ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ଏକ୍ସପୋ ୨୦୨୦ଦୁବାଇରେ ଭାରତ ମଣ୍ଡପକୁ ଦୁଇ ଲକ୍ଷରୁ ଅଧିକ ଆଗନ୍ତୁକମାନେ ଅବଲୋକନ କରିଛନ୍ତି


ଭାରତ ମଣ୍ଡପ ସବୁଠାରୁ ଅଧିକ ଅବଲୋକନ କରାଯାଇ ଥିବା ମଣ୍ଡପ ମଧ୍ୟରୁ ଅନ୍ୟତମ

ଭାରତ ମଣ୍ଡପ ଏକ ପ୍ରମୁଖ ବ୍ୟବସାୟ ତଥା ସାଂସ୍କୃତିକ ଗନ୍ତବ୍ୟ ଭାବେ ସଫଳତାର ଉଦାହରଣ

ନିବେଶ ଏବଂ ବିକାଶ ଅବସରରେ କ୍ଷେତ୍ର ତଥା ରାଜ୍ୟ ବିଶେଷ ସପ୍ତାହ ସଫଳ ହେଲା

Posted On: 05 NOV 2021 1:33PM by PIB Bhubaneshwar

କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଉପଭୋକ୍ତା ମାମଲା, ଖାଦ୍ୟ ଏବଂ ସାର୍ବଜନୀକ ବିତରଣ ତଥା ବସ୍ତ୍ର ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ଦ୍ୱାରା ଅକ୍ଟୋବର ୧, ୨୦୨୧ ଦିନ ଉଦ୍‌ଘାଟିତ ଭାରତ ମଣ୍ଡପ ଏକ୍ସପୋ-୨୦୨୦ ଦୁବାଇରେ ନିଜର ପ୍ରଥମ ମାସ ସଫଳତା ପୂର୍ବକ ପୂରଣ କରିଛି।

          ଭାରତ ମଣ୍ଡପ ୩ ନଭେମ୍ବର ପର୍ଯ୍ୟନ୍ତ ଭାରତର ବିକାଶ ରୂପରେଖ ଉପରେ ଚର୍ଚ୍ଚା କରିବା ପାଇଁ ବିଭିନ୍ନ କ୍ଷେତ୍ର ତଥା ରାଜ୍ୟ ବିଶେଷ ଅଧିବେଶନ ସହିତ ୨ଲକ୍ଷରୁ ଅଧିକ ଆଗନ୍ତୁକଙ୍କୁ ଆପ୍ୟାୟିତ କରିସାରିଛି । ଏହା ଦେଶ ପାଇଁ ପୁଞ୍ଜିନିବେଶ ସୁଯୋଗ ମଧ୍ୟ ହାସଲ କରିଛି ଏବଂ ଆଗନ୍ତୁକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ସାଂସ୍କୃତିକ ସମାରୋହର ଆୟୋଜନ କରିଛି ।

          ଭାରତ ମଣ୍ଡପର ସଫଳତା ଉପରେ ପ୍ରତିକ୍ରିୟା ପ୍ରକାଶ କରି, ଦୁବାଇରେ ଭାରତର କନ୍‌ସଲ ଜେନେରାଲ ତଥା ଏକ୍ସପୋ-୨୦୨୦ ଦୁବାଇରେ ଭାରତ ପାଇଁ ଉପ ମହାଆୟୁକ୍ତ ଡକ୍ଟର ଅମନ ପୁରୀ କହିଛନ୍ତି, ଅକ୍ଟୋବର ମାସ ଭାରତ ମଣ୍ଡପ ପାଇଁ ଅତ୍ୟଧିକ ସଫଳତା ଆଣିଦେଇଛି । ଆମେ ବହୁ ସଂଖ୍ୟାରେ ଏଠାକୁ ଆଗନ୍ତୁକମାନେ ଆସୁଥିବାର ଦେଖିଛୁ ଏବଂ ଆମେ ଆଶା କରୁଛୁ ଯେ, ଆଗାମୀ ମାସରେ ମଧ୍ୟ ଏଭଳି ସ୍ଥିତି ଜାରି ରହିବ ।

            ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁଠି ଭାରତ ମଣ୍ଡପ ସହଯୋଗ ଏବଂ ପୁଞ୍ଜିନିବେଶ ପାଇଁ ଆହୁରି ଅଧିକ ବାଣିଜ୍ୟ ସୁଯୋଗକୁ ପ୍ରଦର୍ଶିତ କରିବ, ସେଠାରେ ଭାରତ ପର୍ବପର୍ବାଣୀ, ଖାଦ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଲୋକପ୍ରିୟତା ବିଶ୍ୱର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ରହିଛି ।

            ଏହି ମଣ୍ଡପ ୩ ରୁ ୯ଅକ୍ଟୋବର ପର୍ଯ୍ୟନ୍ତ ଜଳବାୟୁ ଏବଂ ଜୈବ ବିବିଧତା ସପ୍ତାହ ସହ ଆରମ୍ଭ ହୋଇଛି। ନବୀନ ତଥା ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ବିଭିନ୍ନ ଅଧିବେଶନ ସଂଚାଳନ କରିଛନ୍ତି । ଯେଉଁଥିରେ ବିଶ୍ୱ ସମ୍ମୁଖରେ ଭାରତର ଶକ୍ତି ଲକ୍ଷ୍ୟ ଏବଂ ଜଳବାୟୁ କାର୍ଯ୍ୟ ଯୋଜନାକୁ ପ୍ରଦର୍ଶିତ କରାଯାଇଥିଲା ।  ଏହି ସପ୍ତାହ ଅନ୍ତରୀକ୍ଷ ଏବଂ ସହରୀ ଗ୍ରାମୀଣ ବିକାଶ ସପ୍ତାହର ଆୟୋଜନ କରାଗଲା । ଯେଉଁଠାରେ ବିଭିନ୍ନ କ୍ଷେତ୍ରର ଭବିଷ୍ୟତ, କ୍ଷେତ୍ର ସମ୍ବନ୍ଧିତ ବିଭିନ୍ନ ବିଷୟ ଏବଂ ଆହ୍ୱାନ, ସରକାରୀ ପ୍ରୋତ୍ସାହନର ଭୂମିକା ସମ୍ପର୍କରେ  ଆଲୋଚନା କରାଯାଇଥିଲା ।

କ୍ଷେତ୍ର ବିଶେଷ ସପ୍ତାହ ବ୍ୟତିରେକ, ଭାରତ ମଣ୍ଡପ ଗୁଜରାଟ, କର୍ଣ୍ଣାଟକ ଏବଂ ଲଦାଖ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ବିଶେଷ ସପ୍ତାହଗୁଡିକର ମଧ୍ୟ ଆୟୋଜନ କରିଥିଲା । ଗୁଜରାଟ ରାଜ୍ୟ ଭାରତ ମଣ୍ଡପରେ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଯେଉଁଥିରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଭର୍ଚୁଆଲ ମାଧ୍ୟମରେ ନିରନ୍ତର ବିକାଶ ପାଇଁ ଏହାର ଯୋଜନା ସହିତ ରାଜ୍ୟର ଗତିଶୀଳ ଔଷଧ ଉତ୍ପାଦନ କ୍ଷେତ୍ରକୁ ପ୍ରଦର୍ଶିତ କରିଥିଲା ।

ସେହିପରି କର୍ଣ୍ଣାଟକ ସପ୍ତାହ ଅବସରରେ କର୍ଣ୍ଣାଟକ ସରକାରଙ୍କ ଉଚ୍ଚଶିକ୍ଷା, ଆଇଟି ଏବଂ ପିଟି, ବିଜ୍ଞାନ ଏବଂ ପ୍ରଦ୍ୟୋଗିକୀ, କୌଶଳ ବିକାଶ, ଉଦ୍ୟମଶୀଳତା ତଥା ଆଜୀବିକା ମନ୍ତ୍ରୀ ଡକ୍ଟର ସି.ଏନ. ଅଶ୍ଵଥ ନାରାୟଣଙ୍କ ସହିତ କର୍ଣ୍ଣାଟକ ସରକାରଙ୍କ ବୃହତ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ମୃଗେଶ ନିରାନୀ ମଧ୍ୟ ଉପସ୍ଥିତ ଥିଲେ ।

ଏତଦ୍‌ବ୍ୟତୀତ ଭାରତ ମଣ୍ଡପରେ ଲଦାଖ ସପ୍ତାହ ସମୟରେ ନିରନ୍ତର ଭିତ୍ତିଭୂମି, ଯୋଗାଯୋଗ, ଖାଦ୍ୟ ପ୍ରଶଂସ କରଣ ପର୍ଯ୍ୟଟନ ଭଳି ଫୋକସ୍ ଚିତ୍ରଗୁଡିକରେ ଲଦାଖରେ ଥିବା ବିଭିନ୍ନ ସୁଯୋଗକୁ ପ୍ରଦର୍ଶିତ କରିବାକୁ ଯାଇ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

            କର୍ଣ୍ଣାଟକ ସପ୍ତାହ ସମୟରେ ଭାରତ ଏବଂ ୟୁଏଇ ମଧ୍ୟରେ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ କରିବା ପାଇଁ କର୍ଣ୍ଣାଟକ ସରକାର ଏବଂ ଗଲ୍‌ଫ ଇସ୍‌ଲାମିକ୍ ଇନ୍‌ଭେଷ୍ଟମେଣ୍ଟ ଜିଆଇଆଇ ମଧ୍ୟରେ ସହଯୋଗ ପାଇଁ ଅନେକ ଘୋଷଣା ମଧ୍ୟ କରାଯାଇଥିଲା । ଭାରତରେ ଜିଆଇଆଇର ନିବେଶ ଦୃଷ୍ଟିକୋଣ ସାମଗ୍ରିକ କ୍ଷେତ୍ର ସମ୍ପର୍କିତ ଅଟେ ଏବଂ କମ୍ପାନୀର ଯୋଜନା ରହିଛି ଯେ ଆଗାମୀ ୩ବର୍ଷ ମଧ୍ୟରେ ଆହୁରି ୫ଶହ ନିୟୁତ ଡଲାର ୩, ୫୦୦ କୋଟି ଟଙ୍କାର ନିବେଶ କରିବାର ଯୋଜନା ରହିଛି । କର୍ଣ୍ଣାଟକ ରାଜ୍ୟ ପାଇଁ ଏହା ଏକ ବହୁତ ବଡ ଉପଲବ୍‌ଧି ମଧ୍ୟରୁ ଅନ୍ୟତମ ।

          ଜଳବାୟୁ ତଥା ଜୈବ ବିବିଧତା ସପ୍ତାହରେ ଭାରତ ସରକାରଙ୍କ କେନ୍ଦ୍ରୀୟ ବିଜୁଳି ନବୀନ ତଥା ନବୀକରଣୀୟ ଶକ୍ତି, ରସାୟନ ଏବଂ ସାରମନ୍ତ୍ରୀ ଶ୍ରୀ ଆର.କେ ସିଂହ ଏବଂ ଭାରତ ସରକାରଙ୍କ ବିଜୁଳି, ନବୀନ ତଥା ନବୀକରଣୀୟ ଶକ୍ତି ସଚିବ ଇନ୍ଦୁଶେଖର ଚତୁର୍ବେଦୀଙ୍କ ଭଳି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।

          ମହାକାଶ ସମ୍ପର୍କିତ ଅଧିବେଶନ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର କେ.ସିବନ ଏବଂ ଭାରତୀୟ ସମ୍ବର୍ଦ୍ଧନା ଏବଂ ପ୍ରାଧିକରଣ କେନ୍ଦ୍ରର ଅଧ୍ୟକ୍ଷ ଡକ୍ଟର ପବନ ଗୋୟଙ୍କା  ଏବଂ ଇସ୍ରୋର ବୈଜ୍ଞାନିକ ସଚିବ ଶ୍ରୀ ଉମା ମହେଶ୍ୱରମ୍ ଆର୍ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ ।

ଅକ୍ଟୋବର ୩୧ତାରିଖରୁ ଆରମ୍ଭ ହେବାକୁ ଥିବା ସହରୀ ଏବଂ ଗ୍ରାମୀଣ ବିକାଶ ସପ୍ତାହରେ ଯୁଗ୍ମ ସଚିବ ତଥା ମିଶନ ନିର୍ଦ୍ଦେଶକ ‌ସ୍ମାର୍ଟ  ସିଟିଜ୍ ମିଶନ ଶ୍ରୀ କୁନାଲ କୁମାର, ଓଏସ୍‌ଡି ସହରୀ ପରିବହନ ଶ୍ରୀ ଜୟଦୀପ ଏବଂ ଆର୍ଥିକ ଉପଦେଷ୍ଠା ଆବାସ୍ ସହିତ ଭାରତ ସରକାରର ଆବାସ ତଥା ସହରୀ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

            ଅକ୍ଟୋବର ମାସରେ ଭାରତ ମଣ୍ଡପରେ ଦଶହରା ଏବଂ ନବରାତ୍ରୀ ସମାରୋହ ସମୟରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଅଗଣିତ ଆଗନ୍ତୁକ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ଲୋକନୃତ୍ୟ, କାହାଣୀ କଥନ ତଥା ସଙ୍ଗୀତ କାର୍ଯ୍ୟକ୍ରମ ସାମିଲ ଥିଲା ।

ଭାରତ ମଣ୍ଡପରେ ଦିପାବଳୀ ସଂକ୍ରାନ୍ତୀୟ ସମାରୋହର ରଙ୍ଗାରଙ୍ଗ ପ୍ରତିଷ୍ଠାନ, ସ୍ୱରଙ୍ଗୋଲୀ ଏବଂ ଏଲଇଡି ରଙ୍ଗୋଲୀ ଭାବରେ ଲାଇଟିଂ ବାଣରେ ଭର୍ଚୁଆଲ ପ୍ରଦର୍ଶନ ଏବଂ ଭାରତ ଏବଂ ଦୁବାଇରୁ ସଲିମ ସୁଲେମାନ ଧ୍ରୃବ ଏବଂ ରୋ ବ୍ୟାଣ୍ଡ ଭଳି ବିଖ୍ୟାତ କଳାକାରମାନେ ନିଜ ନିଜର ପ୍ରଦର୍ଶନ କରିଥିଲେ । ଆଗନ୍ତୁକମାନଙ୍କର ଉତ୍ସାହର ପରିଣାମ ସ୍ୱରୂପ ଭାରତ ମଣ୍ଡପ ଏକ୍ସପୋ-୨୦୨୦ ଦୁବାଇରେ ସବୁଠାରୁ ଅଧିକ ପରିଦର୍ଶନ କରାଯାଇଥିବା ମଣ୍ଡପ ମଧ୍ୟରୁ ଅନ୍ୟତମ ହୋଇଥିଲା ।

            ଅକ୍ଟୋବର ମାସରେ ହୋଇଥିବା ବିଭିନ୍ନ କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମଗୁଡିକୁ ହଜାର ହଜାର ଆଗନ୍ତୁକ ଅତ୍ୟନ୍ତ ଉତ୍ସାହ ଏବଂ ଉତ୍ସୁକତା ସହିତ ଦେଖିଥିଲେ । ଏକ୍ସପୋ-୨୦୨୦ ଦୁବାଇରେ ଭାରତ ମଣ୍ଡପ ସମ୍ପର୍କରେ ଅଧିକ ସୂଚନା ପାଇଁ ଭିଜିଟ କରନ୍ତୁ :

Website - https://www.indiaexpo2020.com/

Facebook - https://www.facebook.com/indiaatexpo2020/

Instagram - https://www.instagram.com/indiaatexpo2020/

Twitter - https://twitter.com/IndiaExpo2020?s=09

LinkedIn https://www.linkedin.com/company/india-expo-2020/?viewAsMember=true

YouTube - https://www.youtube.com/channel/UC6uOcYsc4g_JWMfS_Dz4Fhg/featured

Koo - https://www.kooapp.com/profile/IndiaExpo2020

*****

NS/SLP



(Release ID: 1769651) Visitor Counter : 198