ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇନଫିନିଟି ଫୋରମ, ୨୦୨୧ର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On: 03 DEC 2021 11:19AM by PIB Bhubaneshwar

ମହାମହିମଗଣ,

ବିଶିଷ୍ଟ ସହକର୍ମୀବୃନ୍ଦ,

ପ୍ରଯୁକ୍ତି ଏବଂ ଆର୍ଥିକ ଜଗତର ମୋର ଦେଶବାସୀ, ୭୦ରୁ ଅଧିକ ଦେଶରୁ ଭାଗ ନେଇଥିବା ହଜାର ହଜାର ପ୍ରତିନିଧିଗଣ ।

ନମସ୍କାର!

ବନ୍ଧୁଗଣ,

ପ୍ରଥମ ‘ଇନଫିନିଟି ଫୋରମ’ର ଉଦଘାଟନ କରି ଏବଂ ଆପଣ ସମସ୍ତଙ୍କୁ ଏଥିରେ ସ୍ୱାଗତ କରି ମୁଁ ଖୁବ ଆନନ୍ଦିତ ମନେ କରୁଛି । ଭାରତରେ ଫିନଟେକର ଯେଉଁ ଅପାର ସମ୍ଭାବନା ରହିଛି ‘ଇନଫିନିଟି ଫୋରମ’ ତାହାକୁ ପ୍ରତିପାଦିତ କରୁଛି । ଏହା ଆହୁରି ମଧ୍ୟ ସୂଚାଉଛି ଯେ ସମଗ୍ର ବିଶ୍ୱକୁ ଲାଭ ପହଂଚାଇବାରେ ଭାରତର ଫିନଟେକ ନିକଟରେ ଅପାର କ୍ଷମତା ରହିଛି ।

ବନ୍ଧୁଗଣ,

ମୁଦ୍ରାର ଇତିହାସ ଏହା ଦର୍ଶାଏ ଯେ ଏହି କ୍ଷେତ୍ରରେ ବିପୁଳ କ୍ରମବିକାଶ ଘଟିଛି । ଯେପରି ମନୁଷ୍ୟ ଜାତିର କ୍ରମବିକାଶ ଘଟିଛି, ସେହିଭଳି ଆମର ନେଣଦେଣର ସ୍ୱରୂପର ମଧ୍ୟ ବିକାଶ ଘଟିଚାଲିଛି । ସାମଗ୍ରୀ ଅଦଳବଦଳଠାରୁ ଆରମ୍ଭ କରି ଧାତୁ ପର୍ଯ୍ୟନ୍ତ, ପୁଣି ମୁଦ୍ରାଠାରୁ ନୋଟ ପର୍ଯ୍ୟନ୍ତ, ପୁଣି ଚେକ୍‌ଠାରୁ କାର୍ଡ ବାଟ ଦେଇ ଆଜି ଆମେ ଏ ପର୍ଯ୍ୟନ୍ତ ପହଁଚି ସାରିଛୁ । ପୂର୍ବରୁ ବିକାଶକୁ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ହେବା ପାଇଁ ଦଶନ୍ଧି ଦଶନ୍ଧି ସମୟ ଲାଗି ଯାଉଥିଲା, କିନ୍ତୁ ଜଗତିକରଣର ଏହି ଯୁଗରେ ଆଉ ଏପରି ହେଉ ନାହିଁ । ପ୍ରଯୁକ୍ତି, ଆର୍ଥିକ ଜଗତରେ ଏକ ବିରାଟ ପରିବର୍ତନ ଆଣୁଛି । ଗତ ବର୍ଷ ଭାରତରେ ପ୍ରଥମଥର ପାଇଁ ମୋବାଇଲ୍ ଦ୍ୱାରା ଅର୍ଥ ପଇଠ ପରିମାଣ ଏଟିଏମରୁ ନଗଦ ଅର୍ଥ ଉଠାଣ ପରିମାଣକୁ ପଛରେ ପକାଇ ଦେଇଥିଲା । କୌଣସି ବାସ୍ତବ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ବିନା, ସମ୍ପୁର୍ଣ୍ଣ ଡିଜିଟାଲ ବ୍ୟାଙ୍କଗୁଡିକ ଏବେ ଏକ ବାସ୍ତବିକତା ଅଟେ ଏବଂ ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ଏହା ଏକ ଅତି ସାମାନ୍ୟ ସ୍ଥାନ ପାଲଟିଯିବ ।

ବନ୍ଧୁଗଣ,

ଭାରତ ବିଶ୍ୱରେ ଏକଥା ପ୍ରମାଣ କରିଛି ଯେ, ଯେତେବେଳେ ପ୍ରଯୁକ୍ତିକୁ ଆପଣାଇବା ଅବା ଏହାକୁ ଦୃଷ୍ଟିରେ ରଖି ନବସୃଜନର କଥା ଉଠେ ସେତେବେଳେ ଭାରତ କୌଣସି ରାଷ୍ଟ୍ରଠାରୁ ମଧ୍ୟ ଉଣା ନୁହେଁ । ଡିଜିଟାଲ ଇଣ୍ଡିଆ ଅଧିନରେ ରୂପାନ୍ତରାତ୍ମକ ପଦକ୍ଷେପଗୁଡିକ ଶାସନରେ ବ୍ୟବହାର କରାଯିବାକୁ ଥିବା ଫିନଟେକ ଅଭିନବତାଗୁଡିକ ପାଇଁ ଦ୍ୱାର ଉନ୍ମୁକ୍ତ କରିଛି । ପ୍ରଯୁକ୍ତି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ମଧ୍ୟ ଗତି ପ୍ରଦାନ କରିଛି । ୨୦୧୪ ମସିହାରେ ୫୦ ପ୍ରତିଶତରୁ କମ୍ ଲୋକଙ୍କର ବ୍ୟାଙ୍କ ଖାତା ଥିଲା, କିନ୍ତୁ ବ୍ୟାଙ୍କ ଖାତାଗୁଡିକୁ ସମସ୍ତଙ୍କୁ ଉପଲବଧ କରିଦିଆଗଲା ଏବଂ ଗତ ୭ ବର୍ଷ ମଧ୍ୟରେ ୪୩କୋଟି ଜନ ଧନ ଆକାଉଂଟ ଖୋଲାଯାଇଛି । ବର୍ତମାନ ସୁଦ୍ଧା ୬୯ କୋଟି ରୁପେ କାର୍ଡ ବିତରଣ କରାଯାଇ ସାରିଛି । ରୂପେ କାର୍ଡ ଦ୍ୱାରା ଗତ ବର୍ଷ ୧୩୦ କୋଟି ନେଣଦେଣ କରାଯାଇଛି । କେବଳ ଗତ ମାସରେ ହିଁ ୟୁପିଆଇ ଦ୍ୱାରା ୪୨୦ କୋଟି ନେଣଦେଣ କରାଯାଇଛି ।

ପ୍ରତି ମାସରେ ଜିଏସଟି ପୋର୍ଟାଲରେ ପ୍ରାୟ ୩୦ କୋଟି ବିଲ୍ ଅପଲୋଡ କରାଯାଉଛି । କେବଳ ଜିଏସଟି ପୋର୍ଟାଲ ମାଧ୍ୟମରେ ପ୍ରତ୍ୟେକ ମାସରେ ୧୨୦ କୋଟି ଆମେରିକୀୟ ଡଲାରରୁ ଅଧିକ ପଇଠ କରାଯାଉଛି । ମହାମାରୀ ସତ୍ୱେ, ପ୍ରତିଦିନ ୧୫୦ କୋଟି ରେଳ ଟିକେଟ ଅନଲାଇନରେ ବୁକ୍ କରାଯାଇଥାଏ । ଗତବର୍ଷ, ଫାଷ୍ଟାଗ୍ ୧୩୦ କୋଟି ନିର୍ବାଧ କାରବାର କରିଛି । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଦ୍ୱାରା ଦେଶବ୍ୟାପୀ ଛୋଟ ଛୋଟ ବିକ୍ରେତାମାନଙ୍କ ପାଇଁ ଋଣ ପ୍ରକ୍ରିୟା ସୁଗମ ହୋଇଛି । ଇ-ରୂପି ଆଧାରରେ କୌଣସି ତୃଟିବିହୀନ କେତେକ ଲକ୍ଷ୍ୟଭିତିକ ସ୍ୱତନ୍ତ୍ର ସେବା ପ୍ରଦାନ କରାଯାଇଛି ।  ମୁଁ ଏହିଭଳି ଆହୁରି ଅନେକ ଉଦାହରଣ ଦେଇପାରିବି, କିନ୍ତୁ ଏହା ଭାରତରେ ଫିନଟେକର ସମ୍ଭାବନା ଓ କ୍ଷମତାର କିଂଚିତ୍ ଉଦାହରଣ ମାତ୍ର ।

ବନ୍ଧୁଗଣ,

ଆର୍ଥିକ ଅନ୍ତର୍ଭୁକ୍ତିକରଣ ଦ୍ୱାରା ଫିନଟେକ ଆନ୍ଦୋଳନକୁ ଗତି ମିଳିଥାଏ । ଫିନଟେକ ୪ଟି ସ୍ତମ୍ଭ ଉପରେ ଆଧାରିତ: ଆୟ, ନିବେଶ, ବୀମା ଏବଂ ସଂସ୍ଥାଗତ ଋଣ । ଯେତେବେଳେ ଆୟ ବୃଦ୍ଧି ପାଏ, ସେତେବେଳେ ନିବେଶ ସମ୍ଭବ ହୁଏ । ବୀମା ଅନ୍ତର୍ଭୁକ୍ତି ଦ୍ୱାରା ଅଧିକ ଆହ୍ୱାନଭରା ପଦକ୍ଷେପ ନେବା ଏବଂ ନିବେଶ କରିବାର କ୍ଷମତା ବୃଦ୍ଧି ପାଇଥାଏ । ସଂସ୍ଥାଗତ ଋଣ ଦ୍ୱାରା ବିସ୍ତାରକୁ ଡେଣା ମିଳିଥାଏ । ଏବଂ ଆମେ ଏଥିମଧ୍ୟରୁ ଏହି ପ୍ରତିଟି ସ୍ତମ୍ଭ ଉପରେ କାର୍ଯ୍ୟ କରିଛୁ । ଯେତେବେଳେ ଏହିସବୁ ଉପାଦାନଗୁଡିକ ଏକାଠି ହୁଏ, ସେତେବେଳେ ଆମେ ଦେଖିଥାଉ ଯେ ଆର୍ଥିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ବ୍ୟକ୍ତି ଦୃଷ୍ଟିଗୋଚର ହୋଇଥାଆନ୍ତି । ବିସ୍ତୃତ ଭିତିଭୂମୀ ଫିନଟେକ ନବସୃଜନଗୁଡିକ ପାଇଁ ଗତି ପ୍ରାପ୍ତ କରିବାର ସର୍ବୋତମ ଆଧାର ଅଟେ । ଭାରତରେ ଫିନଟେକ ଉଦ୍ୟୋଗ ନବସୃଜନ ସହିତ ସଂଲଗ୍ନ ରହିିଛି, ଯାହାଫଳରେ ଅର୍ଥ ଏବଂ ଔପଚାରିକ ଋଣ ପ୍ରଣାଳୀ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିର ପହଂଚ ବୃଦ୍ଧି ପାଇପାରିବ । ବର୍ତମାନ ଏହି ଫିନଟେକ ପଦକ୍ଷେପଗୁଡିକୁ ଏକ ଫିନଟେକ ଆନ୍ଦୋଳନରେ ପରିଣତ କରିବାର ସମୟ ଆସିଛି । ଏକ ବିପ୍ଳବ ଯାହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ସଶକ୍ତିକରଣ ହାସଲ କରିବାରେ ସାହାଯ୍ୟ କରିବ ।

ବନ୍ଧୁଗଣ,

ଆମେ ଦେଖୁଛେ ଯେ ଫିନଟେକର ପରିସର ବୃଦ୍ଧି ପାଇ ଚାଲିଛି, ଏଥିପାଇଁ କିଛି ବିଷୟ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଫିନଟେକ ଶିଳ୍ପର ବେଶ ଅଭିବୃଦ୍ଧି ଘଟିଛି ଏବଂ ବେଶ ଅଭିବୃଦ୍ଧିର ଅର୍ଥ ହେଉଛି ଯେ ଜୀବନର ପ୍ରତିଟି କ୍ଷେତ୍ରର ବ୍ୟକ୍ତି ଏହାର ଉପଭୋକ୍ତା । ଜନସାଧାରଣଙ୍କ ମଧ୍ୟରେ ଏହି ଫିନଟେକର ଗ୍ରହଣୀୟତାର ଏକ ଅନନ୍ୟ ବୈଶିଷ୍ଟ୍ୟ ରହିଛି । ଏହି ବୈଶିଷ୍ଟ୍ୟ ହେଉଛି ଭରସା । ସାଧାରଣ ଭାରତୀୟ ଡିଜିଟାଲ ପଇଠ ଏବଂ ଏହିଭଳି ପ୍ରଯୁକ୍ତିକୁ ଆପଣାଇ ଆମ ଫିନଟେକ ବାତାବରଣ ଉପରେ ବହୁତ ଭରସା ରଖିଛି! ଏହି ଭରସା ହେଉଛି ଏକ ଦାୟିତ୍ୱ । ଭରସାର ଅର୍ଥ ହେଉଛି ଯେ ଆପଣମାନେ ଏହା ସୁନିଶ୍ଚିତ କରନ୍ତୁ ଯେ ଜନସାଧାରଣଙ୍କ ସ୍ୱାର୍ଥ ସୁରକ୍ଷିତ ରହିଛି । ଫିନଟେକ୍ ସୁରକ୍ଷା ନବସୃଜନ ବିନା ଫିନଟେକ ଅଭିନବତା ଅସମ୍ପୁର୍ଣ୍ଣ ରହିବ ।

ବନ୍ଧୁଗଣ,

ବିଶ୍ୱ ସହିତ ଆମର ଅଭିଜ୍ଞତା ଓ ବିଶେଷଜ୍ଞତାକୁ ବାଂଟିବା ତଥା ବିଶ୍ୱରୁ ଜ୍ଞାନ ଆହରଣ କରିବା ଦିଗରେ ଭାରତର ସବୁବେଳେ ମନୋବୃତି ରହିଛି । ଆମର ଡିଜିଟାଲ ଜନ ଭିତିଭୂମୀ ସମାଧାନ ସମଗ୍ର ବିଶ୍ୱରେ ମାନବ ଜୀବନରେ ଉନ୍ନତି ଆଣିପାରିବ । ୟୁପିଆଇ ଏବଂ ରୂପେ ଭଳି ଉପକରଣଗୁଡିକ ପ୍ରତ୍ୟେକ ଦେଶ ପାଇଁ ଏକ ଅପୂର୍ବ ସୁଯୋଗ ପ୍ରଦାନ କରୁଛି । ଏହିଭଳି ଏକ ସୁଯୋଗ, ଯାହା ସୁଲଭ ଏବଂ ଭରସାଯୋଗ୍ୟ ତଥା ‘ବାସ୍ତବିକ ସମୟରେ ଦେୟ ବ୍ୟବସ୍ଥା’ କାର୍ଯ୍ୟକାରୀ କରିବା ସହିତ ‘ସ୍ୱଦେଶୀ କାର୍ଡ ଯୋଜନା’ ଏବଂ ‘ପାଣ୍ଠି ପ୍ରେରଣ ପ୍ରଣାଳୀ’ ମଧ୍ୟ ପ୍ରଦାନ କରିଥାଏ ।

ବନ୍ଧୁଗଣ,

ଗିଫ୍ଟ ସିଟି କେବଳ ଏକ ପ୍ରାଙ୍ଗଣ ନୁହେଁ, ଏହା ଭାରତର ପ୍ରତିଜ୍ଞାର ପ୍ରତିନିଧିତ୍ୱ କରିଥାଏ । ଏହା ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ, ଚାହିଦା, ଜନସଂଖ୍ୟା ଏବଂ ବିବିଧତାର ପ୍ରତିନିଧିତ୍ୱ କରେ । ଏହା ବିଚାରଧାରା, ନବସୃଜନ ଏବଂ ନିବେଶ କ୍ଷେତ୍ରରେ ଭାରତର ଉନ୍ମୁକ୍ତତାର ପ୍ରତିନିଧତ୍ୱ କରେ । ଗିଫ୍ଟ ସିଟି ହେଉଛି ବୈଶ୍ୱିକ ଫିନଟେକ ଜଗତର ପ୍ରବେଶ ପଥ । ଗିଫ୍ଟ ସିଟିରେ (ଆଇଏଫଏସସି) ଏହି ଦୃଷ୍ଟିକୋଣ ସହିତ ଜନ୍ମ ନେଇଥିଲା, ଯେ ଅର୍ଥ ଏବଂ ପ୍ରଯୁକ୍ତିର ସଙ୍ଗମ ଭାରତର ଆଗାମୀ ବିକାଶ ପ୍ରକ୍ରିୟାର ଏକ ପ୍ରମୁଖ ଅଂଶ ହୋଇପାରିବ । କେବଳ ଭାରତ ନୁହେଁ ବିଶ୍ୱ ପାଇଁ ସର୍ବୋତମ ଆନ୍ତର୍ଜାତିକ ବିତୀୟ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ।

ବନ୍ଧୁଗଣ,

ଅର୍ଥବ୍ୟବସ୍ଥା ପାଇଁ ବିତ ଜୀବନଦାୟିନୀ ରକ୍ତକଣିକା ଅଟେ ଏବଂ ପ୍ରଯୁକ୍ତି ହେଉଛି ଏହାର ଶିରା ପ୍ରଶିରା । “ଅନ୍ତ୍ୟୋଦୟ” ଏବଂ “ସର୍ବୋଦୟ” ହାସଲ କରିବା ପାଇଁ ଉଭୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ଆମର ଧ୍ୱଜାଧାରୀ ଇନଫିନିଟି ମଂଚ ଆମର ସେହିସବୁ ପ୍ରୟାସର ଅଂଶ ଅଟେ ଯାହା ଏହି ଶିଳ୍ପକୁ ଅନନ୍ତ ଭବିଷ୍ୟତର ଅନ୍ୱେଷଣ କରିବା ନିମନ୍ତେ ବିଶ୍ୱ ଫିନଟେକ ଉଦ୍ୟୋଗର ସମସ୍ତ ପ୍ରମୁଖ ହିତାଧିକାରୀଙ୍କୁ ଏକାଠି କରିଥାଏ ।         ଏହି ପ୍ରସଙ୍ଗରେ ମୋର ମାଇକ୍ ବ୍ଲୁମବର୍ଗଙ୍କ ସହ ହୋଇଥିବା ଆଲୋଚନା ମନେ ପଡୁଛି, ଯେତେବେଳେ ଆମେ ଗତଥର ପରସ୍ପରକୁ ଭେଟିଥିଲୁ । ଏବଂ ମୁଁ ବ୍ଲୁମବର୍ଗ ଗୋଷ୍ଠୀକୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଦେଉଛି । ଇନଫିନିଟି ଫୋରମ ବିଶ୍ୱାସର ଏକ ମଂଚ ଅଟେ, ସେହି ବିଶ୍ୱାସ ଯାହା ନବସୃଜନର ଆତ୍ମା ପ୍ରତି ଏବଂ କଳ୍ପନାର ଶକ୍ତି ପ୍ରତି ବିଶ୍ୱାସ ଉପରେ ଆଧାରିତ । ଏହିଭଳି ବିଶ୍ୱାସ ଯାହା ଯୁବବର୍ଗର ଉର୍ଜା ପ୍ରତି ଏବଂ ପରିବର୍ତନ ଆଣିବା ପାଇଁ ସେମାନଙ୍କର ଉତ୍ସାହ ଉପରେ ଆଧାରିତ । ବିଶ୍ୱକୁ ଏକ ଉତମ ସ୍ଥାନରେ ପରିଣତ କରିବାର ବିଶ୍ୱାସ ଉପରେ ଆଧାରିତ । ଆସନ୍ତୁ ଆମେ ସମସ୍ତେ ମିଶି ସମଗ୍ର ବିଶ୍ୱରେ ଉଙ୍କି ମାରୁଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକର ସମାଧାନ କରିବା ପାଇଁ ଫିନଟେକରେ ନୂତନ ବିଚାରଧାରାର ଅନ୍ୱେଷଣ କରିବା ଏବଂ ସେସବୁକୁ ଆହୁରି ଆଗକୁ ବଢାଇବା ।

ଧନ୍ୟବାଦ!



(Release ID: 1778049) Visitor Counter : 124