ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ସାହିବଜାଦା ଜୋରାୱର ସିଂହ ଜୀ ଏବଂ ସାହିବଜାଦା ଫତେ ସିଂହ ଜୀଙ୍କର ବଳିଦାନକୁ ପାଳନ ପାଇଁ ଡିସେମ୍ବର ୨୬ ତାରିଖକୁ ‘ବୀର୍‍ ବାଲ୍‍ ଦିବସ’ଭାବରେ ଘୋଷଣା କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 09 JAN 2022 1:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କର ପ୍ରକାଶ ପର୍ବର ଶୁଭ ଅବସରରେ ଘୋଷଣା କରିଛନ୍ତି ଯେ ସାହିବଜାଦା ଜୋରୱାର ସିଂହ ଜୀ ଏବଂ ସାହିବଜାଦା ଫତେ ସିଂହ ଜୀଙ୍କର ବଳିଦାନ ଦିବସକୁ ଚଳିତ ବର୍ଷ ୨୬ ଡିସେମ୍ବର ଦିନକୁବୀର୍ବାଲ୍ଦିବସ ଭାବରେ ପାଳନ କରାଯିବ

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆଜି ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପ୍ରକାଶ ପର୍ବର ଶୁଭ ଅବସରରେ ମୁଁ ଏହା ଗର୍ବର ସହ ଘୋଷଣା କରୁଛି ଯେ ଚଳିତ ବର୍ଷ ୨୬ ଡିସେମ୍ବରରୁବୀର୍ବଲ୍ଦିବସଭାବରେ ପାଳନ ହେବ ଏହା ସାହବଜାଦାମାନଙ୍କ ସାହସ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ଏବଂ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଇ ପାରିବ

ବୀର୍ବାଲ୍ଦିବସସେହି ଦିନ ପାଳନ ହେବ ଯେଉଁ ଦିନ ସାହିବଜାଦା ଜୋରୱାର୍ ସିଂହ ଜୀ ଏବଂ ସାହିବଜାଦା ଫତେ ସିଂହ ଜୀଙ୍କୁ କାନ୍ଥରେ ଜୀବନ୍ତ ସିଲ୍ ହେବା ପରେ ସେମାନେ ଶହୀଦ ହୋଇଥିଲେ ଏହି ଦୁଇ ମହାନ୍ ବ୍ୟକ୍ତି ଧର୍ମର ଉତ୍ତମ ନୀତିରୁ ବିଚ୍ୟୁତ ହେବା ପରିବର୍ତ୍ତେ ମୃତ୍ୟୁକୁ ପସନ୍ଦ କରିଥିଲେ

ମାତା ଗୁରୁଜୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ସାହିବଜାଦାଙ୍କ ସାହାସିକତା ଏବଂ ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରିଥିଲା   ସେମାନେ ଅନ୍ୟାୟ ପାଇଁ କେବେ ବି ମଥାନତ କରି ନାହାନ୍ତି ସେମାନେ ଏକ ଦୁନିଆକୁ କଳ୍ପନା କରିଥିଲେ ଯାହା ଅନ୍ତର୍ଭୂକ୍ତ ଏବଂ ସୁସଂଗତ ଅଟେ ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଲୋକ ସେମାନଙ୍କ ବିଷୟରେ ଜାଣିବାର ଆବଶ୍ୟକତା ରହିଛି

HS


(ରିଲିଜ ଆଡି: 1788753) ପରିଦର୍ଶକ କାଉଣ୍ଟର : 274