ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନଭେମ୍ବର ୧୫ ତାରିଖରେ ମଧ୍ୟପ୍ରଦେଶ ଗସ୍ତରେ ଯିବେ


ପ୍ରଧାନମନ୍ତ୍ରୀ ଜନଜାତୀୟ ମହାସମ୍ମେଳନ ଗୌରବ ଦିବସରେ ଜନଜାତୀୟ ସମ୍ପ୍ରଦାୟର କଲ୍ୟାଣ ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ‘ରାସନ ଆପକେ ଗ୍ରାମ’ ଯୋଜନାର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ ସିକିଲ୍‍ ସେଲ ମିଶନର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ୫୦ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

प्रविष्टि तिथि: 14 NOV 2021 4:14PM by PIB Bhubaneswar

ଭାରତ ସରକାର ୧୫ ନଭେମ୍ବରକୁ ଅମର ସହିଦ ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରୁଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତରେ ଆସି ଭୋପାଳର ଜମ୍ବୁରୀ ମଇଦାନରେ ଜନଜାତୀୟ ଗୌରବ ଦିବସ ମହାସମ୍ମେଳନରେ ଅଂଶଗ୍ରହଣ କରିବେ ଏବଂ ସେଠାରେ ସେ ପ୍ରାୟ ଅପରାହ୍ନ ୧ଟା ସମୟରେ ଜନଜାତୀୟ ସମ୍ପ୍ରଦାୟର କଲ୍ୟାଣ ପାଇଁ ଏକାଧିକ ପଦକ୍ଷେପର ଶୁଭାରମ୍ଭ କରିବେ

ଜନଜାତୀୟ ଗୌରବ ଦିବସ ମହାସମ୍ମେଳନରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ "ରାସନ ଆପକେ ଗ୍ରାମଯୋଜନାର ଶୁଭାରମ୍ଭ କରିବେ ଏହାର ଲକ୍ଷ୍ୟ ହେଉଛି ପ୍ରତିମାସ ପିଡିଏସ୍ରାସନ ସାମଗ୍ରୀକୁ ଜନଜାତୀୟ ସମ୍ପ୍ରଦାୟର ହିତାଧିକାରୀଙ୍କୁ ସେମାନଙ୍କ ନିଜ ଗ୍ରାମରେ ବିତରଣ କରିବା, ଯାହା ଦ୍ୱାରା ସେମାନଙ୍କୁ ନିଜର ରାସନ ସାମଗ୍ରୀ ସଂଗ୍ରହ ପାଇଁ ସୁଲଭ ମୂଲ୍ୟ ଦୋକାନକୁ ଯିବାକୁ ପଡିବ ନାହିଁ

ମହାସମ୍ମେଳନ ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ ସିକ୍ ସେଲ୍ (ହିମୋଗ୍ଲୋବିନୋପାଥି) ମିଶନର ଶୁଭାରମ୍ଭ କରି ହିତାଧିକାରୀଙ୍କୁ ଜେନେଟିକ୍ କାଉନସେଲିଂ କାର୍ଡ ମଧ୍ୟ ପ୍ରଦାନ କରିବେ ସିକିଲ ସେଲ୍ ରକ୍ତହୀନତା, ଥାଲାସେମିଆ ଏବଂ ଅନ୍ୟାନ୍ୟ ହିମୋଗ୍ଲୋବିନୋପାଥିରେ ପୀଡିତ ରୋଗୀଙ୍କୁ ଚିହ୍ନଟ ତଥା ପରିଚାଳନା କରିବା ଏବଂ ଏହି ରୋଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏହି ମିଶନ୍ ଗଠନ କରାଯାଇଛି, ଯାହାର ପ୍ରଭାବ ମଧ୍ୟପ୍ରଦେଶର ଜନଜାତୀୟ ସମ୍ପ୍ରଦାୟ ଉପରେ ଅଧିକ ଭାବେ ରହିବ ବୋଲି ଜଣାପଡିଛି

ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ତ୍ରିପୁରା ଏବଂ ଦାଦ୍ରା ଏବଂ ନାଗର ହାଭେଳି ଏବଂ ଦାମନ ଏବଂ ଡିଉ ସମେତ ସାରା ଦେଶର ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ୫୦ ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ପ୍ରଧାନମନ୍ତ୍ରୀ ମଧ୍ୟ ଜନଜାତୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ପ୍ରଦର୍ଶନୀ ଏବଂ ମଧ୍ୟପ୍ରଦେଶର ଜନଜାତୀୟ ସମ୍ପ୍ରଦାୟର ଶହୀଦ ଏବଂ ସ୍ୱାଧୀନତା ସଂଗ୍ରାମର ବୀରମାନଙ୍କ ଫଟୋ ପ୍ରଦର୍ଶନୀ ବୁଲି ଦେଖିବେ ସେ ନୂତନ ଭାବରେ ନିଯୁକ୍ତ ବିଶେଷକରି ସମ୍ବେଦନଶୀଳ ଆଦିବାସୀ ସମ୍ପ୍ରଦାୟର ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିବେ

ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ, ଡକ୍ଟର ବୀରେନ୍ଦ୍ର କୁମାର, ଶ୍ରୀ ନରେନ୍ଦ୍ର ସିଂ ତୋମାର, ଶ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ, ଶ୍ରୀ ଫଗନ୍ ସିଂ କୁଲସ୍ତେ ଏବଂ ଡକ୍ଟର ଏଲ୍ ମୁରୁଗାନ୍ ମଧ୍ୟ ଉପସ୍ଥିତ ରହିବେ

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ପୁନଃ ବିକଶିତ ହୋଇଥିବା ରାଣୀ କମଳାପତି ରେଳ ଷ୍ଟେସନର ଉଦଘାଟନ କରିବେ ଏବଂ ମଧ୍ୟପ୍ରଦେଶରେ ରେଳବାଇର ଏକାଧିକ ପଦକ୍ଷେପର ଶୁଭାରମ୍ଭ କରିବେ

HS


(रिलीज़ आईडी: 1771758) आगंतुक पटल : 275
इस विज्ञप्ति को इन भाषाओं में पढ़ें: Punjabi , English , Urdu , Marathi , हिन्दी , Manipuri , Bengali , Assamese , Gujarati , Tamil , Telugu , Kannada , Malayalam