ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରାକୃତିକ ଚାଷ ଜାତୀୟ ବୈଠକରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


“ସ୍ୱାଧୀନତାର ଶତବାର୍ଷିକୀ ପର୍ଯ୍ୟନ୍ତ ଆମର ଯାତ୍ରାରେ ନୂତନ ଆବଶ୍ୟକତା ଓ ଆହ୍ୱାନକୁ ନେଇ ଆମେ ଆମର କୃଷିକୁ ଆଗେଇନେବୁ”

“ଆମେ ଆମର କୃଷିକୁ ରସାୟନ ବିଜ୍ଞାନ ପରୀକ୍ଷାଗାରରୁ ପ୍ରକୃତିର ପରୀକ୍ଷାଗାରକୁ ନେଇଯିବୁ । ଯେତେବେଳେ ମୁଁ ପ୍ରକୃତିର ପରୀକ୍ଷାଗାର କଥା କହେ ତାହା ବିଜ୍ଞାନ ଉପରେ ପର୍ଯ୍ୟବସିତ ।

“ଆମକୁ ପୁଣି ଥରେ ପ୍ରାଚୀନ କୃଷି ଜ୍ଞାନ ସମ୍ପର୍କରେ ଶିଖି ତାକୁ ଆଧୁନିକ କାଳରେ ପ୍ରୟୋଗ ପାଇଁ ଅଧିକ ଶାଣିତ କରିବାକୁ ପଡିବ । ଏ ଦିଗରେ ଆମକୁ ପୁଣି ଗବେଷଣା କରି ପ୍ରାଚୀନ ଜ୍ଞାନଗରିମାକୁ ଆଧୁନିକ ଓ ବୈଜ୍ଞାନିକ ଢାଂଚାରେ ପକାଇବାକୁ ପଡିବ ।”

“ପ୍ରାକୃତିକ କୃଷିରୁ ଦେଶର ଶତକଡା ୮୦ଭାଗ ଚାଷୀ ଉପକୃତ ହେବେ”

“ପରିବେଶ ଜୀବନଧାରା ବା ଏକବିଂଶ ଶତାବ୍ଦୀରେ ଜୀବନ ବୈଶ୍ୱିକ ଅଭିଯାନରେ ଭାରତ ଓ ଏହାର ଚାଷୀମାନେ ନେତୃତ୍ୱ ନେବେ”

“ଏହି ଅମ୍ରିତ ମହୋତ୍ସବରେ ପ୍ରତି ପଂଚାୟତରେ ଅନୂନ୍ୟ ଗୋଟିଏ ଗ୍ରାମକୁ ପ୍ରାକୃତିକ କୃଷି ପରିସରଭୁକ୍ତ କରିବାକୁ ଉଦ୍ୟମ ହେବା ଆବଶ୍ୟକ”

“ଚାଲନ୍ତୁ ଶପଥ ନେବା ସ୍ୱାଧୀନତାର ଅମ୍ରିତ ମହୋତ୍ସବ ମା ଭାରତୀଙ୍କ ଧରିତ୍ରୀକୁ ରାସାୟନିକ ସାର ଓ କୀଟନାଶକରୁ ମୁକ୍ତ କରିବା”

Posted On: 16 DEC 2021 1:55PM by PIB Bhubaneshwar

ପ୍ରାକୃତିକ କୃଷି ଉପରେ ହୋଇଥିବା ଜାତୀୟ ସମ୍ମିଳନୀକୁ ଆଜି (୧୬-୧୨-୨୧) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ଅମିତ ଶାହା, ନରେନ୍ଦ୍ର ସିଂ ତୋମାର, ଗୁଜରାଟ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଗଣ ଏଥିରେ ଉପସ୍ଥିତ ଥିଲେ ।

ସ୍ୱାଧୀନତାର ଶତବର୍ଷିକୀ ପାଳନ ପର୍ଯ୍ୟନ୍ତ ଯାତ୍ରାରେ ନୂତନ ଆବଶ୍ୟକତା ଓ ଆହ୍ୱାନକୁ ନେଇ ଆମେ କୃଷି କାର୍ଯ୍ୟକୁ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଆହ୍ୱାନ ଜଣାଇଥିଲେ । ବିଗତ ଛଅ-ସାତବର୍ଷ ମଧ୍ୟରେ ବିହନଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ମୃତ୍ତିକା ପରୀକ୍ଷାଠାରୁ ଆରମ୍ଭ କରି ଶହ ଶହ ନୂତନ ପ୍ରଜାତିର ବିହନ, ପିଏମ୍ କିଷାନ ସମ୍ମାନ ନିଧିରୁ ଉତ୍ପାଦିତ ସାମଗ୍ରୀର ଦେଢଗୁଣ ଅଧିକ ସହାୟକ ମୂଲ୍ୟ, ଜଳସେଚନଠାରୁ କିଷାନ ରେଳର ମଜବୁତ ବ୍ୟବସ୍ଥା ପର୍ଯ୍ୟନ୍ତ ଏଥିପାଇଁ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଚାଷୀମାନଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଥିଲେ ।

ସବୁଜ ବିପ୍ଳବ ଆଣିବାରେ ସାର ଓ ରସାୟନର ଭୂମିକାକୁ ସ୍ୱୀକାର କରି ମଧ୍ୟ ପ୍ରଧାନମନ୍ତ୍ରୀ ଏହାର ବିକଳ୍ପ ଅନୁସନ୍ଧାନ ଉପରେ ଗୁରୁତ୍ୱଆରୋପ କରିଥିଲେ । ସେ କୀଟନାଶକ ଓ ଆମଦାନୀକାରୀ ସାର ଯୋଗୁଁ ଖର୍ଚ୍ଚ ବୃଦ୍ଧି ପାଇବା ସହ ସ୍ୱାସ୍ଥ୍ୟ ହାନୀ ଉପରେ ମଧ୍ୟ ସତର୍କ କରାଇ ଦେଇଥିଲେ । କୃଷିକ୍ଷେତ୍ର ଭୟଙ୍କର ବିପଦର ସମ୍ମୁଖୀନ ହେବା ପୂର୍ବରୁ ତା’ ଉପରେ ପଦକ୍ଷେପ ନେବାକୁ ବର୍ତ୍ତମାନ ହିଁ ପ୍ରକୃତ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଆମେ ଆମର କୃଷିକୁ ରସାୟନ ବିଜ୍ଞାନର ପରୀକ୍ଷାଗାରରୁ ପ୍ରକୃତିର ବିଜ୍ଞାନଗାରାକୁ ନେଇଯିବାକୁ ପଡିବ । ଯେତେବେଳେ ମୁଁ ପ୍ରାକୃତିକ ପରୀକ୍ଷାଗାର କଥା କୁହେ ଏହା ସମ୍ପୂର୍ଣ୍ଣ ବିଜ୍ଞାନଭିତ୍ତିକ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ବିଶ୍ୱ ଯେତେ ଆଧୁନିକ ହେଉଛି ସେତେ ମୌଳିକତା ଆଡକୁ ମୁହାଁଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଏହାର ଅର୍ଥ ହେଲା ନିଜର ମୂଳ ସହ ଯୋଡି ହେବା । ଆପଣଙ୍କ କୃଷକ ବନ୍ଧୁମାନଙ୍କ ବ୍ୟତୀତ   ଏହାଠାରୁ ଅଧିକ କିଏ ଜାଣିଛି? ଆମେ ଗଛ ମୂଳରେ ଯେତେ ପାଣି ଦେବା ଗଛ ସେତେ ବଢିବ ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଆମକୁ ପ୍ରାଚୀନ କୃଷି ବିଜ୍ଞାନ ଉପରେ ଅଧିକ ଶିଖି ତାକୁ ଆଧୁନିକ ଯୁଗରେ ଅଧିକ ପ୍ରଭାବୀଭାବେ ପ୍ରୟୋଗ କରିବାକୁ ପଡିବ । ଏ ଦିଗରେ ଅଧିକ ଗବେଷଣା କରି ପ୍ରାଚୀନ ଜ୍ଞାନକୁ ଆଧୁନିକ ଓ ବୈଜ୍ଞାନିକ ଢାଂଚାରେ ପକାଇବାକୁ ପଡିବ ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେଉଁ ଜ୍ଞାନ ଆହରଣ କରୁଛୁ ସେ ସମ୍ପର୍କରେ ସତର୍କ ରହିବାକୁ ପଡିବ । ଶସ୍ୟର ଅବଶେଷ ପୋଡିବାର ଉଦାହରଣ ଦେଇ ସେ କହିଥିଲେ ବିଶେଷଜ୍ଞମାନେ ଜମିରେ ନିଆଁ ଲଗାଇଲେ ମାଟି  ଏହାର ଉର୍ବରତା ହରାଉଛି ବୋଲି ମତ ଦେବା ସତ୍ୱେ ହୋଇଚାଲିଛି । ମନରେ ଏକ ଭ୍ରାନ୍ତି ରହିଛି ଯେ ରସାୟନ ବିନା ଫସଲ ଜମା ଭଲ ହେବନାହିଁ । ମାତ୍ର ସତ୍ୟ ହେଉଛି ତା’ର ବିପରୀତ । ଆଗକୁ ରସାୟନିକ ସାର ନଥିଲା ତଥାପି ଫସଲ ଭଲ ହେଉଥିଲା । ମାନବ ସଭ୍ୟତାର ଇତିହାସ ଏହାର ସାକ୍ଷୀ ।ନୂଆ ନୂଆ ଜିନିଷ ଜାଣିବା ସତ୍ୱେ ଆମେ ଚାଷକୁ ପଶି ଆସିଥିବା ଭୂଲଭଟକାକୁ ମଧ୍ୟ ବୁଝିବାକୁ ହେବ ବୋଲି ସେ କହିଥିଲେ । ଆଇସିଏଆର,କୃଷି ବିଶ୍ୱବିଦ୍ୟାଳୟ ଓ କୃଷି ବିଜ୍ଞାନ କେନ୍ଦ୍ର ଇତ୍ୟାଦି କାଗଜ କଲମ ପରିବର୍ତ୍ତେ ପ୍ରକୃତ ସଫଳତା ପ୍ରଦର୍ଶନ କରିପାରିବ ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାକୃତିକ କୃଷି ଦ୍ୱାରା ଦେଶର ଶତକଡା ଅଶୀଭାଗ ଚାଷୀ ଉପକୃତ ହେବେ । ସେହି କ୍ଷୁଦ୍ରଚାଷୀ ଉପକୃତ ହେବେ ଯେଉଁମାନଙ୍କ ଦୁଇ ହେକ୍ଟରରୁ କମ୍ ଜମି ରହିଛି । ଏମାନଙ୍କ ମଧ୍ୟରୁ  ଅଧିକାଂଶ ରାସାୟନିକ ସାର ଉପଯୋଗ କରିଥାନ୍ତି । ସେମାନେ ପ୍ରାକୃତିକ ଚାଷ ଆପଣାଇଲେ ସେମାନଙ୍କ ଅବସ୍ଥା ଆହୁରି ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ପ୍ରାକୃତିକ ଚାଷକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ  ଆଗେଇ ଆସିବାକୁ ନିବେଦନ କରିଥିଲେ । ଏହି ଅମ୍ରିତ ମହୋତ୍ସବ କାଳରେ ପ୍ରତି ପାଞ୍ଚୟତରେ ଅନୂନ୍ୟ ଗୋଟିଏ ଗ୍ରାମକୁ ପ୍ରାକୃତିକ କୃଷି ପରିସରଭୁକ୍ତ କରିବାକୁ ପାଇଁ ଉଦ୍ୟମ କରିବାକୁ ସେ ଜୋର ଦେଇଥିଲେ ।

ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀର ଅବତାରଣା କରି ଶ୍ରୀ ପ୍ରଧାନମନ୍ତ୍ରୀ  ବିଶ୍ୱକୁ ଆହ୍ୱାନ ଦେଇ କହିଥିଲେ ଯେ, “ ପରିବେଶ ପାଇଁ ଜୀବନଧାରା” ଅର୍ଥାତ୍ ଜୀବନ ଏକ ବୈଶ୍ୱିକ ଅଭିଯାନ ହେବା ଆବଶ୍ୟକ । ଏକ ବିଂଶ ଶତାବ୍ଦୀରେ ଭାରତ ଓ ଏହାର ଚାଷୀକୂଳ ଏହି ଅଭିଯାନର ନେତୃତ୍ୱ ନେବେ । ଆସନ୍ତୁ ଆମେ ଶପଥ ନୋବ ସ୍ୱାଧୀନତାର ଅମ୍ରିତ ମହୋତ୍ସବରେ ମା ଭାରତୀଙ୍କ ଧରିତ୍ରୀକୁ ରାସାୟନିକ ସାର ଓ କୀଟନାଶକ ମୁକ୍ତ କରିବା ବୋଲି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ ।

ପ୍ରାକୃତିକ କୃଷି ଉପରେ ଗୁଜରାଟ ସରକାର ଜାତୀୟ ବୈଠକର ଆୟୋଜନ କରିଛନ୍ତି । ୧୪ର୧୬ ଡିସେମ୍ବର ପର୍ଯ୍ୟନ୍ତ ଏହି ତିନିଦିନିଆ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି । ପାଞ୍ଚହଜାରରୁ ଅଧିକ ଚାଷୀଙ୍କ ସମେତ ଆଇସିଏଆର, କୃଷି ବିଜ୍ଞାନ କେନ୍ଦ୍ର ଓ ଆତ୍ମା (କୃଷି ବୈଷୟିକ ଜ୍ଞାନ ପରିଚାଳନା ସଂସ୍ଥା) ଭଳି କେନ୍ଦ୍ରୀୟ ସଂସ୍ଥା  ସହ ସିଧାସଳଖ ଜଡିତ ଚାଷୀ ଏଥିରେ ଯୋଗ ଦେଇଛନ୍ତି ।

 

*****

SM /SLP



(Release ID: 1782412) Visitor Counter : 231