ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ପିଏମ୍ ଗତିଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ (ରୋଲ୍‌- ଆଉଟ୍‌)କୁ ପ୍ରୋତ୍ସାହନ: ସଚିବ ମାନଙ୍କର ଅଧିକାରପ୍ରାପ୍ତ ସମୂହ (ଇଜିଓଏସ୍ )ର ପ୍ରଥମ ବୈଠକ ଆୟୋଜିତ


ବିଆଇଏସ୍‌ଏଜି- ଏନ୍ ଜିଆଇଏସ୍ ଆଧାରିତ ଜାତୀୟ ମାଷ୍ଟର ପ୍ଲାନ୍‌କୁ ୩୦୦ ସ୍ତରର ତଥ୍ୟର ନକ୍ସାକରଣ ପ୍ରଦାନ କରିବା ସମ୍ପୂର୍ଣ୍ଣ କରିଛି

ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ଅଧିକାଂଶ ରାଜ୍ୟ ସରକାର ନିଜର ଆବଶ୍ୟକୀୟ ସ୍ତରକୁ ଅଧୁନାତନ (ଅପଡେଟ୍‌) କରିବା ଆରମ୍ଭ କରି ଦେଇଛନ୍ତି ।

ନେଟୱର୍କ ଯୋଜନା ସମୂହ (ଏନ୍‌ପିଜି) ଯାହା ୭ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କୁ ନେଇ ଗଠିତ, ତାହା ଗଠନ ହୋଇ ସାରିଛି ।

ଏନ୍‌ଜିପିକୁ ସହାୟତା ପ୍ରଦାନ କରିବା ନିମନ୍ତେ ପେସାଦାର ମାନଙ୍କର ଉଚ୍ଚ ଶକ୍ତିସମ୍ପନ୍ନ ବିଶେଷଜ୍ଞ ଦଳ ଗଠନ କରାଯାଉଛି ।

Posted On: 18 DEC 2021 1:33PM by PIB Bhubaneshwar

ସରକାର ପିଏମ୍ ଗତିଶକ୍ତିର କାର୍ଯ୍ୟାନ୍ୱୟନର ତଦାରଖ କରିବା ନିମନ୍ତେ ୨୦ଟି ଭିତିଭୂମି ଏବଂ ଆର୍ôଥକ ଉପଯୋଗକର୍ତା ମନ୍ତ୍ରଣାଳୟର ସଚିବମାନଙ୍କ ସହିତ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ମାନଙ୍କର ଅଧିକାରପ୍ରାପ୍ତ ସମୂହ (ଇଜିଓଏସ୍‌)ର ଗଠନ କରିଛନ୍ତି । ଇଜିଓଏସ୍‌ର ପ୍ରଥମ ବୈଠକ ଗତକାଲି କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଇଜିଓଏସ୍‌ର ପ୍ରଥମ ବୈଠକ ନିମନ୍ତେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବିଶେଷ ଭାବରେ ଆମନ୍ତ୍ରିତ ହୋଇଥିଲେ । ଇଜିଓଏସ୍ ବର୍ତମାନ ସୁଦ୍ଧା ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ଆର୍ôଥକ କ୍ଷେତ୍ର ମଧ୍ୟରେ ବହୁବିଧ ସଂଯୋଗ ପ୍ରଦାନ କରିବା ନିମନ୍ତେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍‌ର ଶୁଭାରମ୍ଭ କରିଥିଲେ । ପିଏମ୍ - ଗତିଶକ୍ତିର ଲକ୍ଷ୍ୟ ହେଉଛି ଲଜିଷ୍ଟିକ୍ (ସାମଗ୍ରୀ ଓ ସେବାର ପରିବହନ/ପ୍ରଦାନ) ମୂଲ୍ୟକୁ କମ୍ କରିବା । ସମ୍ପ୍ରତି ଭାରତରେ ଲଜିଷ୍ଟିକ୍ ମୂଲ୍ୟ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୧୩ ପ୍ରତିଶତ ଅଟେ, ଯେତେବେଳେ କି ଅନ୍ୟ ବିକଶିତ ଦେଶ ଗୁଡିକରେ ଏହାର ସୀମା ୮% ପର୍ଯ୍ୟନ୍ତ ଅଟେ । ସରକାର ଆମର ଉତ୍ପାଦନ କ୍ଷେତ୍ରର ପ୍ରତିଦ୍ୱନ୍ଦିତାମୂଳକତା, କୃଷକମାନଙ୍କୁ ଉତମ ମୂଲ୍ୟ ପ୍ରଦାନ ଏବଂ ଉପଭୋକ୍ତାମାନଙ୍କୁ ଶସ୍ତା ଦରରେ ମାଲ୍ ଉପଲବ୍ଧ କରାଇବା ନିମନ୍ତେ ପ୍ରତିଶୁତିବଦ୍ଧ ଅଟନ୍ତି ।

ଭାସ୍କରାଚାର୍ଯ୍ୟ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ଆପ୍ଲିକେସନ୍ ଆଣ୍ଡ୍ ଜିଓଇନ୍‌ଫର୍ମେଟିକ୍ସ (ବିଆଇଏସ୍‌ଏଜି - ଏନ୍‌), ଯାହା ଜାତୀୟ ମାଷ୍ଟର ପ୍ଲାନ୍‌କୁ ବିକଶିତ କରିଛି, ତାହା ଇଜିଓଏସ୍‌କୁ ସୂଚିତ କରିଥିଲା ଯେ ଜିଆଇଏସ୍ ଆଧାରିତ ଜାତୀୟ ମାଷ୍ଟର ପ୍ଲାନ୍ ଉପରେ ତଥ୍ୟର ୩୦୦ରୁ ଅଧିକ ସ୍ତରକୁ ନକ୍ସାକରଣ (ମ୍ୟାପିଂ) କରାଯାଇଛି । ଆହୁରି ମଧ୍ୟ ସୂଚିତ କରା ଯାଇଥିଲା ଯେ ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ଅଧିକାଂଶ ରାଜ୍ୟ ସରକାର ନିଜର ଆବଶ୍ୟକୀୟ ସ୍ତରକୁ ଅଧୁନାତନ (ଅପଡେଟ୍‌) କରିବା ଆରମ୍ଭ କରି ଦେଇଛନ୍ତି ।

ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି), ପିଏମ୍ ଗତିଶକ୍ତି ନିମନ୍ତେ ଶୀର୍ଷସ୍ତରୀୟ (ନୋଡାଲ୍‌) ବିଭାଗ ହୋଇ ଥିବାରୁ, ପିଏମ୍ ଗତିଶକ୍ତିର ତଦାରଖ ଏବଂ ସମନ୍ୱୟ ନିମନ୍ତେ କରାଯାଇଥିବା ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲା । ନେଟୱର୍କ ଯୋଜନା ସମୂହ (ଏନ୍‌ଜିପି) ଯେଉଁଥିରେ ୭ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ପ୍ରତିନିଧିମାନେ ସାମିଲ୍ ଅଛନ୍ତି, ତାହା ଆଗରୁ ଗଠନ କରାଯାଇ ସାରିଛି । ଏନ୍‌ଜିପିର ସହାୟତା ନିମନ୍ତେ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ ମାନଙ୍କର ଦଳ ଗଠନ କରା ଯାଉଅଛି ।

ଅନୁଷ୍ଠିତ ବୈଠକରେ ଇଜିଓଏସ୍ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥିଲେ । ବିଭିନ୍ନ ଆର୍ôଥକ ମନ୍ତ୍ରଣାଳୟ ଦ୍ୱାରା ଅନୁଭବ କରାଯାଇଥିବା ଭିତିଭୂମି ଆଧାରିତ ଅନ୍ତରଗୁଡ଼ିକୁ ସଙ୍କଳିତ କରିବା ନିମନ୍ତେ ନିଷ୍ପତି ନିଆଯାଇଛି । ଏହାକୁ ଆସନ୍ତା ଆର୍ଥିକ ବର୍ଷର ବାର୍ଷିକ କାର୍ଯ୍ୟ ଯୋଜନାରେ ସାମିଲ୍ କରିବା ନିମନ୍ତେ ଉଚିତ୍ ବିଚାର ପାଇଁ ସମ୍ବନ୍ଧିତ ଭିତିଭୂମି ମନ୍ତ୍ରଣାଳୟକୁ ପଠାଯିବାକୁ ଅଛି । ଦେଶର ସମସ୍ତ ଆର୍ôଥକ କ୍ଷେତ୍ର ଗୁଡିକରେ ବହୁମୁଖୀ (ମଲ୍ଟିମୋଡାଲ୍‌) ସଂଯୋଗର ପ୍ରାଥମିକତା ଆଧାରରେ ଅଧ୍ୟୟନ କରିବାର ନିଷ୍ପତି ନିଆଗଲା, ଯାହା ଫଳରେ ଦୁର୍ବଳତାଗୁଡିକୁ ଚିହ୍ନଟ କରାଯାଇ ପାରିବ । ଏମିତି କୌଣସି ପ୍ରଣାଳୀ କିମ୍ବା ପ୍ରକ୍ରିୟା, ଯାହା ଯୋଗୁଁ ପରିବହନ (ଲଜିଷ୍ଟିକ୍‌) ମୂଲ୍ୟରେ ବୃଦ୍ଧି ହେବାରେ ଲାଗିଛି, ସେସବୁ ଚିହ୍ନଟ କରାଯିବା ଉଚିତ୍ ଏବଂ ସେସବୁ ଉପରେ ବିଚାର - ବିମର୍ଶ କରାଯିବା ଉଚିତ୍ ଏବଂ ମୂଲ୍ୟକୁ କମ୍ କରିବା ନିମନ୍ତେ ଆବଶ୍ୟକୀୟ ପ୍ରଶାସନିକ ନିଷ୍ପତିଗୁଡିକ ସହିତ ଉପାୟ କରାଯିବା ଉଚିତ୍ ।

ଇଜିଓଏସ୍ ଡିଜିଟାଲ୍‌କରଣର ଅବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ମଧ୍ୟ ଅନୁଭବ କରାଗଲା ଯେ ବିଭିନ୍ନ ପରିଚାଳନା ବିଭାଗର ସୂଚନା ପ୍ରଣାଳୀଗୁଡିକୁ ଏକୀକୃତ କରାଯାଉ, ଯାହା ଫଳରେ ଉପଯୋଗଗୁଡ଼ିକୁ ସହଜ କରାଯାଇ ପାରିବ । ଇଜିଓଏସ୍ ଏହି କଥା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ଯେ ସମସ୍ତ ମନ୍ତ୍ରଣାଳୟଗୁଡିକୁ ନିଜର ଯୋଜନାରେ ଲଜିଷ୍ଟିକ୍ ମୂଲ୍ୟରେ ହ୍ରାସକୁ ସାମିଲ୍ କରିବା ଉଚିତ୍‌, ଯାହା ଫଳରେ ପିଏମ୍ ଗତିଶକ୍ତି ଯେଉଁ ଉଦ୍ଦେଶ୍ୟ ନେଇ କରାଯାଇଛି ତାହାକୁ ପ୍ରାପ୍ତ କରାଯାଇ ପାରିବ ।

SSP

 

 

 



(Release ID: 1783136) Visitor Counter : 220