ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନଭେମ୍ବର ୧୮ରେ ‘ବାଧାମୁକ୍ତ ଋଣ ପ୍ରବାହ ଏବଂ ଆର୍ଥିକ ବିକାଶ ଲାଗି ସମନ୍ୱୟ ସ୍ଥାପନ’ ଉପରେ ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
18 NOV 2021 10:44AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ନଭେମ୍ବର, ୨୦୨୧ ଦିନ ୧୨ଟା ସମୟରେ ନୂଆଦିଲ୍ଲୀର ଅଶୋକ ହୋଟେଲ ଠାରେ ‘ବାଧାମୁକ୍ତ ଋଣ ପ୍ରବାହ ଏବଂ ଆର୍ଥିକ ବିକାଶ ପାଇଁ ସମନ୍ୱୟ ସ୍ଥାପନ’ ବିଷୟବସ୍ତୁ ଉପରେ ଆୟୋଜିତ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଉଦବୋଧନ ଦେବେ।
ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ପକ୍ଷରୁ ଏହି ସମ୍ମିଳନୀ ୧୭-୧୮ ନଭେମ୍ବର, ୨୦୨୧ରେ ଆୟୋଜନ କରାଯାଉଛି। ସମ୍ମିଳନୀରେ ବିଭିନ୍ନ ମନ୍ତ୍ରଣାଳୟ, ବ୍ୟାଙ୍କ, ଆର୍ଥିକ ସଂସ୍ଥାନ ଏବଂ ଉଦ୍ୟୋଗ ଜଗତର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।
ଏହି ଅବସରରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।
********
P.S
(ରିଲିଜ ଆଡି: 1772909)
ପରିଦର୍ଶକ କାଉଣ୍ଟର : 254
ଏହି ରିଲିଜ ପଢନ୍ତୁ :
Telugu
,
Assamese
,
Gujarati
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Tamil
,
Kannada
,
Malayalam