ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ

10 ଟି ରାଜ୍ୟରେ 256 ଟି ଗ୍ରାମ ନ୍ୟାୟାଳୟ କାର୍ଯ୍ୟକ୍ଷମ ହୋଇଛି


ଓଡ଼ିଶାରେ 23 ଟି ଗ୍ରାମ ନ୍ୟାୟାଳୟ ରହିଥିବା ବେଳେ ଏଥିରୁ 19 ଟି କାର୍ଯ୍ୟକ୍ଷମ ରହିଛି ଏବଂ ଏଥିପାଇଁ 337.40 ଲକ୍ଷ ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି

Posted On: 17 DEC 2021 2:50PM by PIB Bhubaneshwar

ଦ୍ବାରଦେଶରେ ନାଗରିକମାନଙ୍କୁ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ, କେନ୍ଦ୍ର ସରକାର ଗ୍ରାମ ନ୍ୟାୟାଳୟ ଅଧିନିୟମ, 2008 ର ପ୍ରଣୟନ କରିଛନ୍ତି। ଏହା ମଧ୍ୟବର୍ତ୍ତି ପଞ୍ଚାୟତ ସ୍ତରରେ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା ପ୍ରଦାନ କରିଥାଏ।। ସମ୍ପୃକ୍ତ ଉଚ୍ଚ ନ୍ୟାୟଳୟଙ୍କ ପରାମର୍ଶ କ୍ରମେ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦାୟୀ ଅଟନ୍ତି। ନୂତନ ନ୍ୟାୟିକ ଅଧିକାରୀଙ୍କୁ ଏହି ଗ୍ରାମ ନ୍ୟାୟାଳୟରେ ସେବା କରିବା ବାଧ୍ୟତାମୂଳକ କରିବା ପାଇଁ ନ୍ୟାୟ ବିଭାଗ କୌଣସି ନିର୍ଦ୍ଦେଶନାମା ଜାରି କରି ନାହିଁ, କାରଣ ଗ୍ରାମ ନ୍ୟାୟାଳୟରେ ନ୍ୟାୟିକ ଅଧିକାରୀଙ୍କ ନିଯୁକ୍ତି ରାଜ୍ୟ ସରକାରଙ୍କ ଅଧୀନରେ ଅଛି।

ରାଜ୍ୟ ସରକାର / ହାଇକୋର୍ଟଙ୍କ ଦ୍ବାରା ଉପଲବ୍ଧ ସୂଚନା ଅନୁଯାୟୀ, 476 ଗ୍ରାମ ନ୍ୟାୟାଳୟ ଏପର୍ଯ୍ୟନ୍ତ 15 ଟି ରାଜ୍ୟ ସୂଚିତ କରିଛନ୍ତି। ଏଥି ମଧ୍ୟରୁ ବର୍ତ୍ତମାନ 10 ଟି ରାଜ୍ୟରେ 256 ଟି କାର୍ଯ୍ୟକ୍ଷମ ରହିଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକ୍ଷମ ହୋଇଥିବା ଗ୍ରାମ ନ୍ୟାୟାଳୟ, ରାଜ୍ୟ-ୱାରୀ ବିବରଣୀ ଏବଂ ଏହି ବିଭାଗ ଦ୍ବାରା ପାଣ୍ଠି ପ୍ରଦାନ ବିବରଣୀ ନିମ୍ନ ପ୍ରକାରେ :

Sl. No.

State/UTs

Gram Nyayalayas

Notified

Gram Nyayalayas

Functional

Fund released

(Amount in Rs.lakh)

1

Madhya Pradesh

89

89

2456.40

2

Rajasthan

45

45

1240.98

3

Kerala

30

30

828.00

4

Maharashtra

36

23

660.80

5

Odisha

23

19

337.40

6

Uttar Pradesh

113

43

1323.20

7

Karnataka

2

2

25.20

8

Haryana

2

2

25.20

9

Punjab

9

2

25.20

10

Jharkhand

6

1

75.60

11

Goa

2

0

25.20

12

Andhra Pradesh

42

0

436.82

13

Telangana

55

0

693.00

14

Jammu & Kashmir

20

0

0.00

15

Ladakh

2

0

0.00

Total

476

256

8153.00

 

ଗ୍ରାମ ନ୍ୟାୟାଳୟ ସ୍କିମକୁ ସମୟକୁ ସମୟ ମୂଲ୍ୟାୟନ କରାଯାଉଛି। ନିକଟରେ ନିତି ଆୟୋଗ ଦ୍ବାରା ଏହି ଯୋଜନାର ତୃତୀୟ ପକ୍ଷ ଦ୍ବାରା ମୂଲ୍ୟାୟନ କରାଯାଇଛି, ଯାହାକି ଏହି ସ୍କିମକୁ ଜାରି ରଖିବା ପାଇଁ ସୁପାରିଶ୍ କରିଛନ୍ତି। ସରକାର ଏହି ଯୋଜନାକୁ 01.04.2021 ଠାରୁ 30.03.2026 ପର୍ଯ୍ୟନ୍ତ ଆଉ 5 ବର୍ଷ ନିମନ୍ତେ ସଂପ୍ରସାରିତ କରିଛନ୍ତି। ଏଥିପାଇଁ 50 କୋଟି ଟଙ୍କାର ବ୍ୟବସ୍ଥା ରହିଛି।

କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରି ଗ୍ରାମ ନ୍ୟାୟାଳୟ ସ୍ଥାପନ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ଏହି ଯୋଜନା ଅନୁସାରେ, ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଏକକାଳୀନ ସହାୟତା ପ୍ରଦାନ କରୁଛନ୍ତି ଯାହାକି ପ୍ରତି ଗ୍ରାମ ପଞ୍ଚାୟତ ପିଛା ସର୍ବାଧିକ ଟ.18.00 ଲକ୍ଷ ଅଟେ। କେନ୍ଦ୍ର ସରକାର ମଧ୍ୟ ବାରମ୍ବାର ହେଉଥିବା ଖର୍ଚ୍ଚ ପାଇଁ ପ୍ରଥମ ତିନି ବର୍ଷ ନିମନ୍ତେ ପ୍ରତି ଗ୍ରାମ ନ୍ୟାୟାଳୟ ପିଛା ବର୍ଷକୁ ସର୍ବାଧିକ ଟ.3.20 ଲକ୍ଷ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରୁଛନ୍ତି।

ସମ୍ପୃକ୍ତ ରାଜ୍ୟରେ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିୟମିତ ଭାବେ ରାଜ୍ୟ ସରକାର ଏବଂ ଉଚ୍ଚ ନ୍ୟାୟାଳୟଙ୍କ ସହ କାର୍ଯ୍ୟ କରୁଛନ୍ତି। ଚଳିତ ବର୍ଷ ଗ୍ରାମ ସ୍ତରରେ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍ ଏବଂ ରାଜ୍ୟ / ଆଇନ / ଗୃହ / ଅର୍ଥ ସଚିବଙ୍କ ସହ 05 (ପାଞ୍ଚ) ଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ।

କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ, ଶ୍ରୀଯୁକ୍ତ କିରେନ୍ ରିଜିଜୁ, ଲୋକସଭାରେ ଆଜି ଏହି ସୂଚନା ପ୍ରଦାନ କରିଛନ୍ତି।

BS



(Release ID: 1782910) Visitor Counter : 211


Read this release in: Urdu , Punjabi , Malayalam , English