ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
azadi ka amrit mahotsav

ଅଜାଦୀ କା ଡିଜିଟାଲ୍ ମହୋତ୍ସବ


ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଠାରୁ ତଳେ ଥିବା ଏମ୍‌ଏସ୍‌ଏମ୍‌ଇ / କ୍ଷୁଦ୍ର ଶିଳ୍ପ / କ୍ଷୁଦ୍ର ବ୍ୟବସାୟୀ / ସାଧାରଣ ଲୋକଙ୍କୁ ଶୀଘ୍ର ଏବଂ ସହଜ ଋଣ ପ୍ରଦାନ ପାଇଁ ପ୍ଲାଟଫର୍ମ ସୃଷ୍ଟି କରିବାକୁ ବ୍ୟାଙ୍କର୍ସମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଇଲେକଟ୍ରୋନିକ ଏବଂ ଆଇଟି ମନ୍ତ୍ରାଳୟ 'ଡିଜିଟାଲ୍ ପେମେଣ୍ଟଣ୍ଟଉତ୍ସବ' ମାଧ୍ୟମରେ ଭାରତର ଡିଜିଟାଲ୍ ପେମେଣ୍ଟ ଯାତ୍ରା ପାଳନ କରୁଛି

ଡିଜିଧନ ଲୋଗୋ ଉନ୍ମୋଚିତ ହେଲା

ଡିଜିଟାଲ ପେମେଣ୍ଟଣ୍ଟସନ୍ଦେଓ ଯାତ୍ରା ନାମକ ଏକ ସଚେତନତା ଅଭିଯାନ 'ଚୁଟ୍‍କି ବଜା କେ' (କ୍ୟାସଲେସ୍‌, ଟଚ୍‍ଲେସ, ପେପରଲେସ୍‍) ଶୀର୍ଷକ ଡିଜିଟାଲ୍ ପେମେଣ୍ଟ ସଙ୍ଗୀତ ସହିତ ଆରମ୍ଭ ହୋଇଛି

ଡିଜିଟାଲ ପେମେଣ୍ଟର ପ୍ରୋତ୍ସାହନ ଦିଗରେ ୨୦୧୯-୨୦ ଆର୍ଥିକ ବର୍ଷ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ସେମାନଙ୍କ ସଫଳତା ପାଇଁ ଅଗ୍ରଣୀ ବ୍ୟାଙ୍କ ଏବଂ ଫିନଟେକ୍ ମାନଙ୍କୁ ଡିଜିଧନ ପୁରସ୍କାରରେ ସମ୍ମାନିତ କରାଯାଇଛି

ପ୍ରଧାନମନ୍ତ୍ରୀ ଏସ୍‍ଭିଏନିଧି ଯୋଜନା ଅନ୍ତର୍ଗତ ରାସ୍ତାକଡ ବ୍ୟବସାୟୀମାନଙ୍କୁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ସାମିଲ ପାଇଁ ପେମେଣ୍ଟ ଗୋଷ୍ଠିର ଅବଦାନକୁ ମାନ୍ୟତା ପ୍ରଦାନ କରାଯାଇଛି

प्रविष्टि तिथि: 05 DEC 2021 3:43PM by PIB Bhubaneshwar

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (ଏମ୍ଇଆଇଟିୱାଇ) ଆଜି ସପ୍ତାହବ୍ୟାପୀଆଜାଦୀ କା ଡିଜିଟାଲ୍ ମହୋତ୍ସବ' ଏକ ଅଂଶ ଭାବରେ' ଡିଜିଟାଲ୍ ପେମେଣ୍ଟଣ୍ଟଉତ୍ସବ' ନାମରେ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଛି ଏହି ଦିନ ଭାରତ ଡିଜିଟାଲ୍ ପେମେଣ୍ଟର ଯାତ୍ରା ଏବଂ ଅଭିବୃଦ୍ଧିକୁ ପାଳନ କରିଥିଲା ଏବଂ ସରକାର, ବ୍ୟାଙ୍କିଙ୍ଗ୍ କ୍ଷେତ୍ର, ଫିନଟେକ୍ କମ୍ପାନୀ ଏବଂ ଷ୍ଟାର୍ଟଅପ୍ ମୁଖ୍ୟମାନଙ୍କୁ ଏକତ୍ର କରିଥିଲା ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଧନ ଲୋଗୋର ଉନ୍ମୋଚନ, ଡିଜିଟାଲ୍ ପେମେଣ୍ଟସ୍ ସନ୍ଦେଶ ନାମକ ଏକ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି ଯାହାକି 'ଚୁଟ୍କି ବଜା କେ' (କ୍ୟାସଲେସ୍‌, ଟଚ୍ଲେସ, ପେପରଲେସ୍‍) ଡିଜିଟାଲ ପେମେଣ୍ଟର ପ୍ରୋତ୍ସାହନ ଦିଗରେ ୨୦୧୯-୨୦ ଆର୍ଥିକ ବର୍ଷ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ସେମାନଙ୍କ ସଫଳତା ପାଇଁ ଅଗ୍ରଣୀ ବ୍ୟାଙ୍କ ଏବଂ ଫିନଟେକସଗୁଡ଼ିକୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଥିଲା କାର୍ଯ୍ୟକ୍ରମ ଅବରସରେ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଏସ୍ଭିଏନିଧି ଯୋଜନାରେ ରାସ୍ତାକଡ ବିକ୍ରେତାମାନଙ୍କୁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ସାମିଲ ପାଇଁ ଚାରିଟି ପେମେଣ୍ଟ ସିଷ୍ଟମ୍ ଗୋଷ୍ଠିଙ୍କ ଅବଦାନକୁ ମଧ୍ୟ ସ୍ୱୀକୃତି ଦିଆଯାଇଥିଲା

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ରେଳବାଇ ଏବଂ ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏମଏସଏମଇ, କ୍ଷୁଦ୍ର ଶିଳ୍ପ, କ୍ଷୁଦ୍ର ବ୍ୟବସାୟୀ ଏବଂ ସବା ତଳେ ଥିବା ଲୋକଙ୍କୁ ଶୀଘ୍ର ତଥା ସହଜ ଋଣ ପ୍ରଦାନ ପାଇଁ ୟୁପିଏ ଭଳି ଶକ୍ତିଶାଳୀ ଏବଂ ପ୍ରତୀୟମାନ ପ୍ଲାଟଫର୍ମ ସୃଷ୍ଟି କରିବାକୁ ବ୍ୟାଙ୍କର୍ସମାନଙ୍କୁ ଏକ ଆହ୍ୱାନ ଦେଇଥିଲେ   ତୁମ (ବ୍ୟାଙ୍କର୍ସ) ମାନଙ୍କ ପାଇଁ ଆଜି ଚ୍ୟାଲେଞ୍ଜ ନେବା ପାଇଁ ଆଧାର, ଡିଜିଲକର୍ ଏବଂ ୟୁପିଏର ଏକ ବହୁତ ଭଲ ବ୍ୟବସ୍ଥା ଅଛି ଆଗାମୀ ତିନିମାସ ପାଇଁ ଚ୍ୟାଲେଞ୍ଜ ଉପରେ କାମ କର, ଫେରି ଆସ ଏବଂ ମୁଁ ଆଣିଥିବା ଧାରଣାକୁ ଦେଖିବା ପାଇଁ ମୁଁ ତୁମ ସହିତ ଦିନସାରା କାମ କରିବି ବୋଲି ସେ କହିଛନ୍ତି

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର ଏକ ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରି ସ୍ୱଳ୍ପ ନଗଦ ଅର୍ଥ, ଡିଜିଟାଲ୍ ସଶକ୍ତିକରଣ ଏବଂ ଆତ୍ମ ନିର୍ଭର ଭାରତର ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ବିଏଫ୍ଏସ୍ଆଇ ଏବଂ ଫିନଟେକ୍ ମାନଙ୍କ ଉଦ୍ୟମକୁ ସ୍ୱୀକୃତି ଦେଇଛନ୍ତି

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ହେତୁ ବର୍ତ୍ତମାନ ସୁଦ୍ଧା ମହାମାରୀ ସମୟରେ ନାଗରିକମାନେ ଦାୟିତ୍ୱପୂର୍ଣ୍ଣ ଭାବେ ବିନା ଦୁର୍ନୀତିରେ ସେମାନଙ୍କର ଲାଭ ସିଧାସଳଖ ବ୍ୟାଙ୍କ୍ଆକାଉଣ୍ଟ ଜରିଆରେ ପାଇ ପାରୁଛନ୍ତି ଯାହା କୌଣସି ଗଣତାନ୍ତ୍ରିକ ସରକାର କରି ପାରିବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡିଜିଟାଲ୍ ପେମେଣ୍ଟଣ୍ଟକ୍ଷେତ୍ରରେ ଭାରତର ପ୍ରଦର୍ଶନ ହେଉଛି ବିଶ୍ୱର ରାଷ୍ଟ୍ରମାନଙ୍କର ଇର୍ଷା ଯାହା କି ବର୍ଷେ ପୂର୍ବରୁ ସେମାନେ ଭାବିଥିଲେ ଯେ ସେମାନେ ଜ୍ଞାନକୌଶଳ ଏବଂ ନବସୃଜନ କ୍ଷେତ୍ରରେ ଆଗରେ ଅଛନ୍ତି

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମନ୍ତ୍ରାଳୟର ସଚିବ ଶ୍ରୀ ଅଜୟ ସାୱନି ଭାରତକୁ ଏକ ନଗଦ ବିହୀନ ସମାଜ କରିବା ପାଇଁ ଦୂରଦୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏକ ଦୃଢ ତଥା ନିରାପଦ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ନିଜର ଜ୍ଞାନ ବାଣ୍ଟିଛନ୍ତି ଆଧାରରେ ଶୀର୍ଷକୁ ଆସିବା, ୟୁପିଆଇ ଏକ ର୍ନିଦ୍ଦିଷ୍ଟ ଯାଦୁ ସୃଷ୍ଟି କରିଛି, ଏହାକୁ ଜୀବନ୍ତ ଡିଜିଟାଲ ପରିଚୟ ଦେଇଛି ଯାହା ପାଇଁ ପକେଟରେ କାର୍ଡ ମଧ୍ୟ ଦରକାର ନାହିଁ ୟୁପିଆଇ କେବଳ ଏକ ଡାଟାବେସ୍ କିମ୍ବା ଏକ ପ୍ରକଳ୍ପ ନୁହେଁ, ଏହା ଏକ ଦେଶବ୍ୟାପୀ ଇକୋସିଷ୍ଟମ୍ ଯେଉଁଠାରେ ସମସ୍ତେ ଯୋଗଦେବାକୁ ସ୍ୱାଗତ କରାଯାଉଛି

ୟୁପିଆଇ ଲଗାତାର ଭାବେ ଆଗକୁ ବଢୁଛି .. କିନ୍ତୁ ଆମକୁ ଅନେକ ମାଇଲ୍ ବାକି ଅଛି ଯେପର୍ଯ୍ୟନ୍ତ ଆମେ ନଗଦ ଦେଖୁଛୁ ସେ ପର୍ଯ୍ୟନ୍ତ ଆମର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ସେ କହିଛନ୍ତି

ମନ୍ତ୍ରାଳୟର ଆର୍ଥିକ ପରାମର୍ଶଦାତା ସୁଶ୍ରୀ ସିମି ଚୌଧୁରୀ କହିଛନ୍ତି ଯେ ବିଶ୍ୱରେ କୋଭିଡ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଅବିଶ୍ୱସନୀୟ ସମୟରେ ଡିଜିଟାଲ୍ ପେମେଣ୍ଟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଗ୍ରାହକଙ୍କ ବ୍ୟାପକ ଗ୍ରହଣୀୟତା ହେତୁ ଆମେ ବର୍ଷକୁ ବର୍ଷ ଏବଂ ବିଶେଷକରି ମହାମାରୀ ସମୟରେ ଡିଜିଟାଲ୍ ପେମେଣ୍ଟରେ ଅଭିବୃଦ୍ଧିର ସାକ୍ଷୀ ରହିଛୁ ମୋଟ କାରବାର ପରିମାଣ ୨୦୧୮ ଆର୍ଥିକ ବର୍ଷରେ ୨୦୭୧ କୋଟିରୁ ୨୦୨୧ ଆର୍ଥିକ ବର୍ଷରେ ୫୫୫୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଡିଜିଟାଲ ଦେୟ ଅର୍ଥନୀତିକୁ ବଜାୟ ରଖିଛି ଏବଂ ଲୋକଙ୍କୁ ଜୀବାଣୁଙ୍କ ସଂସ୍ପର୍ଶରେ ଆସିବାକୁ ହ୍ରାସ କରିବାରେ ସାହାଯ୍ୟ କରୁଛି

କାର୍ଯ୍ୟକ୍ରମରେ ଅଭିନବ ସମାଧାନର ଶୁଭାରମ୍ଭ ହେଲା ଯଥା :

ପେମେଣ୍ଟ ଅନ୍ଦି ଗୋ : ପୋଷାକଗୁଡିକ ପ୍ରକୃତ କାଗଜହୀନ ଯୋଗାଯୋଗହୀନ ଦେୟକୁ ପୁନଃ ବ୍ୟାଖ୍ୟା କରୁଛି, ଏହାକୁ ଅଧିକ ଅନୁକରଣ କରୁଛି, ବ୍ୟାଙ୍କ ଅଫ୍ ବରୋଦା ଏବଂ ସିଟି ୟୁନିଅନ୍ ବ୍ୟାଙ୍କ ରୁପେ-ଅନ୍‌-ଗୋ ଆରମ୍ଭ କରିଛନ୍ତି

ସମସ୍ତଙ୍କ ପାଇଁ ଅନ୍ତର୍ଭୂକ୍ତ ଋଣ : କ୍ରେଡିଟ୍ କାର୍ଡଗୁଡିକ ଫିନଟେକ୍ ରେ ପରବର୍ତ୍ତୀ ବୃହତ ସଂସ୍ଥାକୁ ପ୍ରତିନିଧିôତ୍ୱ କରେ ଏବଂ ଯୋଗାଯୋଗହୀନ ପ୍ରକୃତରେ ଆଗକୁ ବଢିଥାଏ ଏହାକୁ ପରବର୍ତ୍ତୀ ସ୍ତରକୁ ଆଣିବା ପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ-ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କୋଟାକ୍ ବ୍ୟାଙ୍କ, ୟେସ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ମହାରାଷ୍ଟ୍ର ଏବଂ ସିଟି ୟୁନିଅନ ବ୍ୟାଙ୍କ ରୁପେ ନେଟୱାର୍କରେ ଯୋଗାଯୋଗ ବିହୀନ କ୍ରେଡିଟ କାର୍ଡ ଆରମ୍ଭ କରିଛନ୍ତି

କ୍ଷୁଦ୍ର ବ୍ୟବସାୟୀଙ୍କୁ ସଶକ୍ତ କରିବା: ଭାରତରେ ପାଖାପାଖି . କୋଟି ଖୁଚୁରା ବିକ୍ରୟ କେନ୍ଦ୍ର / ଦୋକାନ ଆଦି ଅଛି   ୟୁନିଅନ୍ ବ୍ୟାଙ୍କ ବିକ୍ରୟ ସ୍ଥାନରେ ଏକ ଆଣ୍ଡ୍ରଏଡ୍‌-ଆଧାରିତ ସଫ୍ଟପୋସ୍ମୋବାଇଲ୍ ଆପ୍ ଘୋଷଣା କରିଛି, ଯାହା ଡିଜିଟାଲ୍ ପେମେଣ୍ଟ ଗ୍ରହଣର ବ୍ୟବସ୍ଥାକୁ ଆହୁରି ଆଗକୁ ବଢାଇବ

ବିଭିନ୍ନ ଫିନଟେକ୍‌, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଇକୋସିଷ୍ଟମ୍ ସହଯୋଗୀଙ୍କ ଦ୍ୱାରା ୪୦ ଟି ମଣ୍ଡପ ପ୍ରତିଷ୍ଠା କରାଯାଇଥିଲା, ଯେଉଁମାନେ ଦେଶରେ ଡିଜିଟାଲ୍ ପେମେଣ୍ଟ ବିପ୍ଳବରେ ସହଯୋଗ କରିଥିଲେ ସେମାନେ ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମର ଏକ ଅଂଶ ଥିଲେ

ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ସାଂସ୍କୃତିକ କ୍ଷେତ୍ର, ବ୍ୟାଙ୍କ ଏବଂ ଫିନଟେକ୍ ପାଇଁ ପୁରସ୍କାର ବିତରଣ ଉତ୍ସବ, “ଚୁଟକି ବଜା କେଡିଜିଟାଲ୍ ପେମେଣ୍ଟ ସଙ୍ଗୀତ ଉନ୍ମୋଚନ ଏବଂ କେନ୍ଦ୍ର ମନ୍ତ୍ରୀ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଡିଜିଟାଲ୍ ପେମେଣ୍ଟସ୍ ସନ୍ଦେଶ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା

ଉତ୍ସବର କଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଫ୍ଲାସ୍ ମୋବ୍‌, ବାଲୁକା କଳା ପ୍ରଦର୍ଶନ ଏବଂ ବ୍ୟାଙ୍କ ଏବଂ ଫନିଟେକ୍ ଦ୍ୱାରା ବିଭିନ୍ନ ମଣ୍ଡପ ଭଳି ଆକର୍ଷଣୀୟ ପ୍ରଦର୍ଶନ ମାଧ୍ୟମରେ ସମସ୍ତ ଉପସ୍ଥିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା

ବିଏଫ୍ଏସ୍ଆଇ ଏବଂ ଫିନଟେକ୍ କ୍ଷେତ୍ରର ସଂସ୍ଥାଗୁଡିକୁ ନେଇ ଗୋଟିଏ ଛାତ ତଳେ ଏକାଠି କରିବା ଏବଂ କ୍ରମାଗତ ନୂତନତ୍ୱ ଦ୍ୱାରା ସମର୍ଥିତ ଡିଜିଟାଲ୍ ପେମେଣ୍ଟର ଅଭିବୃଦ୍ଧି ପ୍ରତି ସେମାନଙ୍କର କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତାକୁ ପାଳନ କରିବା ପାଇଁ ଡିଜିଟାଲ୍ ପେମେଣ୍ଟ ଉତ୍ସବ ଆୟୋଜିତ ହୋଇଥିଲା କେବଳ ଭାରତରେ ନୁହେଁ, ବିଶ୍ୱବ୍ୟାପୀ ଡିଜିଟାଲ ପେମେଣ୍ଟରେ ଭାରତକୁ ଅଗ୍ରଣୀ କରାଇବା ପାଇଁ ଆମର ପ୍ରୟାସରେ ଅଂଶଗ୍ରହଣ କରିବାକୁ ମାନ୍ୟବର ମନ୍ତ୍ରୀ ଶିଳ୍ପ ଉଦ୍ୟୋଗୀ, ନିବେଶକ ଏବଂ ବୃତ୍ତିଧାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି

ଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍ ପେମେଣ୍ଟ କାରବାରର ଅହେତୁକ ଅଭିବୃଦ୍ଧିର ସଫଳତା ପାଇଁ " ଡିଜିଟାଲ ପେମେଣ୍ଟ ଉତ୍ସବ” ପାଳନ କରାଯାଇଥିଲା

HS


(रिलीज़ आईडी: 1778308) आगंतुक पटल : 361
इस विज्ञप्ति को इन भाषाओं में पढ़ें: Tamil , English , Urdu , हिन्दी , Gujarati , Telugu