ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଏକଲବ୍ୟ ଆବାସୀୟ ବିଦ୍ୟାଳୟ ନିର୍ମାଣ ତ୍ୱରାନ୍ୱିତ


ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୫୦ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସହ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ

ସାତୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତିଷ୍ଠା ହେବ ୨୬ଟି ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ

ବିଦ୍ୟାଳୟ ଓ ସାମଗ୍ରୀକ ବିକାଶ ସହ ଜନଜାତୀୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଲକ୍ଷ୍ୟ

Posted On: 20 NOV 2021 2:48PM by PIB Bhubaneshwar

ଆଜାଦୀ କା ଅମ୍ରିତ ମହୋତ୍ସବର ଅଂଶସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୋପାଳଠାରେ ଜନଜାତୀୟ ଗୌରବ ଦିବସ ଅବସରରେ ଗତ ୧୫ତାରିଖ ଦିନ ୫୦ଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ ଭର୍ଚୁଆଲ ମୋଡରେ କରିଛନ୍ତି । ଏହାଫଳରେ ଏହି ବିଦ୍ୟାଳୟଗୁଡିକର  ନିର୍ମାଣ କାର୍ଯ୍ୟ ଦ୍ରୁତତର ହୋଇଛି । ଏହି ବିଦ୍ୟାଳୟଗୁଡିକ ସାତଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୨୬ଟି ଜିଲ୍ଲାରେ ପ୍ରତିଷ୍ଠା ହେଉଛି ।

ଏ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶବ୍ୟାପୀ ୭୪୦ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପିତ ହେବ । ଶତକଡା ୫୦ଭାଗରୁ ଅଧିକ ଜନଜାତୀୟ ଜନସଂଖ୍ୟା ଥିବା ପ୍ରତ୍ୟେକ  ବ୍ଲକ ଓ ଅନୂନ୍ୟ ୨୦ହଜାର ଜନଜାତି ଜନସଂଖ୍ୟା ଥିଲେ ଏହିଭଳି ବିଦ୍ୟାଳୟ ସ୍ଥାପିତ ହେବ । ୫୦ଟି ବିଦ୍ୟାଳୟ ମଧ୍ୟରୁ ଝାଡଖଣ୍ଡରେ ୨୦, ଓଡିଶାରେ ୧୫, ଆନ୍ଧ୍ରପ୍ରଦେଶ ଓ ଛତିଶଗଡରେ ଚାରିଟି ଲେଖାଏଁ, ମହାରାଷ୍ଟ୍ର ୩ଟି, ମଧ୍ୟପ୍ରଦେଶ ଓ ତ୍ରିପୁରାରରେ ଗୋଟିଏ କରି ଏବଂ ଦ୍ରାଦ୍ରା ଓ ନଗରହାବେଳୀରେ ଗୋଟିଏ ବିଦ୍ୟାଳୟ ରହିଛି । ଏହି ବିଦ୍ୟାଳୟଗୁଡିକ ଦୁର୍ଗମ ପାର୍ବତ୍ୟାଂଚଳରେ ଥିବାରୁ ଦେଶର ଜନଜାତୀୟ ଲୋକଙ୍କ ପିଲାମାନେ ଏହାର ସୁବିଧା ପାଇବେ ।

image002HOHG.jpg

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ସମାରୋରେ ଅନେକ ଗଣ୍ୟମାନ୍ୟ ଅତିଥି ଯୋଗେଦେଇଥିବାବେଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ୨୦ଟି ବିଦ୍ୟାଳୟ ଶିଳାନ୍ୟାସ ହୋଇଥିବା ଝାଡଖଣ୍ଡରେ କେନ୍ଦ୍ର ଜନଜାତି ବ୍ୟାପାରମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଉପସ୍ଥିତ ଥିଲେ । ଛତିଶଗଡର ସରଗୁଜା ଜିଲ୍ଲା ବାତୈଲୀ ବ୍ଲକରେ ଆୟୋଜିତ ସମାରୋହରେ ରାଜ୍ୟ ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂ ସାରୁତା ଯୋଗଦେଇଥିଲେ ।

 

*****

 SM / SLP


(Release ID: 1773573) Visitor Counter : 277