ଶକ୍ତି ମନ୍ତ୍ରଣାଳୟ
azadi ka amrit mahotsav

କ୍ୟାପେକ୍ସ ବିନିଯୋଗରେ ପାୱାର ସିପିଏସଇ ଗତବର୍ଷ ତୁଳନାରେ ୪୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି


ଶକ୍ତି ମନ୍ତ୍ରଣାଳୟ ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ପର୍ଯ୍ୟନ୍ତ ଭିତ୍ତିଭୂମି ବିକାଶରେ ୩୫,୬୨୮.୬ କୋଟି ଟଙ୍କା ବିନିଯୋଗ କରିଛି

प्रविष्टि तिथि: 19 DEC 2021 2:14PM by PIB Bhubaneshwar

ଆର୍ଥିକ ବର୍ଷ ୨ଠ୨୧-୨୨ ପାଇଁ ଶକ୍ତି ମନ୍ତ୍ରଣାଳୟର କେନ୍ଦ୍ରୀୟ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ୍ (ସିପିଏସଇ) ପୁଞ୍ଜିଗତ ବ୍ୟୟର ଲକ୍ଷ୍ୟ ହେଉଛି ୫ଠ,୬୯ଠ.୫୨ କୋଟି ଟଙ୍କା ୨ଠ୨ଠ-୨୧ ଆର୍ଥିକ ବର୍ଷରେ, ଶକ୍ତି କ୍ଷେତ୍ରର ସିପିଏସଇ ନଭେମ୍ବର ମାସ ପର୍ଯ୍ୟନ୍ତ ୨୨,୧୨୭ କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ କରିଥିଲେ, ଯାହା ସେହି ଆର୍ଥିକ ବର୍ଷ ପାଇଁ ମୋଟ ଖର୍ଚ୍ଚର ୪୯. ପ୍ରତିଶତ ଥିଲା

ଅବଶ୍ୟ, ୨ଠ୨୧-୨୨ ଆର୍ଥିକ ବର୍ଷରେ, ଶକ୍ତି ମନ୍ତ୍ରଣାଳୟର ସିପିଏସଇ ବର୍ତ୍ତମାନ ପର୍ଯ୍ୟନ୍ତ ୩୨,୧୩୭ କୋଟି ଟଙ୍କା ବ୍ୟୟ ଅଟକଳ କରିଛି, ଯାହା ବାର୍ଷିକ ପୁଞ୍ଜିଗତ ବ୍ୟୟ ଲକ୍ଷ୍ୟର ୬୩. ପ୍ରତିଶତ ଅଟେ

ଏହିପରି, ପୂର୍ବ ବର୍ଷ ତୁଳନାରେ ସମୁଦାୟ ଏବଂ ଆପେକ୍ଷିକ ଦୃଷ୍ଟିରୁ ମନ୍ତ୍ରଣାଳୟର ପୁଞ୍ଜିଗତ ବ୍ୟୟ ପ୍ରଦର୍ଶନ ଭଲ ରହିଛି ମୋଟ ଉପରେ ଗତ ବର୍ଷର ପ୍ରଦର୍ଶନ ତୁଳନାରେ ଏହା ୪୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି

ଭିତ୍ତିଭୂମି ବିକାଶ ଯୋଜନାରେ ମନ୍ତ୍ରଣାଳୟ ମଧ୍ୟ ଭଲ ଅଗ୍ରଗତି କରୁଛି ଏହା ଆଇପିଡିଏସରେ ୧୫୯୩.୭୨ କୋଟି ଟଙ୍କା, ଡିଡିୟୁଜିଜେୱାଇରେ ୧ଠଠ୭.୫୧ କୋଟି ଟଙ୍କା ଏବଂ ଉତ୍ତର ପୂର୍ବାଞ୍ଚଳ ପାଇଁ ଟ୍ରାନ୍ସମିଶନ ବିକାଶ ଯୋଜନାରେ ୮୯ଠ କୋଟି ଟଙ୍କା ଖର୍ଚ୍ଚ କରିଛି ତେଣୁ, ସିପିଏସଇ ଦ୍ୱାରା ୩୨୧୩୭.୩୭ କୋଟି ଟଙ୍କା ବ୍ୟୟ ବ୍ୟତୀତ, ମନ୍ତ୍ରଣାଳୟର ବିକାଶ ଯୋଜନା ମାଧ୍ୟମରେ ଭିତ୍ତିଭୂମିରେ ଅତିରକ୍ତ ୩୪୯୧.୨୩ କୋଟି ବିନିଯୋଗ କରାଯାଇଛି ମୋଟ ଉପରେ ଶକ୍ତି ମନ୍ତ୍ରଣାଳୟ ନଭେମ୍ବର ଶେଷ ପର୍ଯ୍ୟନ୍ତ ଭିତ୍ତିଭୂମି ବିକାଶରେ ୩୫,୬୨୮. କୋଟି ଟଙ୍କା ବିନିଯୋଗ କରିଛି ଶକ୍ତି ମନ୍ତ୍ରଣାଳୟର ସଚିବଙ୍କ ଦ୍ୱାରା ସାପ୍ତାହିକ ଭିତ୍ତିରେ ଯୋଜନା ଏବଂ ପ୍ରକଳ୍ପର ଅଗ୍ରଗତି ଉପରେ ନଜର ରଖାଯାଉଛି ଶକ୍ତି ମନ୍ତ୍ରଣାଳୟ, ଅନ୍ୟାନ୍ୟ ମନ୍ତ୍ରଣାଳୟ ତଥା ରାଜ୍ୟ ସରକରାଙ୍କ ସହିତ ନିୟମିତ ମନିଟରିଂ ଏବଂ ସମନ୍ୱୟ ମାଧ୍ୟମରେ ଭିତ୍ତିଭୂମି ବିକାଶରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି

 

NS / MB


(रिलीज़ आईडी: 1783335) आगंतुक पटल : 174
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Punjabi , Tamil