ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ କୋଭିଡ ଟୀକାକରଣର ସ୍ଥିତି ଓ ପ୍ରଗତି ସଂକ୍ରାନ୍ତରେ କେନ୍ଦ୍ରର ସମୀକ୍ଷା
ଦ୍ୱିତୀୟ ଡୋଜର ଗତି ଏବଂ ଟୀକାକରଣ ବୃଦ୍ଧି କରିବାକୁ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦ୍ୱିତୀୟ ଡୋଜ ଟୀକାକରଣ ପାଇଁ ରାଜ୍ୟ ପ୍ରଶାସନ ହିତାଧିକାରୀମାନଙ୍କ ଜିଲ୍ଲା ୱାରୀ ତାଲିକା ପ୍ରସ୍ତୁତ କରିବେ
ହିତାଧିକାରୀଙ୍କୁ ସାମିଲ ପାଇଁ ଜିଲ୍ଲାପାଳମାନଙ୍କୁ ଜଡିତ କରି ଜିଲ୍ଲା-ୱାରୀ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି
प्रविष्टि तिथि:
23 OCT 2021 6:43PM by PIB Bhubaneshwar
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଆଜି ଭିଡିଓ କନଫରେନ୍ସ (ଭିସି) ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ସ୍ୱାସ୍ଥ୍ୟ ସଚିବ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚଏମ୍) ର ମିଶନ ନିର୍ଦ୍ଦେଶକଙ୍କ ସହ କୋଭିଡ-୧୯ ଟୀକାକରଣର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ଦେଶବ୍ୟାପୀ ଟୀକାକରଣର ଗତି ଏବଂ ଦ୍ୱିତୀୟ ଡୋଜର ଟୀକାକରଣ ବୃଦ୍ଧି କରିବା । ୨୧ ଅକ୍ଟୋବର ୨୦୨୧ ରେ ୧୦୦ କୋଟି ଡୋଜ ଟୀକାକରଣ କରିବାର ମାଇଲଖୁଣ୍ଟ ହାସଲ କରିଥିବା ଦେଶର ପୃଷ୍ଠଭୂମିରେ ଏହା ଆସିଛି ।
ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ଦର୍ଶାଇ ଯେଉଁମାନେ ଦ୍ୱିତୀୟ ଟିକା ଗ୍ରହଣ କରିନାହାଁନ୍ତି, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେହି ହିତାଧିକାରୀଙ୍କ ଉପରେ ଧ୍ୟାନ ଦିଅନ୍ତୁ ଯେଉଁମାନେ ସେମାନଙ୍କର ବ୍ୟବଧାନ ଅବଧି ଶେଷ ହେବା ପରେ ଦ୍ୱିତୀୟ ଡୋଜକୁ ଅପେକ୍ଷା କରିଛନ୍ତି ।
ଟୀକାକରଣର ଗତିକୁ ସୁଦୃଢ଼ କରିବା ଏବଂ ଏହାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା ଯେ ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଅଧୀନରେ ବର୍ଷ ଶେଷ ସୁଦ୍ଧା ସମସ୍ତ ଯୋଗ୍ୟ ଲୋକଙ୍କୁ ଟିକା ଦେବା ପାଇଁ ଦେଶ ଆଗକୁ ବଢୁଛି । ତେଣୁ, ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗ୍ୟ ଜନସଂଖ୍ୟାର ୭୧.୨୪ କୋଟି ପ୍ରଥମ ଡୋଜ୍ ଏବଂ ୩୨.୦ ପ୍ରତିଶତ ଲୋକଙ୍କୁ ୩୦.୦୬ କୋଟି ଦ୍ୱିତୀୟ ଡୋଜ ଟିକା ପ୍ରଦାନ କରାଯାଇଛି । ଉପଯୁକ୍ତ ହିତାଧିକାରୀଙ୍କ କେନ୍ଦ୍ର ୱାରୀ କୋଭିଡ-୧୯ ଟୀକାକରଣ ତାଲିକା (ଏବଂ ଜିଲ୍ଲା ୱାରୀ) ମଧ୍ୟ କୋୱିନ୍ ପ୍ଲାଟଫର୍ମରେ ଉପଲବ୍ଧ ସହିତ ରାଜ୍ୟଗୁଡିକ ମଧ୍ୟ ସମାନ ଭାବେ ବ୍ୟବହାର ଲାଗି ଅନୁରୋଧ କରାଯାଇଥିଲା । ସଚିବ ଉଲ୍ଲେଖ କରିଛନ୍ତି ଯେ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଜଡିତ କରି ଜିଲ୍ଲା ୱାରୀ ଦ୍ୱିତୀୟ ଡୋଜ୍ ଟୀକାକରଣ ଯୋଜନା ପ୍ରସ୍ତୁତ କରିବା ପାଇଁ ଉପଯୁକ୍ତ ହିତାଧିକାରୀଙ୍କ ବିସ୍ତୃତ ତାଲିକା ବ୍ୟବହାର କରାଯାଇପାରିବ । ସମସ୍ତ ଜିଲ୍ଲା ହିତାଧିକାରୀଙ୍କ ତାଲିକାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ପ୍ରତିଦିନ ଏହିପରି ଜିଲ୍ଲା ୱାରୀ ଯୋଜନାର ଅଗ୍ରଗତିର ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା ।
ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ମଧ୍ୟ କମ୍ ଟୀକାକରଣ ହୋଇଥିବା ଜିଲ୍ଲାଗୁଡିକୁ ଚିହ୍ନଟ ଏବଂ ପ୍ରାଥମିକତା ଦେବା ତଥା ସ୍ଥାନୀୟ ଆହ୍ୱାନର ସମାଧାନ, ଅତିରିକ୍ତ କୋଭିଡ ଟୀକାକରଣ କେନ୍ଦ୍ରର ଆବଶ୍ୟକତା ଏବଂ ଗ୍ରାମାଞ୍ଚଳରେ ଟୀକାକରଣକୁ ସୁଦୃଢ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଦ୍ୱିତୀୟ ଡୋଜ୍ ଟୀକାକରଣ ବୃଦ୍ଧି କରିବାକୁ ସେମାନଙ୍କର ରଣନୀତ ଆଦାନ ପ୍ରଦାନ ପାଇଁ ମଧ୍ୟ ସେମାନଙ୍କୁ ଅନୁରୋଧ କରାଯାଇଥିଲା ।
ଡକ୍ଟର ମନୋହର ଅଗନାନି, ଅତିରିକ୍ତ ଶାସନ ସଚିବ (ସ୍ୱାସ୍ଥ୍ୟ), ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟୃ), ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏବଂ ରାଜ୍ୟ ତଦାରଖ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।
HS
(रिलीज़ आईडी: 1766033)
आगंतुक पटल : 230