ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂତନ ପିଢ଼ି ବାଲିଷ୍ଟିକ ମିସାଇଲ ‘ଅଗ୍ନି-ପି’ର ସଫଳ ପରୀକ୍ଷଣ

Posted On: 18 DEC 2021 12:33PM by PIB Bhubaneshwar

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପରିଷଦ (ଡିଆରଡିଓ) ପକ୍ଷରୁ ନୂତନ ପିଢ଼ିର ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-ପି’ର ଆଜି ସଫଳ ପରୀକ୍ଷଣ ହୋଇଯାଇଛି । ଆଣବିକ କ୍ଷମତାସମ୍ପନ୍ନ ଏହି କ୍ଷେପଣାସ୍ତ୍ରକୁ ଓଡ଼ିଶା ତଟସ୍ଥିତ ଡକ୍ଟର ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ପୂର୍ବାହ୍ନ ୧୧.୬ ମିନିଟରେ ପରୀକ୍ଷଣ କରାଯାଇଥିଲା । କ୍ଷେପଣାସ୍ତ୍ରର ଗତିବିଧି ନିରୀକ୍ଷଣ ଉଦେଶ୍ୟରେ ପୂର୍ବତଟ ସମୁଦ୍ରରେ ବିଭିନ୍ନ ଜାହାଜ ମୁତୟନ କରାଯାଇ ଏହାର ଟେଲି ଯୋଗାଯୋଗ ବ୍ୟବସ୍ଥା, ରାଡାର ବ୍ୟବସ୍ଥା, ବୈଦୁତିକ ଅପ୍ଟିକାଲ ଷ୍ଟେସନ ସହ ଯୋଗାଯୋଗ ଆଦିର ପରୀକ୍ଷଣ ହୋଇଥିଲା । କ୍ଷେପଣାସ୍ତ୍ରର ବକ୍ରମାର୍ଗ ଏବଂ ଅନ୍ୟାନ୍ୟ ଔପଚାରିକତାର ମଧ୍ୟ ପରୀକ୍ଷଣ ହୋଇଥିଲା । ଏହାର ବକ୍ରଗତି ଏବଂ ଗତିବିଧି ସମ୍ପର୍କିତ ତଥ୍ୟ ଅତି ଉଚ୍ଚମାନର ତଥା ନିର୍ଭୁଲ ଥିଲା । ‘ଅଗ୍ନି-ପି’ରେ ଦୁଇ ସ୍ତରୀୟ ଜାଳେଣୀ ବ୍ୟବସ୍ଥା ଏବଂ ଦୁଇଟି ଅତିରିକ୍ତ ଯାତ୍ରା ପଥ ପରିଚାଳନା ବ୍ୟବସ୍ଥା ଖଞ୍ଜାଯାଇଛି । ଦ୍ୱିତୀୟ ପରୀକ୍ଷାରେ ଏହା ଅତ୍ୟନ୍ତ ନିର୍ଭରଶୀଳ ଥିବା ତଥା ଅତ୍ୟାଧୁନିକ ବୈଷୟିକ କୌଶଳର ପ୍ରୟୋଗ କ୍ଷେତ୍ରରେ ସଫଳ ହୋଇଥିବା ଜଣାପଡ଼ିଛି । ଏହି ପରୀକ୍ଷଣର ଉଚ୍ଚମାନର ସଫଳତା ଯୋଗୁଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଡିଆରଡିଓକୁ ଶୁଭେଚ୍ଛା ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି । ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସତୀଶ ରେଡ୍ଡି ବୈଜ୍ଞାନିକମାନଙ୍କ ସଫଳତାର ପ୍ରଶଂସା କରିଛନ୍ତି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦୁଇଟି ସଫଳ ପରୀକ୍ଷଣ ହୋଇପାରିଥିବାରୁ ସେ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

SSD / MB



(Release ID: 1783049) Visitor Counter : 270