ରାଷ୍ଟ୍ରପତିଙ୍କ ସଚିବାଳୟ
୪ ଦେଶର ରାଷ୍ଟ୍ର ଦୂତମାନେ ଭାରତର ରାଷ୍ଟ୍ରପତିଙ୍କୁ ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ
ପୋଷ୍ଟ କରାଯିବା ଦିନାଙ୍କ:
13 DEC 2021 5:51PM by PIB Bhubaneswar
ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି (୧୩ ଡିସେମ୍ବର, ୨ଠ୨୧) ରାଷ୍ଟ୍ରପତି ଭବନର ଅଶୋକ ହଲ ଠାରେ କିଉବା ଗଣତନ୍ତ୍ରର ରାଷ୍ଟ୍ରଦୂତ, ଘାନା ଗଣତନ୍ତ୍ରର ଉଚ୍ଚ କମିଶନର, ମଙ୍ଗୋଲିଆର ରାଜଦୂତ ଏବଂ ସିଏରାଲିଓନ ଗଣତନ୍ତ୍ରର ଉଚ୍ଚ କମିଶନରଙ୍କ ପରିଚୟପତ୍ର ଗ୍ରହଣ କରିଛନ୍ତି ।
ଯେଉଁମାନେ ସେମାନଙ୍କର ପରିଚୟପତ୍ର ଉପସ୍ଥାପନା କରିଥିଲେ:
(୧) ଏଚ.ଇ. ଶ୍ରୀ ଆଲୋଜାଣ୍ଡ୍ରୋ ସିମକାସ ମାରିନ, କିଉବା ଗଣତନ୍ତ୍ରର ରାଷ୍ଟ୍ରଦୂତ
(୨) ଏଚ.ଇ. ଶ୍ରୀ କାୱାକୁ ଆଶମା ଚେରମେହ, ଘାନା ଗଣତନ୍ତ୍ରର ଉଚ୍ଚ କମିଶନର
(୩) ମହାମହିମ ଶ୍ରୀ ଗାନବୋଲ୍ଡ ଦାମ୍ବାଜାଭ, ମଙ୍ଗୋଲିଆର ରାଷ୍ଟ୍ରଦୂତ
(୪) ମହାମହିମ ଶ୍ରୀ ରଶିଦ ସେସେ, ସିଏରାଲିଓନ ଗଣତନ୍ତ୍ରର ଉଚ୍ଚ କମିଶନର ।
ପରିଚୟପତ୍ର ଉପସ୍ଥାପନା କରିବା ପରେ ରାଷ୍ଟ୍ରପତି ୪ ଜଣ ରାଷ୍ଟ୍ରଦୂତଙ୍କ ସହ ପୃଥକ, ପୃଥକ ଆଲେଚନା କରିଥିଲେ। ସେ ସେମାନଙ୍କର ନିଯୁକ୍ତି ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ ଏହି ଦେଶଗୁଡ଼ିକ ସହ ଅଂଶୀଦାର କରିଥିବା ଉଷ୍ଣ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଭାରତ ସହ ବହୁମୁଖୀ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ସେମାନଙ୍କ ମଙ୍ଗଳ ପାଇଁ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଲୋକମାନଙ୍କର ଅଗ୍ରଗତି ଏବଂ ସମୃଦ୍ଧି ପାଇଁ ରାଷ୍ଟ୍ରପତି ତାଙ୍କର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ରାଷ୍ଟ୍ରଦୂତ ଏବଂ ଉଚ୍ଚ କମିଶନରଙ୍କ ମାଧ୍ୟମରେ ରାଷ୍ଟ୍ରପତି ତାଙ୍କ ନେତୃତ୍ୱକୁ ବ୍ୟକ୍ତିଗତ ସମ୍ମାନ ମଧ୍ୟ ଦେଇଥିଲେ । ଏହି କ୍ରମରେ ଉପସ୍ଥିତ ରାଷ୍ଟ୍ର ଦୂତମାନେ ଭାରତ ସହ ଆମ ସମ୍ପର୍କକୁ ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହୋରାଇଛନ୍ତି ।
NS / MB
(ରିଲିଜ ଆଡି: 1781141)
ପରିଦର୍ଶକ କାଉଣ୍ଟର : 239