ରେଳ ମନ୍ତ୍ରଣାଳୟ
ଅକ୍ଟୋବର-୨୦୨୧ରେ ଭାରତୀୟ ରେଳବାଇ ଆୟ ଏବଂ ମାଲ ବୋଝେଇ ପରିପ୍ରେକ୍ଷୀରେ ମାଲ ପରିବହନ ପରିସଂଖ୍ୟାନ ଉଚ୍ଚ ବେଗ ଜାରି ରଖିଛି
ଅକ୍ଟୋବର ୨୦୨୧ରେ ଭାରତୀୟ ରେଳବାଇର ମାଲବୋଝେଇ ୧୧୭.୩୪ନିୟୁତ ଟନ ଥିଲା । ଯାହା ଗତବର୍ଷ ତୁଳନାରେ ୭.୬୩% ଅଧିକ ସେହି ସମୟରେ (୧୦୯.୦୧ ମିଲିୟନ ଟନ୍) ଥିଲା ।
ଏହି ଅବଧି ମଧ୍ୟରେ ଭାରତୀୟ ରେଳବାଇ ମାଲ ବୋଝେଇରୁ ୧୨୩୧୧. ୪୬ କୋଟି ଟଙ୍କାର ଆୟ କରିଛି, ଯାହା ଗତବର୍ଷର ଆୟ ତୁଳନାରେ ୧୮.୧୯% ଅଧିକ ଅଟେ (୧୦୪୧୬.୬୦ କୋଟି ଟଙ୍କା)
Posted On:
01 NOV 2021 2:55PM by PIB Bhubaneshwar
ଅକ୍ଟୋବର ୨୦୨୧ ପାଇଁ ଭାରତୀୟ ରେଳବାଇ ଆୟ ଓ ମାଲ ବୋଝେଇ ମାମଲାରେ ଉଚ୍ଚବେଗ ଜାରି ରଖିପାରିଛି ।
ଅକ୍ଟୋବର ୨୦୨୧ରେ ଭାରତୀୟ ରେଳବାଇ ମାଲ ବୋଝେଇରେ ଗତବର୍ଷ ଅକ୍ଟୋବର ମାସ ଅପେକ୍ଷା ଅଧିକ ହୋଇଛି । ମିଶନ ମୋଡରେ କାର୍ଯ୍ୟ କରାଯାଇଥିବାରୁ ଏହା ସମ୍ଭବ ହୋଇଛି । ଗତବର୍ଷ ତୁଳନାରେ (୧୦୯.୦୧ ନିୟୁତ ଟନ୍) ଥିଲା । ଭାରତୀୟ ରେଳବାଇ ଗତବର୍ଷ ତୁଳନାରେ ୧୧୭.୩୪ ନିୟତ ଟନ୍ ଥିଲା। ଯାହା ୭.୬୩% ଅଧିକ । ଏହି ଅବଧିରେ, ଭାରତୀୟ ରେଳବାଇ ମାଲ ପରିବହନରେ ୧୨୩୧୧. ୪୬କୋଟି ଟଙ୍କାର ଆୟ କରିଛି । ଯାହା ଗତବର୍ଷରେ ଏହି ଅବଧିର ଆୟ (ଟ.୧୦୪୧୬. ୬୦କୋଟି ) ତୁଳନାରେ ୧୮.୧୯% ଅଧିକ ଅଟେ । ଅକ୍ଟୋବର ୨୦୨୧ରେ ଭାରତୀୟ ରେଳବାଇର ମାଲବୋଝେଇ ୧୧୭.୩୪ନିୟୁତ ଟନ୍ ଥିଲା । ଯେଉଁଥିରେ ୫୪୬୫ନିୟୁତ ଟନ୍ କୋଇଲା, ୧୨.୮୦ନିୟୁତ ଟନ୍ ଲୁହାପଥର, ୬.୩୦ନିୟୁତ ଟନ୍ ଖାଦ୍ୟାନ୍ନ, ୪.୧୮ ନିୟୁତ ଟନ୍ ସାର, ୩.୯୭ନିୟୁତ ଟନ୍ ଖଣିଜ ତୈଳ ଏବଂ ୭.୩୭ ନିୟୁତ ଟନ୍ ସିମେଣ୍ଟ (ଧାତୁମଳକୁ ଛାଡି) ସାମିଲ ରହିଛି ।
ଉଲ୍ଲେଖଯୋଗ୍ୟ ଯେ ରେଳବାଇ ମାଲପରିବହନକୁ ବହୁ ଆକର୍ଷଣୀୟ କରିବା ପାଇଁ ଭାରତୀୟ ରେଳବାଇ ବିଭିନ୍ନ ପ୍ରକାରର ରିହାତି ପ୍ରଦାନ କରୁଛି ।
****
NS / SLP
(Release ID: 1768696)
Visitor Counter : 172