ଅର୍ଥ ମନ୍ତ୍ରଣାଳୟ

ଆୟକର ବିଭାଗର ନୂତନ ଇ-ଫାଇଲିଂ ପୋର୍ଟାଲରେ 3 କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି; ଟିକସଦାତା ଯେଉଁମାନେ ଏପର୍ଯ୍ୟନ୍ତ ଆର୍ଥିକ ବର୍ଷ 2021-22 ପାଇଁ ସେମାନଙ୍କର ଆଇଟିଆର ଦାଖଲ କରି ନାହାନ୍ତି ସେମାନେ ତୁରନ୍ତ ଏହାକୁ ଫାଇଲ୍ କରିବାକୁ ପରାମର୍ଶ ଦିଆଯାଉଛି

Posted On: 05 DEC 2021 2:03PM by PIB Bhubaneshwar

3 ଡିସେମ୍ବର 2021 ସୁଦ୍ଧା ଆୟକର ବିଭାଗର ନୂତନ -ଫାଇଲ୍ ପୋର୍ଟାଲରେ 3 କୋଟିରୁ ଅଧିକ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରାଯାଇଛି ପ୍ରତିଦିନ ଦାଖଲ ହୋଇଥିବା ଆଇଟିଆର ସଂଖ୍ୟା 4 ଲକ୍ଷରୁ ଅଧିକ ଏବଂ ବର୍ଦ୍ଧିତ ଧାର୍ଯ୍ୟ ତାରିଖ 31 ଡିସେମ୍ବର 2021 ନିକଟତର ହେଉଥିବାରୁ ଏହି ସଂଖ୍ୟା ପ୍ରତିଦିନ ଦିନ ବୃଦ୍ଧି ପାଉଛି

ଟିଡିଏସ ଓ ଟିକସ ପଇଠ ର ସଠିକତାକୁ ଯାଞ୍ଚ କରିବା ପାଇଁ ତଥା ଆଇଟିଆର ର ପ୍ରି-ଫିଲିଂକୁ ଉପଲବ୍ଧ କରିବା ପାଇଁ ଆୟକର ବିଭାଗ ସମସ୍ତ ଟିକସଦାତାଙ୍କୁ ସେମାନଙ୍କର ଫର୍ମ 26ଏଏସ୍ ଏବଂ ବାର୍ଷିକ ସୂଚନା ଷ୍ଟେଟମେଣ୍ଟ (ଏଆଇଏସ) କୁ -ଫାଇଲ୍ ପୋର୍ଟାଲ ମାଧ୍ୟମରେ ଭଲ ଭାବରେ ଦେଖିବା ପାଇଁ ଅନୁରୋଧ କରୁଛି।  ଟିକସଦାତାମାନଙ୍କ ପାଇଁ ସେମାନଙ୍କର ବ୍ୟାଙ୍କ ପାସବୁକ୍, ସୁଧ ପ୍ରମାଣ ପତ୍ର, ଫର୍ମ 16 ଏବଂ ଇକ୍ୱିଟି / ମ୍ୟୁଚୁଆଲ୍ ଫଣ୍ଡ କ୍ରୟ ଏବଂ ବିକ୍ରୟ କ୍ଷେତ୍ରରେ ବ୍ରୋକରେଜ୍ ମାନଙ୍କ ଠାରୁ କ୍ୟାପିଟାଲ୍ ଗେନ୍ ଷ୍ଟେଟମେଣ୍ଟ ସହିତ ଏଆଇଏସ୍‌ ଷ୍ଟେଟମେଣ୍ଟରେ ତଥ୍ୟ ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ।

ଆର୍ଥିକ ବର୍ଷ 2021-22 ପାଇଁ ଆୟ କର ରିଟର୍ଣ୍ଣ (ଆଇଟିଆର) ଫାଇଲିଂ 3.03 କୋଟି ଆଇଟିଆରକୁ ବୃଦ୍ଧି ପାଇଛି। ଏଥି ମଧ୍ୟରୁ 58.98% ହେଉଛି ଆଇଟିଆର 1 (1.78 କୋଟି), 8% ହେଉଛି ଆଇଟିଆର 2 (24.42 ଲକ୍ଷ), 8.7% ହେଉଛି ଆଇଟିଆର 3 (26.58 ଲକ୍ଷ), 23.12% ହେଉଛି ଆଇଟିଆର 4 (70.07 ଲକ୍ଷ), ଆଇଟିଆର 5 (2.14 ଲକ୍ଷ), ଆଇଟିଆର 6 (0.91 ଲକ୍ଷ) ଓ ଆଇଟିଆର 7 (0.15 ଲକ୍ଷ)। ଏଥି ମଧ୍ୟରୁ 52% ଆଇଟିଆର ପୋର୍ଟାଲରେ ଅନଲାଇନ୍ ଆଇଟିଆର ମାଧ୍ୟମରେ କରାଯାଇଛି ଓ ଅନ୍ୟ ଗୁଡ଼ିକୁ ଅଫଲାଇନ୍ ସଫ୍‌ଟଓୟାର ୟୁଟିଲିଟି ମାଧ୍ୟମରେ କରାଯାଇଛି।

ଆଇଟିଆରର ପ୍ରୋସେସିଂ ଓ ରିଫଣ୍ଡ ଆରମ୍ଭ ପାଇଁ, ଯଦି ଥାଏ, ବିଭାଗ ନିମନ୍ତେ ଆଧାର ଓଟିପି ମାଧ୍ୟମରେ ଇ-ଫେରିଫିକେସନ ପ୍ରକ୍ରିୟା ଗୁରୁତ୍ବପୂର୍ଣ୍ଣ। ଏହା ଉତ୍ସାହଜନକ ଯେ 2.69 କୋଟି ରିଟର୍ଣ୍ଣକୁ ଇ-ଭେରିଫାଏ କରାଯାଇଛି ଯେଉଁଥିରେ 2.28 କୋଟିରୁ ଅଧିକ କୁ ଆଧାର ଭିତ୍ତିକ ଓଟିପି ମାଧ୍ୟମରେ କରାଯାଇଛି।

ନଭେମ୍ବରରେ, 48% ଯାଞ୍ଚକୃତ ଆଇଟିଆର 1, 2 ଓ 4 କୁ ସେହିଦିନ ପ୍ରୋସେସ୍ କରାଯାଇଛି। ଆର୍ଥିକ ବର୍ଷ 2021-22 ରେ ଯାଞ୍ଚକୃତ ଆଇଟିଆର ମଧ୍ୟରୁ 2.11 କୋଟିରୁ ଅଧିକ ଆଇଟିଆର ପ୍ରୋସେସ୍ କରାଯାଇଛି ଓ 82.80 ଲକ୍ଷରୁ ଅଧିକ ରିଫଣ୍ଡ ଜାରି କରାଯାଇଛି।  ଟିକସଦାତାମାନଙ୍କୁ ଅନୁରୋଧ କରାଯାଉଛି ଯେ ରଫଣ୍ଡର କ୍ରେଡିଟ୍ ପାଇଁ ବଛା ଯାଇଥିବା ବ୍ୟାଙ୍କ ଆକାଉଣ୍ଟ ଟି ପାନ୍ ନମ୍ବର ସହିତ ଲିଙ୍କ ହୋଇଥିବା ଆବଶ୍ୟକ ଯଦ୍ବାରା ରିଫଣ୍ଡ ଜନିତ ତ୍ରୁଟିକୁ ଏଡ଼ା ଯାଇପାରିବ।

ସାମଗ୍ରୀକ ଭାବରେ 8.33 ଲକ୍ଷ ଡିଏସସି କୁ ପଞ୍ଜୀକୃତ କରାଯାଇଛି। ସରଳୀକୃତ ଡିଏସସି ପଞ୍ଜୀକରଣ ମାଧ୍ୟମରେ ଯେକୌଣସି ବ୍ୟକ୍ତି ଡିଏସସିରେ କେବଳ ଥରେ ପଞ୍ଜୀକୃତ କରିବାକୁ ହେବ ଓ ଏହାକୁ ଯେକୌଣସି ସଂସ୍ଥାରେ ବ୍ୟବହାର କରିପାରିବେ ଯେଉଁଠାରେ ବ୍ୟକ୍ତିବିଶେଷ ଜଣେ ପାର୍ଟନର, ଡାଇରେକ୍ଟର ଇତ୍ୟାଦି ହୋଇଥିବେ ଓ ଏହାକୁ ପ୍ରତି ସଂସ୍ଥା ପାଇଁ ବାରମ୍ବାର ପଞ୍ଜୀକରଣ କରିବାକୁ ହେବ ନାହିଁ।

3 ଡିସେମ୍ବର 2021 ସୁଧା 34.01 ଲକ୍ଷରୁ ଅଧିକ ବୈଧାନିକ ଫର୍ମକୁ ଦାଖଲ କରାଯାଇଛି ଯେଉଁଥିରେ 15.11 ଲକ୍ଷ ଟିଡିଏସ୍ ଷ୍ଟେଟମେଣ୍ଟ ରହିଛି, 1.56 ଲକ୍ଷ ଫର୍ମ 10ଏ ଟ୍ରଷ୍ଟ / ଅନୁଷ୍ଠାନର ପଞ୍ଜୀକରଣ ପାଇଁ, 3.29 ଲକ୍ଷ ଫର୍ମ 10ଇ ବେତନର ଏରିୟର ପାଇଁ, 49295 ଫର୍ମ 35 ଅପିଲ୍ ଫାଇଲିଂ ପାଇଁ ଓ 35,342 ଡିଟିଭିଏସଭି ଫର୍ମ 4 ଦାଖଲ କରାଯାଇଛି। 7.81 ଲକ୍ଷରୁ ଅଧିକ 15ସିଏ ଓ 1.82 ଲକ୍ଷରୁ ଅଧିକ 15ସିବି ଫର୍ମ ଫାଇଲ୍ କରାଯାଇଛି।  29.54 ଲକ୍ଷ ରୁ ଅଧିକ ଇ-ପାନ ଅନଲାଇନରେ ମାଗଣାରେ ପ୍ରଦାନ କରାଯାଇଛି। ପଞ୍ଜୀକରଣ ଓ ଅନୁପାଳନ ପାଇଁ ଲିଗାଲ୍ ହାୟର ଫଙ୍କସନାଲିଟି କୁ ସକ୍ଷମ କରାଯାଇଛି।

ବିଭାଗ ଇମେଲ୍, ଏସଏମଏସ୍ ଓ ମିଡିଆ ଅଭିଯାନ ମାଧ୍ୟମରେ ଟିକସଦାତାମାନଙ୍କୁ ଆୟକର ରିଟର୍ଣ୍ଣ ଫାଇଲ୍ କରିବାରେ ବିଳମ୍ବ ନକରିବା ପାଇଁ ରିମାଇଣ୍ଡର ଜାରି କରିଛନ୍ତି।

ଯେଉଁ ଟିକସଦାତାମାନେ ଏପର୍ଯ୍ୟନ୍ତ ଆର୍ଥିକ ବର୍ଷ 2021-22 ପାଇଁ ସେମାନଙ୍କର ଆୟକର ରିଟର୍ଣ୍ଣ ଫାଇଲ୍ କରି ନାହାନ୍ତି ସେମାନଙ୍କୁ ଶେଷ ସମୟର ଭିଡ଼କୁ ଏଡ଼ାଇବା ପାଇଁ ଯଥାଶୀଘ୍ର ଏହାକୁ ଫାଇଲ୍ କରିବା ପାଇଁ ଅନୁରୋଧ କରାଯାଉଛି।

BS



(Release ID: 1778301) Visitor Counter : 203