ରସାୟନ ଓ ସାର ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା (ପିଏମବିଜେପି) ମାତ୍ର ୬ ମାସରେ ଆର୍ଥିକବର୍ଷ ୨୦୨୧-୨୨ର ଧାର୍ଯ୍ୟଲକ୍ଷ୍ୟ ପୂରଣ କରିଛି


ପିଏମବିଜେପି ଷ୍ଟୋର ସଂଖ୍ୟା ୮,୩୦୮କୁ ବୃଦ୍ଧି ସହ ଦେଶବ୍ୟାପୀ ଏବେ ସମସ୍ତ ଜିଲ୍ଲାରେ ଏହାର ଉପସ୍ଥିତି

ପିଏମବିଜେପି ଅଧୀନରେ ଉପଲବ୍ଧ ଔଷଧଗୁଡ଼ିକର ଦାମ ବ୍ରାଣ୍ଡଯୁକ୍ତ ଔଷଧ ଠାରୁ ୫୦%-୯୦% କମ

Posted On: 06 OCT 2021 1:52PM by PIB Bhubaneshwar

ନୂଆଦିଲ୍ଲୀ,/୧୦: ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା (ପିଏମବିଜେପି) କାର୍ଯ୍ୟାନ୍ୱୟନ ଏଜେନ୍ସି ଫାର୍ମାସୁ୍ୟଟିକାଲ୍ସ ଆଣ୍ଡ ମେଡିକାଲ ଡିଭାଇସେସ ବୁ୍ୟରୋ ଅଫ ଇଣ୍ଡିଆ (ପିଏମବିଆଇ) ୨୦୨୧ ସେପ୍ଟେମ୍ବର ଶେଷ ପୂର୍ବରୁ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ,୩୦୦ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର (ପିଏମବିଜେକେ) ଖୋଲିବାର ଧାର୍ଯ୍ୟଲକ୍ଷ୍ୟକୁ ପୂରଣ କରିଛି ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା (ପିଏମବିଜେପି) ଅଧୀନରେ ଦେଶର ସମସ୍ତ ଜିଲ୍ଲାକୁ ସାମିଲ କରାଯାଇ ପାରିଛି ସମସ୍ତ ଷ୍ଟୋରରେ ଠିକ ସମୟରେ ଔଷଧ ବିତରଣକୁ ସୁନିଶ୍ଚିତ କରାଇବା ପାଇଁ ସଫଳ ଆଇଟି-ଅନୁକୂଳ ପରିବହନ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ମଧ୍ୟ ପ୍ରଚଳନ କରାଯାଇଛି

 

ପିଏମବିଜେପିର ଉତ୍ପାଦ ଥଳିରେ ବର୍ତ୍ତମାନ ,୪୫୧ ଔଷଧ ୨୪୦ ସର୍ଜିକାଲ ଉପକରଣ ସାମିଲ ରହିଛି ଅଧିକନ୍ତୁ, ନୂଆ ଔଷଧ ନୁ୍ୟଟ୍ରାସୁ୍ୟଟିକାଲ ଉତ୍ପାଦ ଯଥା ଗ୍ଲୁକୋମିଟର, ପ୍ରୋଟିନ ପାଉଡର, ମାଲ୍ଟ ଭିତ୍ତିକ ଖାଦ୍ୟ ସପ୍ଲିମେଣ୍ଟ, ପ୍ରୋଟିନ ବାର୍, ଇମୁ୍ୟନିଟି ବାର୍, ଇତ୍ୟାଦି ଶୁଭାରମ୍ଭ କରାଯାଇଛି

ସାଧାରଣ ଜନତା, ବିଶେଷକରି ଗରିବମାନଙ୍କୁ ସୁଲଭ ଦରରେ ଗୁଣଯୁକ୍ତ ଔଷଧ ଯୋଗାଇବା ଲକ୍ଷ୍ୟ ନେଇ, ସରକାର ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର (ପିଏମବିଜେକେ) ସଂଖ୍ୟା ୨୦୨୪ ମାର୍ଚ୍ଚ ସୁଦ୍ଧା ୧୦,୦୦୦କୁ ବଢ଼ାଇବା ଲାଗି ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି ୨୦୨୧ ଅକ୍ଟୋବର ସୁଦ୍ଧା, ଷ୍ଟୋର ସଂଖ୍ୟା ,୩୫୫କୁ ବୃଦ୍ଧି ପାଇଛି ଏହି କେନ୍ଦ୍ରଗୁଡ଼ିକ ଦେଶର ପ୍ରତି କୋଣାନୁକୋଣରେ ଗରିବ ଲୋକଙ୍କ ପାଖରେ ଶସ୍ତା ଔଷଧର ସହଜ ପହଞ୍ଚକୁ ସୁନିଶ୍ଚିତ କରିବେ

 

ବର୍ତ୍ତମାନ ପିଏମବିଜେପିର ୩ଟି ପଣ୍ୟାଗାର ଗୁରୁଗ୍ରାମ, ଚେନ୍ନାଇ ଗୁଆହାଟୀରେ କାର୍ଯ୍ୟକ୍ଷମ ଥିବା ବେଳେ ସୁରଟରେ ଚତୁର୍ଥ ପଣ୍ୟାଗାର ନିର୍ମାଣାଧୀନ ସ୍ଥିତିରେ ଅଛି ଏହାବ୍ୟତୀତ, ଦୁର୍ଗମ ଗ୍ରାମାଞ୍ଚଳଗୁଡ଼ିକରେ ଔଷଧ ଯୋଗାଣରେ ସହଯୋଗ ନିମନ୍ତେ ଦେଶବ୍ୟାପୀ ୩୭ ବିତରକଙ୍କୁ ନିଯୁକ୍ତ କରାଯାଇଛି

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା (ପିଏମବିଜେପି) ପାଇଁଜନୌଷଧି ସୁଗମନାମକ ଏକ ମୋବାଇଲ ଆପ୍ଲିକେସନ ରହିଛି, ଯାହା ଲୋକମାନଙ୍କୁ ଏକ ଡିଜିଟାଲ ପ୍ଲାଟଫର୍ମ ପ୍ରଦାନ କରୁଛି, ଯେଉଁଥିରେ ସେମାନେ ନିଜ ଅଙ୍ଗୁଳି ଟିପରେ ଯୋଜନାର ଫାଇଦା ନେଇପାରୁଛନ୍ତି

ସ୍କିମ ଅଧୀନରେ ଉତ୍ପାଦଗୁଡ଼ିକର ଗୁଣବତ୍ତାକୁ ସୁନିଶ୍ଚିତ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ଉତ୍ତମ ଉତ୍ପାଦନ ବ୍ୟବସ୍ଥା (ଡବ୍ଳୁ୍ୟଏଚଓ-ଜିଏମପି) ପ୍ରମାଣିତ ଯୋଗାଣକାରୀଙ୍କଠାରୁ ଔଷଧ ସଂଗ୍ରହ କରାଯାଉଛି ଏହାବ୍ୟତୀତ, ‘ନ୍ୟାସନାଲ ଆକ୍ରେଡିଟେସନ ବୋର୍ଡ ଫର ଟେଷ୍ଟିଙ୍ଗ ଆଣ୍ଡ କାଲିବ୍ରେସନ ଲାବୋରେଟୋରିଜ୍ (ଏନଏବିଏଲ)’ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଲାବୋରେଟୋରିଗୁଡ଼ିକରେ ପ୍ରତ୍ୟେକ ବ୍ୟାଚ ଔଷଧକୁ ପରୀକ୍ଷା କରାଯାଉଛି ଗୁଣବତ୍ତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ହିଁ ଔଷଧଗୁଡ଼ିକୁ ପିଏମବିଜେପି କେନ୍ଦ୍ରଗୁଡ଼ିକୁ ପ୍ରେରଣ କରାଯାଉଛି ପିଏମବିଜେପି ଅଧୀନରେ ଉପଲବ୍ଧ ଔଷଧଗୁଡ଼ିକ ବ୍ରାଣ୍ଡଯୁକ୍ତ ଉତ୍ପାଦର ଦାମ ତୁଳନାରେ ୫୦%-୯୦% କମ ରହୁଛି ଆର୍ଥିକବର୍ଷ ୨୦୨୦-୨୧ରେ ପିଏମବିଜେପି ୬୬୫.୮୩ କୋଟି ଟଙ୍କା (ଏମଆରପିରେ) ବିକି୍ର ହାସଲ କରିଥିଲା ଏହାଦ୍ୱାରା ଦେଶର ସାଧାରଣ ନାଗରିକଙ୍କର ପାଖାପାଖି ,୦୦୦ କୋଟି ଟଙ୍କା ସଞ୍ଚୟ ହୋଇପାରିଛି

 

କୋଭିଡ-୧୯ ସଂକଟ ଦେଖାଦେବା ପରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା (ପିଏମବିଜେପି) ଦେଶକୁ ଅତ୍ୟାବଶ୍ୟକ ସେବା ଯୋଗାଇ ଆସୁଛି ଲକଡାଉନ ସମୟରେ ଷ୍ଟୋରଗୁଡ଼ିକ କାର୍ଯ୍ୟକ୍ଷମ ଅବସ୍ଥାରେ ରହି ନିରବଚ୍ଛିନ୍ନ ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତାକୁ ସୁନିଶ୍ଚିତ ପାଇଁ ଉଦ୍ଦିଷ୍ଟ ସେମାନଙ୍କ ପ୍ରତିଶ୍ରୁତିବଦ୍ଧତାର ଅଂଶ ଭାବେ ପରିଚାଳନା ବଜାୟ ରଖିଛନ୍ତି

 

SR



(Release ID: 1761430) Visitor Counter : 224