ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡିସେମ୍ବର ୧୭ରେ ଅଖିଳ ଭାରତୀୟ ମେୟର୍ସ ସମ୍ମିଳନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ସମ୍ମିଳନୀର ବିଷୟବସ୍ତୁ: ନୂଆ ସହରାଞ୍ଚଳ ଭାରତ
प्रविष्टि तिथि:
16 DEC 2021 10:10AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୭, ୨୦୨୧ ପୂର୍ବାହ୍ନ ୧୦.୩୦ରେ ବାରଣାସୀ ଠାରେ ନଗର ଉନ୍ନୟନ ବିଭାଗ, ଉତ୍ତର ପ୍ରଦେଶଙ୍କ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ମେୟର୍ସ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବା ସହ ସମ୍ବୋଧିତ କରିବେ । ଦେଶର ବିଭିନ୍ନ ରାଜ୍ୟର ମେୟର ଏହି ସମ୍ମିଳନୀରେ ଭାଗ ନେବେ । ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ନୂଆ ସହରାଞ୍ଚଳ ଭାରତ ।
ସହରାଞ୍ଚଳରେ ସୁଗମ ଜୀବନଯାତ୍ରା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଜୀର୍ଣ୍ଣ ସହରାଞ୍ଚଳ ଭିତ୍ତିଭୂମି ଓ ସୁବିଧାସୁଯୋଗର ଅଭାବ ଭଳି ସମସ୍ୟା ସମାଧାନ ପାଇଁ ସରକାର ଅନେକ ପ୍ରକାର ଯୋଜନା ଓ ଉପକ୍ରମ ଆରମ୍ଭ କରିଛନ୍ତି । ଏସବୁ ପ୍ରୟାସ ଅନ୍ତର୍ଗତ ଉତ୍ତର ପ୍ରଦେଶ ରାଜ୍ୟକୁ ବିଶେଷ ଧ୍ୟାନ ଦିଆଯାଇଛି । ରାଜ୍ୟରେ ବିଶେଷ କରି ବିଗତ ପାଞ୍ଚ ବର୍ଷ ମଧ୍ୟରେ ସହରାଞ୍ଚଳ ଦୃଶ୍ୟପଟ୍ଟରେ ବ୍ୟାପକ ପ୍ରଗତି ଓ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ସହରାଞ୍ଚଳ ବିକାଶ କ୍ଷେତ୍ରରେ ଭାରତ ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଡିସେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିବେ ।
SR
(रिलीज़ आईडी: 1782276)
आगंतुक पटल : 252
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam