ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
azadi ka amrit mahotsav

ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆଜାଦୀ କା ଡିଜିଟାଲ ମହୋତ୍ସବ


ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ୨୯ରୁ ୫ ଡିସେମ୍ବର ମଧ୍ୟରେ ପାଳିତ ହେବ ଆଜାଦୀ କା ଡିଜିଟାଲ ମହୋତ୍ସବ, ୨୦୨୧

ଡିଜିଟାଲ କ୍ଷେତ୍ରରେ ଭାରତରେ ସଫଳତା ତଥା ଭବିଷ୍ୟତ ରୋଡମ୍ୟାପ ନେଇ ସାତଦିନିଆ ସମାରୋହରେ ସୂଚନା ଦିଆଯିବ

Posted On: 28 NOV 2021 2:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଆତ୍ମନିର୍ଭର ଭାରତ ଗଠନ ଦିଗରେ ତାଙ୍କ ଦୂରଦୃଷ୍ଟିର ସୂଚନା ଦେଇଛନ୍ତି। ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବା ସହ ଅମୃତକାଳକୁ ପ୍ରବେଶ କରିଥିବାବେଳେ ଭାରତ ଇଲେକ୍‌ଟ୍ରୋନିକ୍ସ ଓ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ବୈଶ୍ୱିକ ନେତୃତ୍ୱ ନେବା ପାଇଁ ସମୟ ଆସି ଉପନୀତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷାରେ ୟେହି ସମୟ ହୈ, ୟେହି ସମୟ ହୈ, ସହୀ ସମୟ ହୈ ।

ଅମୃତ ମହୋତ୍ସବ ପାଳନ ଅବସରରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଆଜାଦୀ କା ଡିଜିଟାଲ ମହୋତ୍ସବ ପାଳନ କରୁଛି । ଏହି ସପ୍ତାହବ୍ୟାପୀ ସମାରୋହରେ ଡିଜିଟାଲ ସ୍ପେସ କ୍ଷେତ୍ରରେ ଭାରତର ସାଫଲ୍ୟ ତଥା ଏହା ଭବିଷ୍ୟତ ଯୋଜନା ଉପରେ ଆଲୋକପାତ କରାଯିବ । ଡିଜିଟାଲ ବୈଷୟିକ ଜ୍ଞାନ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଆଣି ତା ସହ କିପରି ଆମର ସାମାଜିକ, ସାଂସ୍କୃତିକ, ରାଜନୀତିକ ଓ ଆର୍ଥିକ ଜୀବନରେ ପ୍ରଭାବ ପକାଇଛି ତଥା ଡିଜିଟାଲ ସେକ୍ଟରରେ ଆତ୍ମ ନିର୍ଭରଶୀଳତା ଉତ୍ସାହକୁ ଇନ୍ଧନ ଯୋଗାଉଛି ତାହା ଉପରେ ମଧ୍ୟ ଆଲୋକପାତ କରାହେବ । ଏହି ସପ୍ତାହବ୍ୟାପୀ ସମାରୋହରେ କେନ୍ଦ୍ର ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରଣାଳୟ ଓ ବିଭାଗର ଅନେକ ବରିଷ୍ଠ ଅଧିକାରୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଯୋଗଦେବେ ।

ଭାରତକୁ ଏକ ଡିଜିଟାଲ ଯୁକ୍ତ ସଶକ୍ତ ସମାଜରେ ପରିଣତ କରିବା  ସହ ଆର୍ଥିକ ଜ୍ଞାନ ବୃଦ୍ଧି ଓ ପ୍ରଯୁକ୍ତି ଓ ଦୂରସଂଚାର କ୍ଷେତ୍ରରେ ଆତ୍ମ ନିର୍ଭରଶୀଳତା ଦିଗରେ ସମ୍ପୃକ୍ତ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି (୨୯-୧୧-୨୦୨୧)ଠାରୁ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ସପ୍ତାହକ ମଧ୍ୟରେ ସୂଚୀଭୂକ୍ତ କାର୍ଯ୍ୟକ୍ରମଗୁଡିକ ହେଲା ଡିଜିଟାଲ ଇଣ୍ଡିଆ, ଇଲେକ୍‌ଷ୍ଟ୍ରୋନିକ ପଦ୍ଧତି, ପରିପାଟୀ  ଓ ନିର୍ମାଣରେ ଭାରତକୁ ଆତ୍ମନିର୍ଭରଶୀଳ କରିବା, ସିଏସି  ସଶକ୍ତିକରଣ, ସ୍ୱଦେଶୀ କମ୍ପ୍ୟୁଟ ଡିଜାଇନରେ ଭାରତକୁ ଆତ୍ମନିର୍ଭର କରିବା, ମାଇ ଗଭ ଓ ଡିଜିଟାଲ ଦେଣନେଣ ସମାରୋହରେ ନାଗରିକଙ୍କ ସମ୍ପୃକ୍ତି ଇତ୍ୟାଦି । ସପ୍ତାହ ବ୍ୟାପୀ ସମ୍ମିଳନୀରେ ରହୁଥିବା କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟଙ୍କ ଉପସ୍ଥିତି ଅଧିବେଶନ, ପ୍ୟାନେଲ ଡିସ୍‌କସନ ଓ ପ୍ରଦର୍ଶନୀ ଇତ୍ୟାଦି ଅନ୍ତର୍ଭୁକ୍ତ ।

ବିଭିନ୍ନ ଦିନ ୱାରୀ କାର୍ଯ୍ୟକ୍ରମ

ପ୍ରଥମ ଦିବସ ୨୯ ନଭେମ୍ବର

ଆଜାଦୀ କା ଅମୃତ ସପ୍ତାହ କେନ୍ଦ୍ର ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଓ ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯିବ । ଏହି ଦିନ 75@75ଭାରତର କୃତ୍ରିମ ମେଧା(AI)ଯାତ୍ରା, ଡିଜିଟାଲ ଇଣ୍ଡିଆ ଅଧୀନରେ ୭୫ଟି ସଫଳ କାହାଣୀ, ଡିଜିଟାଲ ଇଣ୍ଡିଆ ଭିଡିଓ, ସ୍ୱାଧୀନ ବ୍ୟବସାୟ ଡିଭିଜନର MSH, ଉମଙ୍ଗ ସେବା ସମ୍ପର୍କରେ ନୀତି ଘୋଷଣା ହେବ । ଏହି ଅଧିବେଶନରେ ଇ- ପ୍ରଶାସନ ପାଇଁ ଜନସାଧାରଣ ଡିଜିଟାଲ ପ୍ଲାଟଫର୍ମ ଓ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ଇ ପ୍ରଶାସନ ପଦକ୍ଷେପ ଓ ମତବିନିମୟ ସଫଳତା ଉପରେ ତଥ୍ୟ ଆଦାନପ୍ରଦାନ କରାଯିବ ।

ଦ୍ୱିତୀୟ ଦିବସ ୩୦ନଭେମ୍ବର

ଦ୍ୱିତୀୟ ଦିବସ ଅଧିବେଶନରେ ଜନସଂଖ୍ୟା ଭିତ୍ତିରେ କୃତ୍ରିମ ମେଧା ଜରିଆରେ ବିଭିନ୍ନ ସମସ୍ୟା ସମାଧାନ, ସାମାଜିକ ସଶକ୍ତିକରଣ ନିମନ୍ତେ ନୂଆ ନୂଆ ଆସୁଥିବା ବୈଷୟିକ ତତ୍ତ୍ୱ, ଏଆର/ଭିଆର,  ବ୍ଲକଚେନ, ଡ୍ରୋନ୍‌, ଆଇଓଟି ଓ ଜିଆଇଏସ, ବୈଶ୍ୱିକ ମହାମାରୀ ପରବର୍ତ୍ତୀ ସମୟରେ ଷ୍ଟାର୍ଟଅପ୍ ବାତାବରଣ ଶକ୍ତିଶାଳୀ କରିବା, ନୂତନ ଧାରା ଓ ଆଦର୍ଶ ଇତ୍ୟାଦି । ଯୁବ ସମାଜ ନିମନ୍ତେ କୃତ୍ରିମ ମେଧାର ଦାୟିତ୍ୱ, ସରକାରୀ ବିଦ୍ୟାଳୟ ନିମନ୍ତେ ଜାତୀୟ କାର୍ଯ୍ୟକ୍ରମ ଜରିଆରେ ୨୦ଟି ପ୍ରକଳ୍ପର ପୁରସ୍କାର, ଭୂମି-ବିଏସଏଫ୍ ଆହ୍ୱାନର ବିଜେତାମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ।

ତୃତୀୟ ଦିବସ-ଡିସେମ୍ବର ପହିଲା

 ତୃତୀୟ ଦିବସରେ ଅନେକ ଗୋଷ୍ଠୀଗତ ଆଲୋଚନା ହେବ । ଏଥିରେ  ଆଗାମୀ ୨୦୨୫-୨୬ ସୁଦ୍ଧା ଇଲେକ୍‌ଟ୍ରୋନିକ୍ସ ଉତ୍ପାଦନରେ ୨୫୦ ବିଲିୟନ ଡଲାର ପାଇଁ ଇଏସ୍‌ଡିଏମ୍ ରୋଡମ୍ୟାପ ଓ ଏଥିରେ ଭାରତକୁ ଆତ୍ମନିର୍ଭର କରିବା ନେଇ ଆଲୋଚନା ହେବ । ଏଥିରେ ଭାରତକୁ ମୋବାଇଲ ଫୋନ ଓ ଆଇଟି ହାର୍ଡୱେରରେ ଉତ୍ପାଦନ ଅଧିକ କରାଇ ଭାରତକୁ ଏକ ରପ୍ତାନୀ ପେଣ୍ଠ ସ୍ଥଳରେ ପରିଣତ କରିବା ନେଇ ଆଲୋଚନା ହେବ । ଇଲୋକ୍‌ଟ୍ରୋନିକ୍ସ ଯନ୍ତ୍ରାଂଶରେ ଭାରତକୁ ଆତ୍ମନିର୍ଭରଶୀଳ କରିବା, ନୂଆ କରି ଆସୁଥିବା ଇଂଜିନିୟରିଂ ବୈଷୟିକ ଜ୍ଞାନ ଓ ନୂଆଯୁଗର ଯନ୍ତ୍ରପାତି, ସେମି କଣ୍ଡକ୍ଟର ବିକାଶ ଓ ଭାରତରେ ଏହାର ଅନୁକୂଳ ବାତାବରଣ । ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଇଲେକଟ୍ରୋନିକ୍ସ କମ୍ପାନୀକୁ ଚିହ୍ନଟ କରି ପୁରସ୍କୃତ କରାଯିବ ।

ଚତୁର୍ଥ ଦିବସ-୨ଡିସେମ୍ବର

ଚତୁର୍ଥ ଦିବସ ଅଧିବେଶନରେ “ଡିଜିଟାଲ ଇଣ୍ଡିଆ ଅଧୀନରେ ନାଗରିକଙ୍କ  ସିଏସସି ସଶକ୍ତିକରଣ” । ଏଥିରେ ଉଝଉଉପରେ ଚଳଚ୍ଚିତ୍ର ବିଶିଷ୍ଟ ଅଧିକାରୀଙ୍କ ଭାଷଣ ଭାରତ ସରକାରଙ୍କ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ନେଇ ନୂତନ ପଦକ୍ଷେପ ସମ୍ପର୍କୀତ ବୁଝାମଣାପତ୍ର, ନାବାର୍ଡ, ଏଚଡିଏଫସି ସହ କିଶାନ କ୍ରେଡିଟ୍ କାର୍ଡ । ଏହି ଦିନ ସିଏସସି  ପେ ମଧ୍ୟ ଆରମ୍ଭ ହେବ । ଏହି ଅବସରରେ  CSCs/PMGDISHA VLEକୁ ସମ୍ବର୍ଦ୍ଧିତ ମଧ୍ୟ କରାଯିବ ।

ପଞ୍ଚମ ଦିବସ-୩ ଡିସେମ୍ବର

ଏହି ଦିନର ବାର୍ତ୍ତା ହେଉଛି ସ୍ୱଦେଶୀ କଂପ୍ୟୁଟ ଡିଜାଇନ୍‌ରେ ଭାରତକୁ ଆତ୍ମନିର୍ଭର କରିବା  । ସ୍ୱଦେଶୀ ମାଇକ୍ରୋ ପ୍ରୋସେସର ଜରିଆରେ ଭାରତକୁ ଆତ୍ମନିର୍ଭର କରିବା ଉପରେ ଦଳଗତ ଆଲୋଚନା ହେବ । ୩୦ଜଣ ମଣ୍ଡପ ଜରିଆରେ ପ୍ରଦର୍ଶନ କରିବେ ଓ ଦଶଜଣଙ୍କୁ ପୁରସ୍କୃତ କରାଯିବ ।

ଷଷ୍ଠ ଦିବସ-୪ଡିସେମ୍ବର

ମୋ ସରକାରଙ୍କ ଆଜାଦୀ କା ଡିଜିଟାଲ ମହୋତ୍ସବ - ଏହି ଦିବସ ବ୍ୟାପୀ ମେଳାରେ ନାଗରିକମାନେ ବିଭିନ୍ନ କାର୍ଯ୍ୟକର୍ମରେ ଯୋଗଦେବେ । ଏଥିରେ  ବିଶିଷ୍ଟ ବ୍ୟକ୍ତି, ଶିଳ୍ପ  ସହଯୋଗୀ ମାନେ ଦୀକ୍ଷାନ୍ତ ଭାଷଣ ଦେବା ସହ ମାଇ ଗଭ ସାଥୀମାନଙ୍କ ସହ ମତବିନିମୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଦଳଗତ ଆଲୋଚନାରେ ପ୍ରମୁଖ ସରକାରୀ ଅଧିକାରୀ, ଶିଳ୍ପପତି, ମାଇ ଗଭ ଅଂଶୀଦାର ଓ ସାଥୀମାନେ ଯୋଗଦେବେ ।

ସପ୍ତମ ଦିବସ- ୫ଡିସେମ୍ବର 

ଏହି ଦିନର କାର୍ଯ୍ୟକ୍ରମ ହେଉଛି ‘ଡିଜିଟାଲ ଦେଣନେଣ ଉତ୍ସବ’ । ଏଥିରେ RBI, DFS, MeitY, NPCI, SBI, ICICI /HDFC, PCI, PhonePe, PayTM ବିଷୟ ଡିଜି ପେ-ଭିଜନ ୨୦୩୦ ଉପରେ ଦଳଗତ ଆଲୋଚନା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ହେବ । ଏଥିରେ ଷ୍ଟାର୍ଟଅପ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ, ଡିଜିଟାଲ ପେମେଂଟ ଯାତ୍ରା ଫ୍ଲାଗ୍ ଅଫ୍ ଇତ୍ୟାଦି ହେବ । ଏଥିରେ ଚୁଟିକୀ ସଙ୍ଗୀତ ସହ ପିଏମ୍ ସ୍ୱନିଧି ଏବଂ ବିବିପିଏସ୍ ପ୍ରୋତ୍ସାହନ ଯୋଜନା ଶୁଭାରମ୍ଭ ହେବ ।

(MeitY) ଆଜାଦୀ କା ଅମ୍ରିତ ମହୋତ୍ସବ ସପ୍ତାହ ବ୍ୟାଙ୍କର ଓ ଆର୍ଥିକ କମ୍ପାନୀ ଓ ବିଭିନ୍ନ ଶ୍ରେଣୀରେ ଅସାଧାରଣ ନୈପୁଣ୍ୟ ପ୍ରଦର୍ଶନକାରୀଙ୍କୁ ପୁରସ୍କାର ଓ କେନ୍ଦ୍ର ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ଆଇଟି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଉଦ୍‌ଯାପନୀ ଅଭିଭାଷଣ ସହ ଶେଷ ହେବ ।

 ସପ୍ତାହକ ପାଇଁ ଲଗାଯାଇଥିବା ମଣ୍ଡପଗୁଡିକରେ ଡିଜିଟାଲ ଇଣ୍ଡିଆର ପଦକ୍ଷେପ, ସ୍କୁଲପିଲାମାନଙ୍କ ଦ୍ୱାରା ପ୍ରକଳ୍ପ ଓ ସିଏସସି ପ୍ରକଳ୍ପ,ଦେଣନେଣ, ସମାଧାନ, ଷ୍ଟାର୍ଟଅପ୍ ଦ୍ୱାରା ଉଦ୍‌ଭାବନ ଯଥା ରୋବର୍ଟ, ଡ୍ରୋନ, ସ୍ୱୟଂଚାଳିତ ବଟସ୍‌, ଏଆର/ଭିଆର ସମାଧାନ ଓ ଆହୁରି ଅନେକ ବିଷୟ ପ୍ରଦର୍ଶିତ ହେବ ।

 ଏହି ଐତିହାସିକ ଆଜାଦୀ କା ଅମ୍ରିତ ମହୋତ୍ସବ ଅଧୀନ ସପ୍ତାହ ଏକ ଭବ୍ୟ ସଂସ୍କୃତି ଓ ଉଦ୍‌ଭାବନ, ଉଦ୍ୟୋଗ ବିକାଶ ଓ ଡିଜିଟାଲ ଅନ୍ତର୍ଭୁକ୍ତୀକରଣର ସମାରୋହ ହୋଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦୃଶ୍ୟପଟ ପାଇଁ ରାସ୍ତା ଦେଖାଇବ ।

କାର୍ଯ୍ୟକ୍ରମର ବିଶେଷ ବିବରଣୀରେ https://amritmahotsav.negd.in/ ଉପଲବ୍ଧ ହେଉଛି ।

 ସରକାରୀ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଏହା ସିଧାସଳଖ ଦେଖିହେବ

  https://www.youtube.com/DigitalIndiaofficial/

 

****

SM / SLP


(Release ID: 1775962) Visitor Counter : 182