ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
azadi ka amrit mahotsav

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ନିର୍ମାଣ, ପୁନରୁଦ୍ଧାର ଓ ଉନ୍ନତିକରଣ ପ୍ରକଳ୍ପକୁ ମଞ୍ଜୁର କଲେ ଶ୍ରୀ ନୀତିନ ଗଡ଼କରୀ

ପୋଷ୍ଟ କରାଯିବା ଦିନାଙ୍କ: 15 DEC 2021 5:03PM by PIB Bhubaneswar

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ 4 ଲେନ ବିଶିଷ୍ଟ କେସିଙ୍ଗା ଆରଓବି 4 ଲେନ ସଡ଼କ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି। ଓଡ଼ିଶାର କଳାହାଣ୍ଡି ଜିଲ୍ଲା କେସିଙ୍ଗାର 201 ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ସଂଖ୍ୟା 26)ର 176 କିମି ଠାରେ ଲେଭେଲ କ୍ରସିଂ ସଂଖ୍ୟା ଆରଭି-172 ପାଇଁ ଭୂମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି।  ଏହି ପ୍ରକଳ୍ପ ପାଇଁ 324.09 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏକାଧିକ ଟୁଇଟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି ଯେ, ଆନ୍ଧ୍ରପ୍ରଦେଶର 30 ନମ୍ବର ଜାତୀୟ ରାଜପଥର ଦୁଇ ଲେନ ବିଶିଷ୍ଟ ପେଭଡ ସୋଲଜର ସହିତ 170+700ରୁ 234+567(ଡିଜାଇନ ପରିବର୍ତ୍ତନ) ଭାଗର ପୁନରୁଦ୍ଧାର ଏବଂ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ପାଇଁ 388.70 କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହା ଛଡ଼ା ଆନ୍ଧ୍ରପ୍ରଦେଶ ଦେଇ ଯାଇଥିବା 42 ନମ୍ବର ଜାତୀୟ ରାଜପଥର ମୁଲାକାଲାଚେରୁଭୁ ଠାରୁ ମଦନାପଲ୍ଲୀ ସେକ୍ସନ ପର୍ଯ୍ୟନ୍ତ ସଡ଼କର ପୁନରୁଦ୍ଧାର ଏବଂ ଉନ୍ନତିକରଣ କରାଯିବ। ଇପିସି ମୋଡ଼ରେ ପେଭଡ ସୋଲଜର ସହିତ ଏହି ସଡ଼କକୁ 2 ଲେନରୁ 2/4 ଲେନ କରାଯିବ ଏବଂ ଏଥିପାଇଁ 480.10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ମଧ୍ୟପ୍ରଦେଶରେ ସିଆରଆଇଏଫ ଯୋଜନା ଅଧୀନରେ 2021-22 ଆର୍ଥିକ ବର୍ଷରେ 600.13 କିମି ଲମ୍ବ 23ଟି ପ୍ରକଳ୍ପର ବିକାଶ କରାଯିବ। ଏଥିପାଇଁ 1814.90 କୋଟି ଟଙ୍କା ବଜେଟ ବ୍ୟୟବରାଦ କରାଯାଇଛି।

 

**********

 

P.S.


(ରିଲିଜ ଆଡି: 1781917) ପରିଦର୍ଶକ କାଉଣ୍ଟର : 165
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Punjabi