ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୁଲୁ, ହିମାଚଳ ପ୍ରଦେଶରେ ହୋଇଥିବା ଅଗ୍ନିକାଣ୍ଡଜନିତ ଦୁର୍ଘଟଣାରେ ଦୁଃଖ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 27 OCT 2021 3:48PM by PIB Bhubaneshwar

ହିମାଚଳ ପ୍ରଦେଶର କୁଲୁ ଠାରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରଭାବିତ ପରିବାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ସମବେଦନା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସମ୍ପୂର୍ଣ୍ଣ ତତ୍ପରତାର ସହ ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ହିମାଚଳ ପ୍ରଦେଶର କୁଲୁ ଠାରେ ହୋଇଥିବା ଅଗ୍ନିକାଣ୍ଡ  ଖୁବ ଦୁଃଖଦ । ଐତିହାସିକ ମଲାଣା ଗାଁରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ପ୍ରଭାବିତ ସମସ୍ତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସମ୍ପୂର୍ଣ୍ଣ ତତ୍ପରତାର ସହ ନିୟୋଜିତ ଅଛନ୍ତି । 

SR



(Release ID: 1767052) Visitor Counter : 164