ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ଆନନ୍ଦ ଶଙ୍କର ପାଣ୍ଡ୍ୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 11 NOV 2021 9:11AM by PIB Bhubaneshwar

ପ୍ରଖ୍ୟାତ ଲେଖକ ଓ ବୁଦ୍ଧିଜୀବି ଶ୍ରୀ ଆନନ୍ଦ ଶଙ୍କର ପାଣ୍ଡ୍ୟା ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଶ୍ରୀ ଆନନ୍ଦ ଶଙ୍କର ପାଣ୍ଡ୍ୟା ଜୀ ଜଣେ ମହାନ ଲେଖକ ଓ ବୁଦ୍ଧିଜୀବି ଥିଲେ । ଇତିହାସ, ଲୋକନୀତି ଓ ଆଧ୍ୟାତ୍ମିକତା ସମ୍ପର୍କରେ ସେ ବ୍ୟାପକ ଲେଖନୀ ଚାଳନା କରିଥିଲେ । ଭାରତର ସମୃଦ୍ଧି ତାଙ୍କର କାମ୍ୟ ଥିଲା । ଭିଏଚପିରେ ସକ୍ରିୟ ଥିବା ପାଣ୍ଡ୍ୟା ନିଃସ୍ୱାର୍ଥପର ଭାବେ ସମାଜସେବା କରୁଥିଲେ । ତାଙ୍କ ମୃତ୍ୟୁରେ ଦୁଃଖିତ ।

ଅତୀତରେ ଶ୍ରୀ ଆନନ୍ଦ ଶଙ୍କର ପାଣ୍ଡ୍ୟା ଜୀଙ୍କ ସହିତ ହୋଇଥିବା ବାର୍ତ୍ତାଳାପ ମନେ ପଡୁଛି । ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହ ତାଙ୍କ ଆଲୋଚନା ଓ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ଅନ୍ତର୍ଦୃଷ୍ଟି ଶୁଣି ପ୍ରସନ୍ନ ଲାଗୁଥିଲା । ତାଙ୍କ ପରିବାର ସହ କଥା ହୋଇ ତାଙ୍କ ମୃତ୍ୟୁରେ ସମବେଦନା ବ୍ୟକ୍ତ କଲି । ଓମ ଶାନ୍ତି ।

 

SR



(Release ID: 1770965) Visitor Counter : 134