ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ବିଦ୍ୟାଳୟରେ କେନ୍ଦ୍ରୀୟ ପ୍ରାୟୋଜିତ ରାଷ୍ଟ୍ରୀୟ ଯୋଜନା ‘ପିଏମ ପୋଷଣ’ର ବିସ୍ତାର/ସଂଶୋଧନ/ପରିବର୍ତ୍ତନକୁ କ୍ୟାବିନେଟ ଅନୁମୋଦନ


ଯୋଜନା ପାଇଁ କେନ୍ଦ୍ର ସରକାର ୫୪,୦୬୧.୭୩ କୋଟି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାର ୩୧,୭୩୩.୧୭ କୋଟି ଟଙ୍କା ଖର୍ଚ୍ଚ କରିବେ

୧୧.୨୦ ଲକ୍ଷ ବିଦ୍ୟାଳୟର ୮୦ କୋଟି ଛାତ୍ରଛାତ୍ରୀ ଉପକୃତ ହେବେ

Posted On: 29 SEP 2021 3:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ବିଦ୍ୟାଳୟରେ କେନ୍ଦ୍ରୀୟ ପ୍ରାୟୋଜିତ ରାଷ୍ଟ୍ରୀୟ ଯୋଜନା ପିଏମ ପୋଷଣର ବିସ୍ତାର/ସଂଶୋଧନ/ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଯୋଜନା ପାଇଁ କେନ୍ଦ୍ର ସରକାର ୫୪୦୬୧.୭୩ କୋଟି ଟଙ୍କା ଏବଂ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାରମାନେ ସରକାର ୩୧,୭୩୩.୧୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଖାଦ୍ୟ ଶସ୍ୟ ବାବଦରେ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ୪୫,୦୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ତେଣୁ ଏହି ଯୋଜନାରେ ମୋଟ ୧,୩୦,୭୯୪.୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଦିନକୁ ଗୋଟିଏ ଓଳି ଗରମ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ପିଏମ ପୋଷଣ ଯୋଜନାକୁ ସିସିଇଏ ପକ୍ଷରୁ ଅନୁମୋଦନ କରାଯାଇଛି। ଏହା ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଯେଉଁଥିରେ ଦେଶର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସାମିଲ କରାଯାଇଛି। ପୂର୍ବରୁ ଏହା ‘ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଜାତୀୟ ଯୋଜନା’ ବା ମଧ୍ୟାହ୍ନ ଭୋଜନ ଯୋଜନା ନାମରେ ଏହା ପରିଚିତ ଥିଲା।

ଦେଶର ୧୧.୨୦ ଲକ୍ଷ ବିଦ୍ୟାଳୟରେ ପାଠପଢ଼ୁଥିବା ୧୧.୮୦ କୋଟି ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ଅଛନ୍ତି। ୨୦୨୦-୨୧ରେ, ଭାରତ ସରକାର ଏହି ଯୋଜନାରେ ଖାଦ୍ୟଶସ୍ୟ ପାଇଁ ୧୧, ୫୦୦ କୋଟି ଟଙ୍କା ସମେତ ୨୪,୪୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଥିଲେ।

 

ଯୋଜନାର ଦକ୍ଷତା ଏବଂ ପ୍ରଭାବରେ ସୁଧାର ଆଣିବା ଲାଗି ନିଆଯାଇଥିବା ନିଷ୍ପତ୍ତିର ବୈଶିଷ୍ଟ୍ୟ:-

 

  1. ପ୍ରାଥମିକ ଶ୍ରେଣୀର ସମସ୍ତ ୧୧.୮୦ କୋଟି ଛାତ୍ରଛାତ୍ରୀଙ୍କ ସମେତ ପ୍ରାକ-ପ୍ରାଥମିକ ବା ବାଲବାଟିକାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନା ସମ୍ପ୍ରସାରିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
  2. ତିଥିଭୋଜନ ପରିକଳ୍ପନାକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରାଯିବ। ତିଥିଭୋଜନ ଏକ ଗୋଷ୍ଠୀ ସହଭାଗିତା କାର୍ଯ୍ୟକ୍ରମ ଯେଉଁଥିରେ ବିଶେଷ ଅବସର/ପର୍ବପର୍ବାଣୀରେ ଲୋକମାନେ ପିଲାମାନଙ୍କୁ ସ୍ବତନ୍ତ୍ର ଖାଦ୍ୟ ଯୋଗାଇ ଦେଇଥାନ୍ତି।
  • III. ପିଲାମାନଙ୍କୁ ପ୍ରକୃତି ଓ ବଗିଚା କାମ ସମ୍ପର୍କରେ ପ୍ରାଥମିକ ଅଭିଜ୍ଞତା ପ୍ରଦାନ କରିବା ଲାଗି ବିଦ୍ୟାଳୟଗୁଡ଼ିକରେ ବିଦ୍ୟାଳୟ ପୋଷଣ ଉଦ୍ୟାନ ବିକଶିତ କରିବାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଏହିସବୁ ଉଦ୍ୟାନରେ ଉତ୍ପାଦିତ ଫସଲ ଯୋଜନାରେ ଅତିରିକ୍ତ ସୂକ୍ଷ୍ମ ପୋଷକ ତତ୍ତ୍ବ ପ୍ରଦାନରେ ବ୍ୟବହୃତ ହେବ। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ବିଦ୍ୟାଳୟରେ ବିଦ୍ୟାଳୟ ପୋଷଣ ଉଦ୍ୟାନ ବିକଶିତ କରାଯାଇସାରିଛି।
  • IV. ସମସ୍ତ ଜିଲ୍ଲାରେ ଯୋଜନାର ସାମାଜିକ ଅଡିଟ୍ କରିବା ବାଧ୍ୟତାମୂଳକ କରାଯାଇଛି।
  1. ଆକାଂକ୍ଷୀ ଜିଲ୍ଲା ଏବଂ ଅଧିକ ରକ୍ତହୀନତା ପ୍ରବଣ ଜିଲ୍ଲାମାନଙ୍କରେ ପିଲାମାନଙ୍କୁ ଅତିରିକ୍ତ ପୋଷଣ ପ୍ରଦାନ କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
  • VI. ସ୍ଥାନୀୟ ସ୍ତରରେ ଉପଲବ୍ଧ ଉପାଦାନ ଏବଂ ପନିପରିବା ଉପରେ ଆଧାରିତ ପାରମ୍ପରିକ ଏବଂ ଅଭିନବ ବ୍ୟଞ୍ଜନ ପ୍ରସ୍ତୁତିକୁ ପ୍ରୋତ୍ସାହନ ଲାଗି ଗ୍ରାମ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ରୋଷେଇ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦିଆଯିବ।
  1. ଆତ୍ମନିର୍ଭର ଭାରତ ପାଇଁ ଭୋକାଲ ଫର ଲୋକାଲ : ଯୋଜନାର କାର୍ଯ୍ୟକାରିତାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ସମ୍ପୃକ୍ତ କରିବା ନିମନ୍ତେ ସୁଯୋଗ ସୃଷ୍ଟି କରାଯିବ। ସ୍ଥାନୀୟ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଲାଗି ସ୍ଥାନୀୟ ଅଞ୍ଚଳରେ ଅମଳ ହେଉଥିବା ଖାଦ୍ୟ ସାମଗ୍ରୀ ଉପଯୋଗ କରାଯିବ।
  2. ଅଗ୍ରଗତି ଅନୁଧ୍ୟାନ ଏବଂ ନିରୀକ୍ଷଣ ପାଇଁ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ/ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ କ୍ଷେତ୍ରୀୟ ଶିକ୍ଷା ସଂସ୍ଥାନ (ଆରଆଇଇ) ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥାନ (ଡିଆଇଇଟି)ର ପ୍ରଶିକ୍ଷିତ ଶିକ୍ଷକମାନଙ୍କ ପାଇଁ କ୍ଷେତ୍ରୀୟ ପରିଦର୍ଶନ ଆୟୋଜନ କରାଯିବ।

 

*******

P.S.



(Release ID: 1759444) Visitor Counter : 270