କ୍ୟାବିନେଟ
azadi ka amrit mahotsav

ଧାରଚୁଲା (ଭାରତ) – ଧାରଚୁଲା (ନେପାଳ) ମଧ୍ୟରେ ମହାକାଳୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଭାରତ ଏବଂ ନେପାଳ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ପୋଷ୍ଟ କରାଯିବା ଦିନାଙ୍କ: 06 JAN 2022 4:25PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଧାରଚୁଲା (ଭାରତ) – ଧାରଚୁଲା (ନେପାଳ) ମଧ୍ୟରେ ମହାକାଳୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଭାରତ ଏବଂ ନେପାଳ ମଧ୍ୟରେ ବୁଝାମଣାକୁ ମଞ୍ଜୁରି ପ୍ରଦାନ କରିଛନ୍ତି। 

ଏହି ବୁଝାମଣା ପତ୍ରରେ ସ୍ବାକ୍ଷର ହେବା ଦ୍ବାରା ଉଭୟ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ଆହୁରି ମଜବୁତ ହେବ। 

ପୃଷ୍ଠଭୂମି : 

ଘନିଷ୍ଠ ପଡ଼ୋଶୀ ଭାବରେ, ଭାରତ ଏବଂ ନେପାଳ ମଧ୍ୟରେ ବନ୍ଧୁତା ତଥା ସହଯୋଗର ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି। ଏହା ସହିତ ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ଏକ ମଜବୁତ୍ ସମ୍ପର୍କ ରହିଛି। ଭାରତ ଏବଂ ନେପାଳ ଉଭୟ ସାର୍କ, ବିମ୍‌ସଟେକ୍ ପରି ବିଭିନ୍ନ କ୍ଷେତ୍ରୀୟ ଫୋରମ୍ ସହିତ ବିଶ୍ବ ଫୋରମରେ ମଧ୍ୟ ଏକତ୍ର ଭାବରେ କାମ କରୁଛନ୍ତି। 

BS


(ରିଲିଜ ଆଡି: 1788152) ପରିଦର୍ଶକ କାଉଣ୍ଟର : 290