୍ରାର୍ଥୀମାନଙ୍କର ସମସ୍ୟାକୁ ବିଚାର କରିବା ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠିତ


ପ୍ରାର୍ଥୀମାନେ 16 ଫେବୃୟାରୀ 2022 ପର୍ଯ୍ୟନ୍ତ ନିଜର ଅଭିଯୋଗ କମିଟି ସମ୍ମୁଖରେ ରଖିପାରିବେ

Posted On: 26 JAN 2022 11:16AM by PIB Bhubaneshwar

ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ଼ (ଆରଆରବି) ଦ୍ବାରା 14-15 ଜାନୁୟାରୀ 2022 ରେ ଜାରି ଅଣପ୍ରଯୁକ୍ତି ଲୋକପ୍ରିୟ ଶ୍ରେଣୀ (ଏନଟିପିସି) କୁ କେନ୍ଦ୍ରୀକୃତ ରୋଜଗାର ଅଧିସୂଚନା  ସିଇଏନ୍ 01/2019 ର ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ଟେଷ୍ଟ (ସିବିଟି) ର ପରିଣାମ ସମ୍ବନ୍ଧରେ ପ୍ରାର୍ଥୀମାନଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ଉପରେ ଧ୍ୟାନ ପ୍ରଦାନ କରିବା ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ଗଠନ କରାଯାଇଛି।

ଏହି ସମିତି ପ୍ରାର୍ଥୀମାନଙ୍କ ଦ୍ବାରା ଉଠା ଯାଇଥିବା ନିମ୍ନଲିଖିତ ସମସ୍ୟା ଉପରେ ବିଚାର କରିବ ଓ ଏହାର ସୁପାରିଶ୍ ପ୍ରଦାନ କରିବ :

1. ସିଇଏନ 01/2019 (ଏନଟିପିସି) ର ପ୍ରଥମ ଚରଣ ସିବିଟିର ପରିଣାମ ଏବଂ ସର୍ଟଲିଷ୍ଟ କରାଯାଇଥିବା ପ୍ରଚଳିତ ପ୍ରାର୍ଥୀମାନଙ୍କୁ ପ୍ରଭାବିତ ନକରି ଦ୍ବିତୀୟ ଚରଣ ସିବିଟି ପାଇଁ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିବା ପାଇଁ ଉପଯୋଗ କରାଯାଉଥିବା କାର୍ଯ୍ୟପ୍ରଣାଳୀ

2. ସିଇଏନ୍ ଆରଆରସି 01/2019 ରେ ଦ୍ବିତୀୟ ପର୍ଯ୍ୟାୟର ସିବିଟିର ଆରମ୍ଭ

ପ୍ରାର୍ଥୀମାନେ ନିଜର ସମସ୍ୟା ଓ ପରାମର୍ଶକୁ ନିମ୍ନଲିଖିତ ଇମେଲ୍ ଆଇଡିରେ କମିଟିକୁ ପଠାଇ ପାରିବେ : rrbcommittee@railnet.gov.in

ବିଭିନ୍ନ ଆରଆରବିର ସମସ୍ତ ଅଧ୍ୟକ୍ଷଙ୍କୁ ମଧ୍ୟ ନିଜର ଉପଲବ୍ଧ ଚ୍ୟାନେଲ୍ ମାଧ୍ୟମରେ ପ୍ରାର୍ଥୀମାନଙ୍କର ଅଭିଯୋଗକୁ ପ୍ରାପ୍ତ କରିବା, ଏହି ଅଭିଯୋଗକୁ ସଙ୍କଳିତ କରିବା ଏବଂ ଉଚ୍ଚ କ୍ଷମତାସମ୍ପନ୍ନ କମିଟିକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାର୍ଥୀମାନଙ୍କୁ ନିଜର ଅଭିଯୋଗ ପ୍ରସ୍ତୁତ କରିବା ପାଇଁ 16.02.2022 ପର୍ଯ୍ୟନ୍ତ ତିନି ସପ୍ତାହର ସମୟ ଦିଆଯାଇଛି ଏବଂ ସମିତି ଏହି ଅଭିଯୋଗକୁ ଯାଞ୍ଚ କରିବା ପରେ 04.03.2022 ସୁଦ୍ଧା ଏହାର ସୁପାରିଶ୍ ପ୍ରସ୍ତୁତ କରିବ।

ଉପରୋକ୍ତ ବିଷୟକୁ ଧ୍ୟାନରେ ରଖି 15 ଫେବୃୟାରୀ 2022 ରୁ ଆରମ୍ଭ ହେଉଥିବା ସିଇଏନ୍ 01/2019 (ଏନଟିପିସି) ର ଦ୍ବିତୀୟ ଚରଣ ସିବିଟି ଏବଂ 23 ଫେବୃୟାରୀକୁ ଆରମ୍ଭ ହେଉଥିବା ସିଇଏନ୍  ଆରଆରସି 01/2019 ର ପ୍ରଥମ ଚରଣର ସିବିଟିକୁ ସ୍ଥଗିତ କରି ଦିଆଯାଇଛି।

BS



(Release ID: 1792846) Visitor Counter : 248